ଗରିବଙ୍କୁ ଖାଦ୍ୟ ଯୋଗାଇବ ମୋବାଇଲ୍‌ ଫୁଡ୍‌ ବ୍ୟାଙ୍କ୍‌

ଭୁବନେଶ୍ୱର,୧୭ା୧(ବ୍ୟୁରୋ): କ୍ଷୁଧା ଦୂରୀକରଣ ତଥା ଗରିବଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ‘ସୋ ଆମ୍‌ ଆଇ(ସାଇ) ଫାଉଣ୍ଡେଶନ ଟ୍ରଷ୍ଟ’ ପକ୍ଷରୁ ‘ହଙ୍ଗର୍‌ ଫ୍ରି ଓଡ଼ିଶା’ କ୍ୟାମ୍ପେନ୍‌ ମାଧ୍ୟମରେ ଏକ ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଗୁରୁବାର କଳ୍ପନାଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ‘ହଙ୍ଗର୍‌ ଫ୍ରି ଓଡ଼ିଶା’ର ୩ୟ ଫୁଡ୍‌ ବ୍ୟାଙ୍କ୍‌ ଉଦ୍‌ଘାଟିତ ହୋଇଯାଇଛି। ଦୁଇଟି ମୋବାଇଲ୍‌ ଫୁଡ୍‌ ବ୍ୟାଙ୍କ୍‌ ଉଦ୍‌ଘାଟିତ ହେବା ସହ ‘ଶ୍ରଦ୍ଧା ଅର୍ପଣ’ କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟପଦାର୍ଥ ଦାନ ଅଭିଯାନର ଶୁଭାରମ୍ଭ ହୋଇଛି। ପୂର୍ବତନ ପୋଲିସ ଡିଜି ତଥା ଲୋକାୟୁକ୍ତ ସଦସ୍ୟ ଡ. ଆର୍‌.ପି. ଶର୍ମା, ବରିଷ୍ଠ ସାହିତି୍ୟକା ଡ. ପ୍ରତିଭା ରାୟ, ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଓଡ଼ିଶା ପୋଲିସ ହାଉସିଂ କର୍ପୋରେଶନର ସିଏମ୍‌ଡି ଲଳିତ ଦାସ, ରୋଟାରୀ ଇଣ୍ଟରନ୍ୟାଶନାଲର ଅଜୟ ଅଗ୍ରଓ୍ବାଲ ଏବଂ ସୌମ୍ୟରଞ୍ଜନ ମିଶ୍ର, ଟ୍ରଷ୍ଟର ପ୍ରତିଷ୍ଠାତା ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଫୁଡ୍‌ ବ୍ୟାଙ୍କ୍‌ର ଶୁଭ ଉଦ୍‌ଘାଟନ କରିଥିଲେ।
ଏହି ମୋବାଇଲ୍‌ ଫୁଡ୍‌ ବ୍ୟାଙ୍କ୍‌ ସେବା ଭୁବନେଶ୍ୱରରେ ପ୍ରଥମଥର ପାଇଁ ଆରମ୍ଭ କରାଯାଇଥିବା ବେଳେ ଏହା ସହରର ବିଭିନ୍ନ ସ୍ଥାନରେ ଗରିବ ତଥା ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବ। ସେହିଭଳି ‘ଶ୍ରଦ୍ଧା ଅର୍ପଣ’ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ବିଭିନ୍ନ ଆପାର୍ଟମେଣ୍ଟ, ସୋସାଇଟି ଏବଂ ଘରଗୁଡ଼ିକରେ ସ୍ବତନ୍ତ୍ର ବ୍ୟାଗ୍‌ ରଖାଯାଇ ଖାଦ୍ୟପଦାର୍ଥ ସଂଗ୍ରହ କରାଯିବ। ଅପପୁଷ୍ଟି ଏବଂ ଖାଦ୍ୟାଭାବ ଭଳି ସମସ୍ୟାକୁ ଦୂର କରିବା ପାଇଁ ଫାଉଣ୍ଡେଶନ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ୨୦୨୫ ସୁଦ୍ଧା ଏହା ରାଜ୍ୟର ପ୍ରତ୍ୟେକ ଜିଲାରେ କାର୍ଯ୍ୟକ୍ଷମ ହେବ ବୋଲି ଏହାର ପ୍ରତିଷ୍ଠାତା ପିନାକୀ ମହାନ୍ତି ଏବଂ ସହଯୋଗୀ ଚିଦାତ୍ମିକା ଖଟୁଆ ସୂଚନା ଦେଇଥିଲେ। ଏହି ଅବସରରେ ନିଶିକାନ୍ତ ମିଶ୍ର, ବିମଳେନ୍ଦୁ ମହାନ୍ତି, ତନୟା ପଟ୍ଟନାୟକ, ଧୀରେନ୍ଦ୍ର କର, ସରଦ ବୈଦ, ମାତୃଦତ୍ତ ମିଶ୍ର, ଶାଳିନୀ କୋଠକୋଣ୍ଡା, ଅମ୍ବିକା ନନ୍ଦ, ଶୁଭେନ୍ଦୁ ପରିଡ଼ା, ସୁବାସ ଚନ୍ଦ୍ର ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri