ଗୁଜବ ବନ୍ଦହେଲେ କରୋନା ହାରିବ

ଜାତିସଂଘ,୧୫ା୬: କରୋନା ସାରା ବିଶ୍ୱକୁ କବଳିତ କରିଥିବାବେଳେ ଏହି ଘାତକ ଭୂତାଣୁ ସମ୍ପର୍କିତ ଗୁଜବ ସ୍ଥିତିକୁ ଆହୁରି ସଙ୍ଗିନ କରିବାରେ ଲାଗିଛି। ଏହାର ମୁକାବିଲା କରି କେବଳ ତଥ୍ୟଭିତ୍ତିକ ଖବର ପ୍ରସାର ଲାଗି ୧୩୨ ରାଷ୍ଟ୍ର ଏକାଠି ହୋଇଛନ୍ତି। କୋଭିଡ୍‌-୧୯ ସମ୍ପର୍କିତ ‘ଇନ୍‌ଫୋଡେମିକ୍‌’ ବା ମହାମାରୀର ମିଛ ଖବର ପ୍ରସାରକୁ ରୋକିବା ପାଇଁ ଜାତିସଂଘରେ ଭାରତ ସମେତ ୧୩ ଦେଶ ନେତୃତ୍ୱ ନେଇଛନ୍ତି। ଅନ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ଅଷ୍ଟ୍ରେଲିଆ, ଚିଲି, ଫ୍ରାନ୍ସ, ଜର୍ଜିଆ, ଇଣ୍ଡୋନେସିଆ, ଲାଟ୍‌ଭିଆ, ଲେବାନନ, ମରିସସ୍‌, ମେକ୍ସିକୋ, ନରଓ୍ବେ, ସେନେଗାଲ ଓ ଦକ୍ଷିଣ ଆଫ୍ରିକା।
ଗତମାସରେ ଜାତିସଂଘ ପକ୍ଷରୁ ‘ଭେରିଫାଏଡ୍‌’ ଶୀର୍ଷକ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ଲୋକଙ୍କ ପାଖରେ ସତ୍ୟ ଓ ବିଶ୍ୱାସଯୋଗ୍ୟ ତଥ୍ୟ ପହଞ୍ଚାଇବା ହେଉଛି ଏହି ପଦକ୍ଷେପର ଉଦ୍ଦେଶ୍ୟ। ଏନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି, ବିଶ୍ୱ ଘାତକ କୋଭିଡ୍‌-୧୯ ସହିତ ଲଢ଼େଇ ଜାରି ରଖିଛି। ଏହାସହ ସ୍ବାସ୍ଥ୍ୟ ପାଇଁ ହାନିକାରକ ମିଥ୍ୟା ଖବର, ଘୃଣା ମନ୍ତବ୍ୟ ଓ ହିଂସ୍ର ଷଡ଼ଯନ୍ତ୍ର ଥିଓରିଗୁଡ଼ିକ ସହ ମଧ୍ୟ ଯୁଝୁଛି। ଏହି ଗୁଜବକୁ ପ୍ରତିହତ କରିବା ପାଇଁ ତଥ୍ୟଭିତ୍ତିକ ଖବର ଓ ବିଶ୍ଳେଷଣ ଆବଶ୍ୟକ। ସେହିପରି ଜାତିସଂଘରେ ଭାରତର ସ୍ଥାୟୀ ମିଶନ ପକ୍ଷରୁ କୁହାଯାଇଛି ଯେ, ଜାତିସଂଘ କମ୍ୟୁନିକେଶନ୍ସ ରେସ୍‌ପନ୍ସ ଇନିସିଏଟିଭ୍‌ ‘ଭେରିଫାଏଡ୍‌’କୁ ଆମେ ସମର୍ଥନ କରୁଛୁ। କରୋନା ବିରୋଧରେ ଲଢ଼େଇ କରିବାକୁ ହେଲେ ଇନ୍‌ଫୋଡେମିକ୍‌ ବିରୋଧରେ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ଲୋଡ଼ା।
୧୩ ରାଷ୍ଟ୍ର ପକ୍ଷରୁ ମିଳିତ ଭାବେ ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, କୋଭିଡ୍‌-୧୯ ସ୍ବାସ୍ଥ୍ୟ ସଙ୍କଟ ସମୟରେ ଇନ୍‌ଫୋଡେମିକ୍‌ର ବିସ୍ତାର ଲୋକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ କରୋନା ମହାମାରୀ ଭଳି ହାନିକାରକ। ଅନ୍ୟ ନକାରାମତ୍କ ପରିଣାମଗୁଡ଼ିକ ଭଳି ଏହି ଭାଇରସ୍‌ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି, ଯେଉଁଠି ଖୁବ୍‌ ସହଜରେ ମିଛ ଖବର ଓ ଜାଲ୍‌ ଭିଡିଓ ପ୍ରସାରିତ ହୋଇପାରୁଛି। ଏହା ବିଭିନ୍ନ ସମୁଦାୟ ମଧ୍ୟରେ ବିଭେଦ ସୃଷ୍ଟି କରି ହିଂସା ଉସୁକାଉଛି। ତେଣୁ ୧୩ ରାଷ୍ଟ୍ର ସହିତ ଅନ୍ୟ ଦେଶଗୁଡ଼ିକ ଓ ଡବ୍ଲ୍ୟୁଏଚ୍‌ଓ ଏବଂ ୟୁନେସ୍କୋ ଭଳି ଅନ୍ତର୍ଜାତୀୟ ସଂସ୍ଥା ଏହାକୁ ପ୍ରତିହତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଫଳରେ ଉଭୟ ମିଛ ଖବର ଓ ମହାମାରୀ ବିରୋଧରେ ଲଢ଼େଇର ପ୍ରସ୍ତୁତିରେ ଉନ୍ନତି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri