ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ହେବ ରେଳପଥ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ପୂର୍ବତଟ ରେଳପଥକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବାକୁ ବୁଧବାର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳସଦନରେ ସମସ୍ତ କର୍ମଚାରୀମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ରେନ, ଷ୍ଟେଶନ ଓ କାର୍ଯ୍ୟାଳୟ ପରିସରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କୁହାଯାଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସରେ ଦେଶବ୍ୟାପୀ ରେଳପଥକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଶପଥ ଗ୍ରହଣ ସମୟରେ ମହାପ୍ରବନ୍ଧକ ଭୂଷଣ କର୍ମଚାରୀମାନଙ୍କୁ ପ୍ଲାଷ୍ଟିକର କୁପ୍ରଭାବ ଓ ପରିବେଶ ସୁରକ୍ଷା ବିଷୟରେ ବୁଝାଇଥିଲେ। ପ୍ଲାଷ୍ଟିକ ବ୍ୟବହାର କମାଇବାକୁ ପୂର୍ବତଟ ରେଳପଥରେ ୧୬ଟି ପ୍ଲାଷ୍ଟିକ ବୋତଲ କ୍ରଶିଂ ମେଶିନ ଲଗାଯାଇଛି। ଯାହାଦ୍ୱାରା ଏହି ବୋତଲଗୁଡିକୁ ପୁନଃବ୍ୟବହାର କରାଯାଇପାରିବ। ବିଶାଖାପାଟଣାରେ ୬ଟି ମେଶିନ୍‌, ଭୁବନେଶ୍ୱରରେ ୨ଟି, ପୁରୀରେ ୨ଟି, ସମ୍ବଲପୁରରେ ୧ଟି, କଟକରେ ୪ଟି ଓ ଖୋର୍ଦ୍ଧାରୋଡ ଷ୍ଟେଶନରେ ୧ଟି ମେଶିନ ଲଗାଯାଇଛି ବୋଲି ରେ୍‌ଲଓ୍ବେ ପକ୍ଷରୁ କୁହାଯାଇଛି। ଆଗକୁ ପୁରୀରେ ଆହୁରି ୪ଟି, ଖୋର୍ଦ୍ଧାରୋଡରେ ୨ଟି, ରାୟଗଡାରେ ୨ଟି, ବିଜୟନଗରମରେ, ଶ୍ରୀକାକୁଲମ, ସୀମାଞ୍ଚଲମ, ଆରକୁ, ଜଗଦଲପୁର, ବଲାଙ୍ଗୀର, ଟିଟିଲାଗଡ ଓ କେସିଙ୍ଗାଠାରେ ଗୋଟିଲ ଲେଖାଏ ମେଶିନ ଲଗାଇବା ପାଇଁ ଯୋଜନା ହୋଇଛି। ସେହିଭଳି ପ୍ରଦୂଷଣ କମାଇବା ଲାଗି ରେଳପଥ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସୌରଶକ୍ତି ଓ ବାୟୁଶକ୍ତିର ବ୍ୟବହାର, ବାୟୋ ଟଏଲେଟ, ରେଳପଥକୁ ଇଲେକ୍ଟ୍ରିଫିକେଶନ, ଏଲ୍‌ଇଡି ଲାଇଟ ବ୍ୟବହାର କରାଯାଉଛି। ସବୁଜ ପରିବେଶ ତିଆରି କରିବା ଲାଗି ଧାରଣା କଡରେ ଗଛ ଲଗାଇବା, ବର୍ଷାଜଳ ସଂରକ୍ଷଣ ଓ ବ୍ୟବହୃତ ଜଳକୁ ଚିକିତ୍ସା କରି ପୁନଃ ବ୍ୟବହାର ଯୋଗ୍ୟ କରାଇବା ଆଦି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଗତମାସ ୨୮ରେ ସମ୍ବଲପୁର ରେଳ ଷ୍ଟେଶନକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ଷ୍ଟେଶନ ବୋଲି ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କାର, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri