ଗାଡ଼ିରେ ଫାଷ୍ଟଟାଗ ଲାଗି ନଥିଲେ;ଟୋଲ୍‌ରେ ଆଦାୟ ହେବ ଡବଲ ଜରିମାନା

ନୂଆଦିଲ୍ଲୀ,୨୧-୭: ଜାତୀୟ ରାଜପଥ ବ୍ୟବହାର କରୁଥିବା ଗାଡ଼ିଚାଳକଙ୍କ ଜରୁରୀ ଖବର। ଡିସେମ୍ବର ପହିଲା ପୂର୍ବରୁ ଗାଡ଼ିରେ ଫାଷ୍ଟଟାଗ୍‌ ଲଗାଇ ନେବା ଭଲ ହେବ। ନଚେତ୍‌ ଡିସେମ୍ବର ପହିଲାପରେ ଗାଡିରୁ ଦୁଇଗୁଣା ଜରିମାନା ଆଦାୟ କରାଯିବ। ଦେଶରେ ଇଲେକ୍ଟ୍ରୋନିକ ପେମେଣ୍ଟ ଓ ଇଲେକ୍ଟ୍ରୋନିକ ଟୋଲ୍‌ ଅସୁଲ କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଡିସେମ୍ବର ପହିଲାରୁ ଦେଶର ସମସ୍ତ ଜାତୀୟ ରାଜପଥର ଟୋଲ୍‌ ଲେନ୍‌ ଫାଷ୍ଟଟାଗ୍‌ଯୁକ୍ତ ହେବ। କେବଳ ଗୋଟିଏ ଲେନ୍‌କୁ ହାଇବ୍ରିଡ ଲେନ୍‌ ଭାବେ ବ୍ୟବହାର କରାଯିବ। ଏହି ହ୍ରାଇବ୍ରିଡ ଲେନ୍‌ରେ ଗାଡ଼ିଚାଳକ ନଗଦ ଅଥବା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଟୋଲ୍‌ ଟିକସ ଦେଇପାରିବେ। ଫାଷ୍ଟଟାଗ୍‌ ଲାଗି ନ ଥିବା ଗାଡ଼ି ଯଦି ଏହି ଲେନ୍‌ରେ ପ୍ରବେଶ କଲେ ତାଙ୍କଠାରୁ ଡବଲ ଜରିମାନା ଆଦାୟ କରାଯିବ। ସୂଚନାଥାଉ କି, ଗତ ୩/୪ ବର୍ଷ ହେବ କେନ୍ଦ୍ର ସରକାର ଫାଷ୍ଟଟାଗ୍‌୍‌କୁ ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା ଟୋଲ୍‌ ଗେଟ୍‌ରେ ଗାଡ଼ି ରହଣି ସମୟ ବହୁଳ ଭାବେ ହ୍ରାସ ପାଇଛି। ୨୦୧୮-୧୯ରେ ଜାତୀୟ ରାଜପଥରୁ ସରକାର ପ୍ରାୟ ୨୪ ହଜାର କୋଟି ଟଙ୍କା ଟୋଲ୍‌ ଆଦାୟ କରିଛନ୍ତି। କିନ୍ତୁ ଇ-ଟୋଲ୍‌ ଆଦାୟ ମାତ୍ର ୨୫%ରେ ସୀମିତ ରହିଥିଲା। ଇ-ଟୋଲ୍‌ ଆଦାୟ ହ୍ରାସ ପାଉଥିବାରୁ ସରକାର ଶେଷରେ ବାଧ୍ୟ ହୋଇ ଉକ୍ତ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇସାରିଛି। ସୂଚନାଥାଉ କି, ଫାଷ୍ଟଟାଗ୍‌ ଏଭଳି ଏକ ଡିଭାଇସ୍‌ ଯାହାକୁ ଗାଡ଼ିର ସାମ୍ନା କାଚରେ ଲଗାଇବାକୁ ପଡିଥାଏ। ଆର୍‌ଏଫ୍‌ଆଇଡି ଟେକ୍ନୋଲୋଜି ଆଧାରିତ ଫାଷ୍ଟଟାଗ୍‌୍‌ ଲାଗିଥିବା ଗାଡ଼ି ଟୋଲ୍‌ ଦେଇ ଯାଉଥିବା ବେଳେ ରେଡିଓ ଫ୍ରିକ୍ୱୋଏନ୍ସି ଜରିଆରେ ଫାଷ୍ଟଟାଗ୍‌ ସ୍କାନ୍‌ ହୋଇଯାଇଥାଏ ଏବଂ ଟୋଲ୍‌ରେ ପେମେଣ୍ଟ ଅଟୋମେଟିକ ହୋଇଯାଏ। ଏଥିଯୋଗୁ ଟୋଲ୍‌ଗେଟରେ ଅଧିକ ସମୟ ରହିବାକୁ ପଡେ ନାହିଁ। ଏହି ଫାଷ୍ଟଟାଗ୍‌କୁ ବ୍ୟାଙ୍କ, ଇ-କମର୍ସ ପୋର୍ଟାଲ ଅଥବା ନିକଟସ୍ଥା ପେଟ୍ରୋଲ ପମ୍ପରୁ କିଣି ହେବ। ଫାଷ୍ଟଟାଗ୍‌କୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri