ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ହେବ ନିର୍ବାଚନ

ଇସ୍‌ଲାମାବାଦ,୧୮ା୫(ପି.ଟି.): ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ପ୍ରଦେଶରେ ନିର୍ବାଚନକୁ ଭାରତ ଜୋର୍‌ଦାର ବିରୋଧ କରିଆସୁଥିବାବେଳେ ପାକିସ୍ତାନ ରାଷ୍ଟ୍ରପତି ଅରିଫ୍‌ ଆଲ୍‌ଭି ସେଠାରେ କାମଚଳା ସରକାର ଗଠନ ସହ ଭୋଟଗ୍ରହଣ ଲାଗି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉକ୍ତ ଅଞ୍ଚଳରେ ସାଧାରଣ ନିର୍ବାଚନ କରାଇବା ଲାଗି ୨୦୧୮ ପ୍ରଶାସନିକ ନିର୍ଦ୍ଦେଶନାମାରେ ସଂଶୋଧନ କରିବା ଲାଗି ପାକ୍‌ ସୁପ୍ରିମକୋର୍ଟ ଗତ ଏପ୍ରିଲ ୩୦ରେ ସଂଘୀୟ ସରକାରଙ୍କୁ ଅନୁମତି ଦେଇଥିଲେ। ପାକ୍‌ ବେଆଇନ ଭାବେ ବଳପୂର୍ବକ ଦଖଲ କରିଥିବା ଏହି ଅଞ୍ଚଳରେ ନିର୍ବାଚନ କରାଇବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଭାରତ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ନିର୍ଦ୍ଦେଶନାମା, ୨୦୧୮ରେ ପରିବର୍ତ୍ତନକୁ ବିରୋଧକରି ଭାରତ ଇସ୍‌ଲାମାବାଦ ନିକଟରେ ପ୍ରତିବାଦ କରିଥିଲା। ଜମ୍ମୁ-କଶ୍ମୀର, ଲଦାଖ ସମେତ ଗିଲ୍‌ଗିଟ୍‌ ଓ ବଲ୍ଟିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଗତମାସରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।
କଶ୍ମୀର ବ୍ୟାପାର ଓ ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜାରି ବିଜ୍ଞପ୍ତି ଅନୁଯାୟୀ ରାଷ୍ଟ୍ରପତି ଆଲ୍‌ଭି ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ନିର୍ବାଚନ ଓ କାମଚଳା ସଂଶୋଧନ ନିର୍ଦ୍ଦେଶନାମା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ବିଧାନସଭା ଜୁନ୍‌ ୨୪ରେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବ। କାମଚଳା ସରକାର ଗଠନ କରିବାର ବ୍ୟବସ୍ଥା ନ ଥିବାବେଳେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ପରେ ଏହି ସମସ୍ୟା ଦୂର ହୋଇଥିବା ଗିଲ୍‌ଗିଟ୍‌-ବଲ୍ଟିସ୍ତାନର ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ ଅଧ୍ୟକ୍ଷ ସୟେଦ ଜାଫର ଶାହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri