ଗାଁମୁହାଁ ବଣୁଆ ହାତୀ, ଲୋକେ ଆତଙ୍କିତ

ନୂଆଗାଁ,୨୯ା୭ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ତଥା ମହିପୁର ବନାଞ୍ଚଳ ଅଧୀନରେ ଥିବା ଜାକେଡା ପଞ୍ଚାୟତର ବିଭିନ୍ନ ଗ୍ରାମ ନିକଟକୁ ଫସଲ ଖାଇବା ପାଇଁ ବଣୁଆ ହାତୀ ପଶି ଆସୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଜାକେଡା ପଞ୍ଚାୟତର ଅନେକ ଆଦିବାସୀ ଗ୍ରାମ ହାତୀମୁଣ୍ଡା ଓ ପାଲଭା ପାହଡକୁ ଲାଗି ରହିଛି। ଉଭୟ ପାହାଡରେ ବଣୁଆ ହାତୀ ଚଳପ୍ରଚଳ କରୁଥିବାରୁ ସେମାନେ ବର୍ଷର ବିଭିନ୍ନ ସମୟରେ ଜଙ୍ଗଲ ଛାଡି ଫସଲ ଖାଇବା ଆଶାରେ ଗ୍ରାମ ନିକଟକୁ ଆସୁଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି। ଏ ସମ୍ପର୍କରେ ଗ୍ରାମବାସୀ ବନ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ସେମାନେ ରାତିରେ ଆସି ହାତୀ ଘଉଡାଇଥାନ୍ତି। ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ ପିଇବା ପାଇଁ ପାଣିର କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନେ ଗାଁ ମୁହାଁ ହେଉଥିବା ଜଣାପଡିଛି । ଶନିବାର ରାତି କରଚୁଲି ଗ୍ରାମକୁ ଲାଗି ଫାର୍ମ ହାଉସ ଭିତରେ ରହିଥିବା ପୋଖରୀକୁ ପାଣି ପିଇବା ପାଇଁ ଆସି ଅନେକ କ୍ଷତି କରିଥିବା କହିଛନ୍ତି ଫାର୍ମ ହାଉସ ଜଗୁଆଳି ଅମର ଜାନି। ୪-୫ଟି ହାତୀ ଟାଙ୍ଗିରି ମୁଣ୍ଡିଆ ଓ ମଶାଣି ମୁଣ୍ଡିଆରେ ରହୁଥିବା ବେଳେ ଆଉ ୧୦-୧୨ଟି ହାତୀ ଦୁରୁଙ୍ଗି ଜଙ୍ଗଲରେ ରହିଥିବା କୁହନ୍ତି ସ୍ଥାନୀୟ ଲୋକେ। ହାତୀ ଗାଁ ଭିତରକୁ ପଶି ଆସିବା ଭୟରେ ଲୋକେ ସନ୍ଧ୍ୟା ପୂର୍ବରୁ ତାଟିକବାଟ ଦେଇ ଘରେ ରହୁଛନ୍ତି। ସେହି ରାସ୍ତା ଦେଇ ଲୋକମାନେ ଯିବା ଆସିବା କରିବା ପାଇଁ ମଧ୍ୟ ଭୟ କରୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ବ୍ୟବସ୍ଥା କରିବାକୁ ଜାକେଡା ପଞ୍ଚାୟତବାସୀ ଦାବି କରିଛନ୍ତି। ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ପାଣି ବ୍ୟବସ୍ଥା ବିଷୟରେ ମହିପୁର ରେଞ୍ଜର ସୁଧାଂଶୁ ଶେଖର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଜଙ୍ଗଲ ମଧ୍ୟରେ ପୋଖରୀ ଖୋଳିବା ଲାଗି ଆମେ ପ୍ରସ୍ତାବ ଦେଇଛୁ ଏବଂ ଯଥାଶୀଘ୍ର ଏହା ହୋଇଯିବ। ଏହାଛଡା ବର୍ତ୍ତମାନ ଆମେ ହାତୀ ଘଉଡାଇବା ବ୍ୟବସ୍ଥା କରୁଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri