‘ଭୁଆଁ ବୁଲାଉଛି କେନ୍ଦ୍ର’

ନୂଆଦିଲ୍ଲୀ,୧୮ା୫(ପି.ଟି.): କରୋନା ଜନିତ ଲକ୍‌ଡାଉନ ଯୋଗୁ ଦୁର୍ବଳ ହୋଇପଡ଼ିଥିବା ଦେଶର ଅର୍ଥନୀତିକୁ ବଳ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ୍‌ ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କ୍ରମାଗତ ୫ ଦିନ ଧରି ଉକ୍ତ ପ୍ୟାକେଜ୍‌ର ଅବତାରଣା କରିଚାଲିନ୍ତି। ତେବେ ଆର୍ଥତ୍କ ପ୍ୟାକେଜ ନାମରେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଭୁଆଁ ବୁଲାଉଥିବା କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ବାସ୍ତବରେ ସରକାର ୨୦ ଲକ୍ଷ କୋଟିର ପ୍ୟାକେଜ୍‌ ନୁହେଁ ୩.୨୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଆଣିଥିବା କଂଗ୍ରେସର ବରିଷ୍ଠ ମୁଖପାତ୍ର ଆନନ୍ଦ ଶର୍ମା କହିଛନ୍ତି। ଏହି ପ୍ୟାକେଜ୍‌ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧.୬ ପ୍ରତିଶତ ବୋଲି ସେ ଉଲ୍ଲେଖ କରିଛନ୍ତି।
ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ଓ ଲୋକଙ୍କୁ ଋଣ ଦେବା ମଧ୍ୟରେ ପାର୍ଥକ୍ୟ ରହିଛି। ଅର୍ଥନୀତିକୁ ପୁନର୍ବାର କ୍ରିୟାଶୀଳ କରିବାକୁ ହେଲେ ଗରିବ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ହାତକୁ ଟଙ୍କା ମିଳିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଅର୍ଥମନ୍ତ୍ରୀ ଏହା ଉପରେ ବିତର୍କର ସମ୍ମୁଖୀନ ହେବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶର୍ମା ଆହ୍ବାନ ଦେଇଛନ୍ତି। ଅର୍ଥମନ୍ତ୍ରୀ ପ୍ରଶ୍ନ ନ ପଚାରି ପ୍ରଶ୍ନର ଉତ୍ତର ଦେବାକୁ ସେ କହିଛନ୍ତି। ସରକାରଙ୍କ ଭୁଲ୍‌ ପଦକ୍ଷେପ ପାଇଁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କର ଯୋଜନା ନ ଥିବାରୁ ସେମାନେ ଶହ ଶହ କିଲୋମିଟର ଚାଲି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହା ଉପରେ ସରକାର ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ସରକାରଙ୍କ ଆର୍ଥତ୍କ ପ୍ୟାକେଜ ବିଭ୍ରାନ୍ତିକର ଏବଂ ସଂଖ୍ୟାର ଯାଦୁ ବୋଲି ବାମଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ବଜେଟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ୬୧,୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଦାଦନ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ଅର୍ଥମନ୍ତ୍ରୀ ଆଉ ୪୦,୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ ୩୦୦ କୋଟି ବ୍ୟକ୍ତିଦିବସ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ରାଜ୍ୟଗୁଡ଼ିକର ଋଣ କରିବା ସୀମା ୩ରୁ ୫ ପ୍ରତିଶତକୁ ବଢ଼ାଇବା ସହ ରାଜ୍ୟଗୁଡ଼ିକ ସେମାନଙ୍କ ଋଣ ଅଧିକାରର ମାତ୍ର ୧୪ ପ୍ରତିଶତ ଉପଯୋଗ କରିଛନ୍ତି ବୋଲି କହିବା ହାସ୍ୟାସ୍ପଦ ବୋଲି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି। କେନ୍ଦ୍ର ସରକାର ରାଜ୍ୟକୁ ପାଣ୍ଠି ହସ୍ତାନ୍ତର କରିଥାନ୍ତି। ଅଗ୍ରିମ ନେବା ପାଇଁ ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡ଼ିକୁ ଦେଉଥିବା ସୁବିଧାକୁ ମୋଦି ସରକାର ‘ରାଜ୍ୟକୁ ସହାୟତା’ ବୋଲି ଦାବି କରୁଥିବା ୟେଚୁରୀ ଟୁଇଟ୍‌ କରିଛନ୍ତି। ସରକାରଙ୍କର ୫ ଦିନର ସଂଖ୍ୟା ଯାଦୁ ଗରିବ ଓ ନିଃସହାୟଙ୍କ ସଙ୍କଟ ଦୂର କରିବାରେ ସହାୟକ ହେବନାହିଁ। ସେମାନଙ୍କ ସମସ୍ୟା ପ୍ରତି ସରକାର ଆଖିବୁଜି ଦେଇଥିବା ସିପିଏମ୍‌ ନେତା କହିଛନ୍ତି। ଅର୍ଥନୀତିକୁ ବିକ୍ରି କରି ଅର୍ଥମନ୍ତ୍ରୀ ଆତ୍ମନିର୍ଭରତାର ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri