ଗର୍ଭ ନଷ୍ଟ ପାଇଁ ହସ୍ପିଟାଲ ଆଣି ଛାଡ଼ି ପଳାଇଲେ ପ୍ରେମିକ: ବିବାହ ପାଇଁ ଜିଦ୍‌ ଧରି ହାତ କାଟିଲେ ଯୁବତୀ

ଭୁବନେଶ୍ୱର,୫-୨(ବ୍ୟୁରୋ):ପ୍ରେମ ବ୍ୟାପାରକୁ ନେଇ ଇନ୍‌ଫୋସିଟି ଥାନାଞ୍ଚଳରେ ଅପ୍ରୀତିକର ଘଟଣା ଘଟିଛି। ବିବାହ ପାଇଁ ଜିଦ୍‌ ଧରି ଜଣେ ମୁସଲିମ୍‌ ସମ୍ପ୍ରଦାୟ ଯୁବତୀ ହାତ କାଟି ଗୁରୁତର ହୋଇଛନ୍ତି। ଏପରିସ୍ଥଳେ ଯୁବତୀଙ୍କ ଗର୍ଭ ନଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣି ତାଙ୍କୁ ପ୍ରେମିକ ଜଣକ ଛାଡ଼ି ଚାଲିଯାଇଛନ୍ତି। ଘଟଣାକୁ ନେଇ ପ୍ରେମିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ତାଙ୍କୁ ବ୍ଲାକ୍‌ମେଲିଂ କରି ବିବାହ ପାଇଁ ଚାପ ପକାଉଥିବା ଅଭିଯୋଗପତ୍ରରେ ସେ ଉଲ୍ଲେଖ କରିଛନ୍ତି। କିନ୍ତୁ ଯୁବତୀ ଭିନ୍ନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି। ଗର୍ଭବତୀ ହୋଇଥିବାରୁ ଯୁବକ ତାଙ୍କୁ ଗର୍ଭନଷ୍ଟ ମେଡିସିନ ଖାଇବାକୁ ଦେଇଥିଲେ। ଏହାସତ୍ତ୍ୱେ ଗର୍ଭ ନଷ୍ଟ ହୋଇ ନ ଥିଲା। ଅଧିକ ଯନ୍ତ୍ରଣା ହେବାରୁ ଯୁବକ ତାଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ। ଡାକ୍ତର ଚିକିତ୍ସା କରିବା ସମୟରେ ଏସମ୍ପର୍କରେ ଜାଣିବା ପରେ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଯୁବକଙ୍କ ଘର କୋରାପୁଟରେ ହୋଇଥିବାବେଳେ ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ରହି କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ନୟାପଲ୍ଲୀର ଉକ୍ତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କଥିଲା। ୬ମାସ ତଳେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିବାବେଳେ ଇତିମଧ୍ୟରେ ସେ ଗର୍ଭବତୀ ହୋଇଥିଲେ। ମଙ୍ଗଳବାର ସକାଳେ ଯୁବତୀ ପ୍ରେମିକଙ୍କ ରୁମ୍‌କୁ ଆସି ବିବାହ କରିବାକୁ ଜିଦ୍‌ ଧରିଥିଲେ। ନିରାଶ ହେବାରୁ ହାତ କାଟିଥିଲେ। ପୂର୍ବାହ୍ନରେ ଯୁବକ ଇନ୍‌ଫୋସିଟି ଥାନାକୁ ଯାଇ ତାଙ୍କୁ ଯୁବତୀ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ କରିଥିଲେ। ଏହି ସମୟରେ ଯୁବତୀ ଆସି ତାଙ୍କୁ ବାହାରକୁ ଡାକି ନେଇଥିଲେ। ଉଭୟ ପୋଲିସକୁ କିଛ ନ ଜଣାଇ ଚାଲିଯାଇଥିଲେ। ପରେ ସେମାନେ କ୍ୟାପିଟାଲ ହସ୍ପିଟାଲକୁ ଗର୍ଭ ନଷ୍ଟ କରିବା ପାଇଁ ଯାଇଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଯୁବତୀ ଗର୍ଭବତୀ ଅଛନ୍ତି କି ଯୁବକଙ୍କୁ ଫସାଇବାକୁ ଏପରି ଅଭିଯୋଗ ଆଣିଛନ୍ତି ମେଡିକାଲ ପରୀକ୍ଷା ପରେ ଜଣାପଡିବ ବୋଲି ଥାନା ଅଧିକାରୀ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri