Posted inଫୁରସତ

ଗରିବର ଶୋଷ ମେଣ୍ଟାଉଛନ୍ତି ମଟ୍‌କା ମ୍ୟାନ

ଦିିଲ୍ଲୀର ୬୯ ବର୍ଷୀୟ ଅଲଗ୍‌ ନଟରାଜନ୍‌ ଓରଫ୍‌ ମଟ୍‌କା ମ୍ୟାନ୍‌ ଗରିବଙ୍କ ଶୋଷ ମେଣ୍ଟାଇବାର ନେଇଛନ୍ତି ଗୁରୁ ଦାୟିତ୍ୱ। ଅସହ୍ୟ ଗରମରେ ଦିଲ୍ଲୀ ସହରବାସୀ ପାଣି ଟୋପାଏ ପାଇଁ ଛଟପଟ ହେଉଥିବାବେଳେ ନଟରାଜନ୍‌ଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ହୋଇପାରିଛି। କ୍ୟାନସର୍‌ ରୋଗକୁ ଜିତିଆସିଥିବା ନଟରାଜନ୍‌ ଅନେକ ସମୟରେ ଦେଖିବାକୁ ପାଉଥିଲେ, ସହରର ଧନୀକ ଶ୍ରେଣୀ ବା ପଇସାବାଲା ଲୋକମାନେ ନିଜ ତୃଷା ମେଣ୍ଟାଇବାକୁ ବୋତଲ ପାଣି କିଣିନେଉଥିବାବେଳେ ଗରିବ ଖଟିକିଆମାନେ ପାଣି ପାଇଁ ଅନେକ କଷ୍ଟ ସହୁଛନ୍ତି। ଏହା ଦେଖି ସେ ନିଜକୁ ରୋକିପାରିଲେନି। ରିକ୍ସାଚାଳକ, ଜରିଗୋଟାଳିଠୁ ନେଇ ଭିକ୍ଷୁକମାନେ ଏଭଳି ପାକେଜ୍‌ ପାଣି ବା ବୋତଲ କିଣିବାକୁ ଅକ୍ଷମ ଥିଲେ। ତେଣୁ ସେ ଆରମ୍ଭ କଲେ ଜଳଦାନ ଅଭିଯାନ। ପ୍ରତିଦିନ ୨ ହଜାର ଲିଟର ପାଣି ମାଠିଆରେ ଭର୍ତ୍ତି କରି ସେ ଗରିବଙ୍କ ଶୋଷ ମେଣ୍ଟାଇଲେ। ନଟରାଜନ୍‌ଙ୍କ ମତରେ, ଏପରି ନୁହେଁ ଯେ ପାଣି କେବଳ ଗରିବ ଲୋକଙ୍କ ପାଇଁ ହିଁ ରଖାଯାଇଛି ବରଂ ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ। କଥା କେବଳ ଏତିକି ଯେଉଁମାନଙ୍କର ଅର୍ଥବଳ ଅଛି, ସେମାନେ ପାଣି କିଣି ପିଇପାରୁଥିବାବେଳେ ଆଉ କିଛି ପଇସା ଖର୍ଚ୍ଚ କରି ତୃଷା ମେଣ୍ଟାଇବା ପୂର୍ବରୁ ନିଜ ପରିବାରର ପେଟ କଥା ଭାବିନିଅନ୍ତି। ତେଣୁ ସେଭଳି ଲୋକଙ୍କ ପାଇଁ ଏବେ ନଟରାଜନ୍‌ ଈଶ୍ୱରଙ୍କ ଦୂତ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri