ଗର୍ଭବତୀ ଥିବା ଭିନ୍ନକ୍ଷମ ଝିଅକୁ ଘରୁ ତଡ଼ିଦେଲେ ପରିବାର: ଅଳିଆଗଦାରେ ଶିଶୁପୁତ୍ର ପ୍ରସବ

କୋରାପୁଟ,୨୪ା୪(ସ୍ବ.ପ୍ର.)

ଗର୍ଭବତୀ ଥିବା ଜଣେ ମୂକ ବଧିର ମହିଳାଙ୍କ ପ୍ରସବ ବେଦନା ହେବା କ୍ଷଣି ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଲେ। ମହିଳା ଜଣକ ଘର ସାମ୍ନା ଅଳିଆଗଦାରେ ପଡ଼ିରହି ସନ୍ତାନ ଜନ୍ମ କଲେ। ଗାଁଲୋକେ ମଧ୍ୟ କିଛି ସହାୟତା କଲେନାହିଁ। କୋରାପୁଟ ଜିଲା ଲମତାପୁଟ ବ୍ଲକ ତୁସବା ପଞ୍ଚାୟତ ଆଉଡିଗୁଡ଼ା ଗ୍ରାମରେ ଅମାନବିକତାର ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଏହି ଖବର ପାଇ ବୁଧବାର ପ୍ରସୂତି ଓ ନବଜାତ ଶିଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।
ସୂଚନା ଅନୁଯାୟୀ, ଆଉଡିଗୁଡ଼ା ଗ୍ରାମର ଏହି ପୀଡ଼ିତା ମହିଳା (୨୯) ମୂକ ଓ ବଧିର ଅଟନ୍ତି। ଏହି ଅକ୍ଷମତାର ସୁଯୋଗ ନେଇ କେହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଥିଲେ। ମଙ୍ଗଳବାର ରାତିରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ଲୋକଲଜ୍ଜା ଭୟରେ ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଇଥିଲେ। ମହିଳା ଜଣକ ଘର ସମ୍ମୁଖ ଅଳିଆଗଦାରେ ଯାଇ ରହିଥିବା ବେଳେ ସେଠାରେ ସନ୍ତାନ ପ୍ରସବ ହୋଇଥିଲା। ଏପରି ଅବସ୍ଥାରେ ଗାଁଲୋକେ ମଧ୍ୟ ମାନବିକତା ଦେଖାଇ ନଥିଲେ। ପ୍ରସୂତି ଜଣକ ଅନ୍ୟ କିଛି ଉପାୟ ନପାଇ ସଦ୍ୟଜାତ ସନ୍ତାନର ନାହି ନିଜେ କାଟିବା ସହ ମୂର୍ମୁଷୁ ଅବସ୍ଥାରେ ସେଠାରେ ରାତିସାରା ପଡ଼ିରହିଥିଲେ। ବୁଧବାର ସକାଳୁ ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ତାଙ୍କ ପାଖକୁ ଆସି ମଶାରୀ ଓ ଚାଦର ସହ କିଛି ଖାଦ୍ୟ ଦେଇଥିଲେ। ଗାଁର ଅଙ୍ଗନଓ୍ବାଡ଼ି କର୍ମୀ ଗୀତା ଜାନି ଏ ସମ୍ପର୍କରେ କୋରାପୁଟ ମେଡିକାଲରେ ଥିବା ସଖୀ କେନ୍ଦ୍ରକୁ ଫୋନରେ ଜଣାଇବା ପରେ ସେଠାକାର ଇନଚାର୍ଜ କୋରାପୁଟ ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କୁ ଏନେଇ ସୂଚନା ଦେଇଥିଲେ। ଡିସିପିଓ ଘଟଣାସ୍ଥଳରେ ପହଞ୍ଚତ୍ ଅସ୍ବାସ୍ଥ୍ୟକାର ପରିବେଶ ଓ ଅସହାୟ ଅବସ୍ଥାରେ ଥିବା ପ୍ରସୂତିଙ୍କ ସହ ତାଙ୍କର ନବଜାତ ଶିଶୁକୁ ଅଳିଆଗଦାରୁ ଉଦ୍ଧାର କରିଥିଲେ। ସେଠାରୁ ଉଭୟଙ୍କୁ କୋରାପୁଟ ସ୍ଥିତ ଡିସିପିଓ ଅଫିସ ଅଣାଯିବା ପରେ ଚିକିତ୍ସା ପାଇଁ ରାତି ୮ଟାରେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri