ଗୁଞ୍ଜନ ଡ୍ୟାନ୍ସ ଏକାଡେମୀର ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ: ଜଗନ୍ନାଥ ମଙ୍ଗଳମ୍‌ରେ ମୁଗ୍ଧ ହେଲେ ଦର୍ଶକ

କଟକ ଅଫିସ,୨୩ା୧୧: ମଞ୍ଚରେ ହେଲା ପହଣ୍ଡି ବିଜେ ଆଉ ରଥଟଣା। ବାଜିଲା ‘ଚତର୍ଭୁଜ ଜଗନ୍ନାଥ କଣ୍ଠ ଶୋଭିତ କୌସ୍ତୁଭ’ ଗୀତ। ଜଗନ୍ନାଥ ମଙ୍ଗଳମ୍‌ ନୃତ୍ୟରେ ସୃଷ୍ଟି ହେଲା ଅପୂର୍ବ ପରିବେଶ। ଗୀତରେ ପ୍ରତି ପଦରେ ଓ ସଙ୍ଗୀତର ତାଳେତାଳେ ଜଗନ୍ନାଥ ସଂସ୍କୃତିକୁ ଉପସ୍ଥାପନ କରାଯାଇଥିଲା। ପ୍ରତିଷ୍ଠିତ ନୃତ୍ୟ ଗ୍ରୁପ୍‌ ‘ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ’ର ୨୩ତମ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଶହୀଦ ଭବନରେ ଉଦ୍‌ଘାଟିତ ହୋଇଯାଇଛି। ଏକାଡେମୀର ମୁଖ୍ୟ ତଥା ଗୁରୁ ମୀରା ଦାସଙ୍କ ନିର୍ଦ୍ଦେଶନାରେ ଉଦ୍‌ଘାଟନୀ ସନ୍ଧ୍ୟାରେ ପରିବେଷିତ ଏହି ‘ଜଗନ୍ନାଥ ମଙ୍ଗଳମ୍‌’ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଥିଲା।
ନୃତ୍ୟଶିଳ୍ପୀ ମୁନମୁନ ସିଂ, ସଞ୍ଜିତ ଜେନା, ସ୍ବର୍ଣ୍ଣମୟୀ ବେହେରା, ସ୍ବୀକୃତି ଦାସ ଓ ଭାଗଶ୍ରୀ ଆଇଚ୍‌ ଜଗନ୍ନାଥ ମଙ୍ଗଳମ୍‌ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ଏହି ନୃତ୍ୟ ପରେ ତାଳ, ଲୟ ଓ ଭଙ୍ଗୀର ମିଶ୍ରଣକୁ ନେଇ ପ୍ରଦର୍ଶିତ କରାଯାଇଥିଲା ବଟୁ ନୃତ୍ୟ। ନୃତ୍ୟଶିଳ୍ପୀ ପ୍ରିୟଙ୍କା ଜେନା ଓଡ଼ିଶୀ ଅଭିନୟ ପ୍ରଦର୍ଶନ କରିଥିଲେ। ବୈଦେହୀଶ ବିଳାସ ମହାକାବ୍ୟର ‘ବିଭୂଷଣ ପୁଷ୍ପେ’ ପଂକ୍ତିରେ ପ୍ରିୟଙ୍କା ସୀତା ବିବାହର କଥାକୁ ଦର୍ଶକଙ୍କ ସମ୍ମୁଖରେ ଉଦ୍‌ଭାସିତ କରିଥିଲେ। ଏକାଡେମୀର କଳାକାରମାନେ ପଲ୍ଲବୀ ଶଙ୍କରା ଭରଣ ଓ କ୍ରିଷ୍ଣା କଥାମୃତ ନୃତ୍ୟ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଏହି ସନ୍ଧ୍ୟାରେ ବିଶେଷ ଆକର୍ଷଣ ଥିଲେ ଉସ୍ତାଦ ବିସମିଲ୍ଲା ଖଁା ଯୁବ ପୁରସ୍କାର ପ୍ରାପ୍ତ ନୃତ୍ୟଶିଳ୍ପୀ ସୋନାଲି ମହାପାତ୍ର। ଗୀତ ଗୋବିନ୍ଦର ଅଷ୍ଟପଦୀରେ ରାଧାକୃଷ୍ଣର ଭାବାବେଗକୁ ସୋନାଲି ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ପଣ୍ଡିତ ଏ.ମହେଶ୍ୱର ରାଓ ଅତିଥିଭାବେ ଯୋଗଦେଇ ଏକାଡେମୀର ଉଦ୍ୟମକୁ ପ୍ରଶଂସା କରିଥିଲେ। ‘କଟକ’ ‘କ’ରୁ ଆରମ୍ଭ ଓ ‘କ’ରେ ଶେଷ। ଏହା କଳାରୁ ଆରମ୍ଭ ଓ କଳାରେ ଶେଷ ବୋଲି ପଣ୍ଡିତ ରାଓ କହିଥିଲେ। ଜିଲାପାଳ ଭବାନୀ ଶଙ୍କର ଚୟନୀ ଅତିଥିଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନିଜ ବକ୍ତବ୍ୟରେ ନଭେମ୍ବର ମାସ ଆସିଲେ କଟକବାସୀଙ୍କର ଏହି ଉତ୍ସବ କଥା ମନେପଡ଼େ ବୋଲି ମତବ୍ୟକ୍ତ କରିଥିଲେ। ଦିଲୀପ ମହାନ୍ତି, କିଶୋର ମହାନ୍ତି ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। ଗୁରୁ ମୀରା ଦାସ ନିଜ ଅଭିଭାଷଣରେ ଓଡ଼ିଶୀକୁ ଭଲପାଇବାକୁ ବାର୍ତ୍ତା ଦେଇଥିଲେ। ଗାୟତ୍ରୀ ଦାସ ଧନ୍ୟବାଦ ଦେଇଥିଲେ। ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ। ଧରିତ୍ରୀ ଏହି କାର୍ଯ୍ୟକ୍ରମର ମିଡିଆ ପାର୍ଟନର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୭୭ ବନ ମହୋତ୍ସବ ପାଳିତ:ବିଭିନ୍ନ କିସମର ବୃକ୍ଷରୋପଣ

କର୍ଲାମୁଣ୍ଡା,୭।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସୋମବାର ୭୭ତମ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ! ‘ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri