ଗୁରୁ-ଶିଷ୍ୟ ଲଢ଼େଇରେ ବାଜି ମାରିଲେ ଶିଷ୍ୟ: ଶଙ୍ଖକ୍ଷେତ୍ରରେ ଫୁଟିଲା ପଦ୍ମ

ପୁରୀ ଅଫିସ, ୨୪ା୫: ପୁରୀରେ ଭୁଶୁଡ଼ିଛି ମହେଶ୍ୱରଙ୍କ ଦୁର୍ଗ। ୧୯୯୫ ପରଠାରୁ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀକୁ ନିଜ ଅକ୍ତିଆରରେ ରଖିଥିବା ମହେଶ୍ୱର ମହାନ୍ତିଙ୍କୁ ଏଥର ମାତ୍‌ ଦେଇଛନ୍ତି ଭାଜପାର ଜୟନ୍ତ କୁମାର ଷଡ଼ଙ୍ଗୀ। ଗୁରୁ-ଶିଷ୍ୟଙ୍କ ଲଢେଇରେ ହାର୍‌ ମାନିଛନ୍ତି ଗୁରୁ। ପ୍ରଥମଥର ପାଇଁ ଶଙ୍ଖକ୍ଷେତ୍ରରେ ପଦ୍ମ ଫୁଟିଥିବା ବେଳେ ଭାଜପା ଶିବିରରେ ଉତ୍ସାହ ଖେଳିଯାଇଛି। ବହୁ ପରୀକ୍ଷା ନିରୀକ୍ଷା ପରେ ଶେଷ ମୁହୂର୍ତ୍ତରେ ଜୟନ୍ତଙ୍କୁ ନେଇ ଭାଗ୍ୟ ପରୀକ୍ଷା କରିଥିବା ଭାଜପା ତା’ ଲକ୍ଷ୍ୟରେ ସଫଳ ହୋଇଛି। ଜୟନ୍ତ ୪,୦୦୮ ଭୋଟରେ ମହେଶ୍ୱରଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ବିଧାୟକ ହେବାର ସୁଯୋଗ ପାଇଛନ୍ତି।
୧୯୯୫ରେ ଜନତା ଦଳ ଏବଂ ୨୦୦୦ରୁ ବିଜୁ ଜନତ ଦଳରୁ କ୍ରମାଗତ ବିଜୟୀ ହୋଇଆସୁଥିବା ମହେଶ୍ୱର ପୁରୀ ରାଜନୀତିରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଜଣେ ଅଭିଜ୍ଞ ରାଜନେତା ଭାବେ ପରିଚିତ ମହେଶ୍ୱରଙ୍କ ପାଇଁ ୨୦୧୯ ନିର୍ବାଚନ ଆରମ୍ଭରୁ ସହଜ ନ ଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ବେଳେ ଦଳରେ ଫାଟ ପଦାରେ ପଡିଥିଲା। ଦୁଇଗୋଷ୍ଠୀ ସମାନ୍ତରାଳ ଭାବେ ବିଜୁବାବୁଙ୍କ ଜୟନ୍ତୀରେ ସିଂହଦ୍ୱାରରେ ଦୀପଦାନ କରିଥିଲେ। ଦଳୀୟ କନ୍ଦଳକୁ ନେଇ ଜୟନ୍ତ ବିଜେଡି ଛାଡି ଭାଜପାରେ ମିଶିଥିଲେ। ଏହାପରେ ଭାଜପା ତାଙ୍କୁ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ତେବେ ଜୟନ୍ତ ବି ଦଳକୁ ନିରାଶ ନ କରି ଶ୍ରୀକ୍ଷେତ୍ର ମାଟିରେ ପଦ୍ମ ଫୁଟାଇଛନ୍ତି। ଭୋଟ ଗଣତି ଆରମ୍ଭରୁ ହିଁ ପୁରୀ ନିର୍ବାଚନମଣ୍ଡଳୀର ଫଳାଫଳ ରୋମାଞ୍ଚ ସୃଷ୍ଟି କରିଥିଲା। କେତେବେଳେ ମହେଶ୍ୱର ତ ପୁଣି କେତେବେଳେ ଜୟନ୍ତ ଆଗୁଆ ରହୁଥିଲେ। ପ୍ରଥମ ରାଉଣ୍ଡରୁ ସପ୍ତମ ରାଉଣ୍ଡ ଗଣତି ପର୍ଯ୍ୟନ୍ତ ମହେଶ୍ୱର ଆଗରେ ରହିଥିଲେ। ତେବେ ବ୍ୟବଧାନ ବହୁତ କମ୍‌ ରହିଥିଲା। ଅଷ୍ଟମ ରାଉଣ୍ଡରେ ମହେଶ୍ୱରଙ୍କୁ ପଛରେ ପକାଇଥିଲେ ଜୟନ୍ତ। ଏହାପରେ ଜୟନ୍ତ ପ୍ରାୟ ପ୍ରତି ରାଉଣ୍ଡରେ ଆଗୁଆ ରହିଥିଲେ। ଶେଷରେ ଜୟନ୍ତ ୭୬,୭୪୭ ଭୋଟ ପାଇଥିବା ବେଳେ ମହେଶ୍ୱର ୭୨,୭୩୯ ଭୋଟରେ ସୀମିତ ରହିଥିଲେ। ତୃତୀୟ ସ୍ଥାନରେ ଥିଲେ କଂଗ୍ରେସର ଇଂ. ଅରୋପ୍ରସାଦ ମିଶ୍ର। ସେ ୨,୯୩୪ ଭୋଟ ପାଇଥିଲେ। ଭୋଟ ହାରକୁ ଦେଖିଲେ ଭାଜପା ୪୯.୨୮ ପ୍ରତିଶତ, ବିଜେଡି ୪୬.୭୧ ଏବଂ କଂଗ୍ରେସକୁ ମାତ୍ର ୧.୮୮ ପ୍ରତିଶତ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାପମାତ୍ରା ୪୦ ଡିଗ୍ରୀ: ମିଳୁନି ପିଇବା ପାଣି, ଗରା, ବାଲଟି ଓ ଡେକଚି ଧରି…

ପାଟଣା, ୨୫।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌କୁ ଛୁଇଁଥିବା ବେଳେ ପାଟଣା ବ୍ଲକ୍ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ବଣମହୁଳଡିହା ପାତୁଳୁ…

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

୧୫୦ ହଜିଥିବା ମୋବାଇଲ୍  ହିତାଧିକାରୀଙ୍କୁ ହସ୍ତାନ୍ତର: ୧୬ ମାସ ପୂର୍ବରୁ ହଜିଯାଇଥିବା ଆଇଫୋନ୍‌ ଫେରିପାଇଲେ…

ଭଞ୍ଜନଗର, ୨୫।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପୋଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୧୫୦ଟି ଫୋନ୍ ଜବତ…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

ଟ୍ବିଶା ଶର୍ମା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି, CJI କହିଲେ ଆମେ ଦୁଃଖିତ ଯେ…

ନୂଆଦିଲ୍ଲୀ,୨୫।୫: ସୋମବାର (୨୫ ମଇ, ୨୦୨୬) ଭୋପାଳରେ ଟ୍ବିଶା ଶର୍ମା ମାମଲାର ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ (CJI) ମତ ଦେଇଥିଲେ ଯେ ମୃତକଙ୍କ ଶାଶୁ…

ଆଜି କାଲି କହି ଭଣ୍ଡାଉଛନ୍ତି ପୋଷ୍ଟ ଅଫିସ କର୍ମଚାରୀ: ଉପଭୋକ୍ତା ଅତିଷ୍ଠ

ଗଞ୍ଜାମ,(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ ବଜାର ସ୍ଥିତ ପୋଷ୍ଟ ଅଫିସର କର୍ମଚାରୀମାନଙ୍କ ମନମୁଖୀ ଆଚରଣ ନେଇ ଗ୍ରାହକମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ଏମିତିକି ଗ୍ରାହକମାନଙ୍କ ସହ କର୍ମଚାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri