ଗାୟତ୍ରୀ ଆଶ୍ରମ ଉଚ୍ଛେଦ ମାମଲା, ତ୍ରୁଟି ଧରିଲା ଜିଲା ପ୍ରଶାସନ: ଆକଳନ ୩.୯୦ ଲକ୍ଷ, ପ୍ରସ୍ତାବ ୧୮ ଲକ୍ଷ

ଢେଙ୍କାନାଳ ଅଫିସ, ୨୯।୮-  ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ଲାଗି ଦିଆଯାଇଥିବା ପ୍ରସ୍ତାବରେ ସାଂଘାତିକ ତ୍ରୁଟି ହୋଇଛି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀସ୍ଥିତ ଗାୟତ୍ରୀ ଆଶ୍ରମ ଉଚ୍ଛେଦ ସମ୍ପର୍କିତ କ୍ଷତିପୂରଣ ଆକଳନ ମୂଲ୍ୟ ୩.୯୦ ଲକ୍ଷ ଟଙ୍କା ଥିବାବେଳେ କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ୧୮ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ପରେ ଏହା ଧରାପଡ଼ିଛି। ଏହାର ସ୍ପଷ୍ଟୀକରଣ ରଖିବାକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକ (ଏନ୍‌ଏଚ୍‌ଏଆଇ ପିଡି)ଙ୍କୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଚିଠି ଲେଖିଛନ୍ତି। ଏହାପରେ ବିବାଦ ମଧ୍ୟକୁ ଟାଣିହୋଇ ଆସିଛନ୍ତି ଏନ୍‌ଏଚ୍‌ଏଆଇର ପଦସ୍ଥ ଅଧିକାରୀ। ଅନ୍ୟପଟେ ଉଚ୍ଛେଦଜନିତ କ୍ଷତିପୂରଣ ଦାବିରେ ଆମରଣ ଅନଶନରେ ବସିଥିବା ଆଶ୍ରମ ପ୍ରତିଷ୍ଠାତା ପଣ୍ଡିତ ଭାସ୍କର ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ଗାୟତ୍ରୀ ଆଶ୍ରମର ଦୁଇଟି ଘର, ଗେଟ୍‌, ପାଚେରି ସମେତ ଅନ୍ୟ କିଛି ନିର୍ମାଣ ଉଚ୍ଛେଦ କରାଯାଇଥିଲା। ଉକ୍ତ ସମୟରେ ଆଶ୍ରମର କିଛି ଅଞ୍ଚଳ ଜବରଦଖଲରେ ଥିବା ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଥିଲା। ଏ ନେଇ ଆଶ୍ରମ ପ୍ରତିଷ୍ଠାତା ପଣ୍ଡିତ ଭାସ୍କର ଜୀଙ୍କ ସ୍ତ୍ରୀ ପ୍ରମିଳା ଦେବୀଙ୍କ ନାମରେ ନଂ.୧୪୦/୨୦୦୭-୦୮ରେ ଏନ୍‌କ୍ରୋଚମେଣ୍ଟ କେସ୍‌ କରାଯାଇଥିଲା। ଏ ବାବଦ ଜରିମାନା ଆଦାୟ ଲାଗି ଆକଳନ ମଧ୍ୟ ହୋଇଥିଲା। ଏସବୁ ଆଶ୍ରମ ପ୍ରତିଷ୍ଠାତାଙ୍କ ଜାଣତରେ ହୋଇଥିଲା। ଅନ୍ୟପଟେ ଆଇନତଃ ସିଦ୍ଧ ଅର୍ଥାତ୍‌ ଅଭିଯୋଗକାରୀଙ୍କ ସ୍ବତ୍ୱ ଥିବା ଜମିର ମୂଲ୍ୟାଙ୍କନ କରାଯାଇ କ୍ଷତିପୂରଣ ବାବଦକୁ ୩,୯୦,୭୧୯ ଟଙ୍କା ଦେବାକୁ ଏନ୍‌ଏଚ୍‌ଏଆଇ ନିର୍ବାହୀ ଯନ୍ତ୍ରୀ ଆକଳନ କରିଥିଲେ। ହେଲେ ଅଧିଗ୍ରହଣଜନିତ କ୍ଷତିପୂରଣ ବାବଦକୁ ୧୮ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଛି। ଏହାକୁ ନେଇ ପଣ୍ଡିତ ଭାସ୍କର ଜୀ ଗତ ଅଗଷ୍ଟ ୨୦ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ। ମଙ୍ଗଳବାର ସ୍ବାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏହାପରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକଙ୍କ ନିର୍ଦ୍ଦେଶରେ ଓଡ଼ାପଡ଼ା ତହସିଲଦାର, ମୋଟଙ୍ଗା ଥାନାଧିକାରୀ, ଜାତୀୟ ରାଜପଥ ଡିଭିଜନର ଜଣେ ସହକାରୀ ଯନ୍ତ୍ରୀ ଏହାର ତଦନ୍ତ କରିଛନ୍ତି। ରେକର୍ଡପତ୍ର ଯାଞ୍ଚବେଳେ ଏନ୍‌ଏଚ୍‌ଏଆଇ ପକ୍ଷରୁ ତ୍ରୁଟି ହୋଇଥିବା ସ୍ପଷ୍ଟ ହୋଇଛି। କେଉଁ ପରିସ୍ଥିତିରେ ଆଶ୍ରମ ମାଲିକଙ୍କୁ ଏତେ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରସ୍ତାବ ଦିଆଗଲା ସେ ନେଇ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ଜିଲାପାଳ। ଏ ସଂକ୍ରାନ୍ତରେ ମତ ଉପସ୍ଥାପନ କରିବାକୁ ଜିଲାପାଳ ପତ୍ର ନଂ. ୮୦୨/୨୬.୦୮.୨୦୧୯ରେ ଢେଙ୍କାନାଳସ୍ଥିତ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଢେଙ୍କାନାଳ ଏସ୍‌ପି, ଉପଜିଲାପାଳ, ଭିଜିଲାନ୍ସ ଡିଏସ୍‌ପି, ଓଡ଼ାପଡ଼ା ତହସିଲଦାର, ସଦର ଏସ୍‌ଡିପିଓ, ମୋଟଙ୍ଗା ଥାନାଧିକାରୀ, ଟାଉନ ଥାନାଧିକାରୀଙ୍କୁ ମଧ୍ୟ ସମସ୍ତ ଘଟଣା ସମ୍ପର୍କରେ ଅବଗତ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri