ଗିରଫ ୫ ଗୋଚାଲାଣକାରୀ ଜେଲ ଗଲେ: ଆନ୍ଧ୍ରପ୍ରଦେଶର ନରସିଂହପାଟଣାକୁ ଚାଲାଣ ହେଉଥିଲେ ଗୋରୁ

ରଣପୁର,୧ା୧(ସ୍ବ.ପ୍ର.): ରଣପୁର ପୋଲିସ ଅଟକ ରଖିଥିବା ୫ ଗୋଚାଲାଣକାରୀଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଟାଉନ ଥାନା ସିନ୍ଦୂରିଆ କରଣସାହିର ସଲମନ ଖଁା (୨୮) ଓ ମିହିର ମୋହିବୁଲ୍ଲା (୨୪), ଇଟାମାଟି ଥାନା ଇଟାମାଟି ବେହେରାସାହିର ଜୁହୁରୁଦ୍ଦିନ ଖାନ୍‌ (୩୦) ଓ ଏସ୍‌.କେ. ରାମଜନ (୨୪), ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବେଗୁନିଆ ଜାମୁସାହିର ନାସିର ଖାନ୍‌ (୨୩)। ରଣପୁର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଇଆଇସି ରଶ୍ମିରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରୁ ଗୋରୁମାନଙ୍କୁ ଚୋରି କରି ଆନ୍ଧ୍ରପ୍ରଦେଶର ନରସିଂହପାଟଣାକୁ ଚାଲାଣ କରାଯାଉଥିଲା। ଏଥିପାଇଁ ଏକ ର଼୍ୟାକେଟ କାମ କରୁଥିବା ତଦନ୍ତରୁ ଜଣାପଡିଛି। ଗୋଚାଲାଣକୁ ସୁରକ୍ଷା ଦେବା ପାଇଁ ଏକ ପାଇଲଟିଂ ଗାଡି ଯାଉଥିଲା। ପୋଲିସ ରବିବାର ରାତିରେ ୬୮ ଗୋରୁ ଥିବା ଆଇଚର କଣ୍ଟେନର ଗାଡି ଜବତ କରି ୨ଜଣଙ୍କୁ ଗିରଫ କରିଥିଲା। ସେହିପରି ପାଇଲଟିଂ କରି ଯାଉଥିବା କାର ଜବତ ହୋଇଥିବାବେଳେ ୩ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ରଣପୁର ବାସିନ୍ଦାଙ୍କ ସହଯୋଗରେ ଗୋ ଚାଲାଣକାରୀଙ୍କୁ ଗିରଫ କରିବା ସମ୍ଭବ ହେଲା। ଗୋରୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଉଦ୍ଧାର ୬୮ ଗୋରୁଙ୍କୁ ଚିକିତ୍ସା କରାଯାଇ ଖଣ୍ଡପଡା ଗିରିଡିପଲ୍ଲି ଗୋଶାଳାରେ ସୋମବାର ଛଡାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri