ଗରିବଙ୍କ ରାଶନ ଖାଉଥିଲେ ଅଯୋଗ୍ୟ ହିତାଧିକାରୀ: ଧରାପକାଇଲା ଆଧାର

ଭୁବନେଶ୍ୱର,୩।୯(ବ୍ୟୁରୋ): ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅଯୋଗ୍ୟ ହିତାଧିକାରୀ ଗତ ୪ବର୍ଷ ହେବ ଗରିବଙ୍କ ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ ଚାଉଳ, ଗହମ ଲୁଟି ନେଉଥିଲେ। ଗାଡ଼ି ଘୋଡ଼ା, କୋଠାଘର, ଏକର ଏକର ସମ୍ପତ୍ତି, ସରକାରୀ ଚାକିରି ଥିବା ଅଯୋଗ୍ୟ ହିତାଧିକାରୀ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା (ଏନ୍‌ଏଫ୍‌ଏସ୍‌ଏ)ରେ ଗରିବଙ୍କ ଖାଦ୍ୟ ସାମଗ୍ରୀ ହଡ଼ପ କରୁଥିଲେ। ତାହା ପୁଣି ଖୋଦ୍‌ ସରକାରୀ ବାବୁମାନଙ୍କ ଜ୍ଞାତସାରରେ। ରାଶନ କାର୍ଡ ସହ ଆଧାର ସଂଯୋଗ ହେବା ପରେ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଲକ୍ଷ ୭୯ ହଜାର ଅଯୋଗ୍ୟ ହିତାଧିକାରୀ ଏନ୍‌ଏଫ୍‌ଏସ୍‌ଏରୁ ବାଦ୍‌ ପଡ଼ିଛନ୍ତି। ସେଥିରୁ ୮ଲକ୍ଷ ୧୮ ହଜାର ଏନ୍‌ଏଫ୍‌ଏସ୍‌ଏ କାର୍ଡଧାରୀ ଆଧାର ଲିଙ୍କ ପରେ ବାଦ୍‌ ପଡ଼ିଥିବା ବେଳେ ୨ ଲକ୍ଷ ୬୧ ହଜାର କାର୍ଡଧାରୀଙ୍କ ମୃତ୍ୟୁ ହୋଇସାରିଛି। ତେବେ ଏହି ଅଯୋଗ୍ୟ ଏବଂ ମୃତ ବ୍ୟକ୍ତିଙ୍କ କାର୍ଡରେ ବର୍ଷ ବର୍ଷ ଧରି କିପରି ରାଶନ ଲୁଟି ଚାଲିଥିଲେ ଏବଂ ଏହା ଜାଣି ମଧ୍ୟ କିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ ଓ କେଉଁମାନଙ୍କୁ ବାଦ୍‌ ଦିଆଯିବ ସେ ନେଇ ରାଜ୍ୟ ସରକାର ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛନ୍ତି। ଗାଇଡ୍‌ ଲାଇନ୍‌ ଅନୁଯାୟୀ ୬ଟି ମାନଦଣ୍ଡ ଆଧାରରେ ଗରିବ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଏନ୍‌ଏଫ୍‌ଏସ୍‌ଏରେ ସାମିଲ କରାଯାଉଥିବା ବେଳେ ୯ଟି ମାନଦଣ୍ଡ ଆଧାରରେ ସ୍ବଚ୍ଛଳ ବର୍ଗଙ୍କୁ ଏଥିରୁ ବାଦ୍‌ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ତଥ୍ୟ ଗୋପନ ରଖି ଲକ୍ଷଲକ୍ଷ ଅସାଧୁ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ଭରପୂର ଫାଇଦା ଉଠାଇବାରେ ଲାଗିପଡିଛନ୍ତି। ଏ ନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ତତ୍କାଳୀନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଧରପଗଡ଼ ମଧ୍ୟ ଜୋରଦାର ହୋଇଥିଲା। କେତେକ ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଫୌଜଦାରି ମାମଲା ରୁଜୁ ହୋଇଥିଲା। ବେଆଇନ ଭାବେ ନେଇଥିବା ଖାଦ୍ୟ ଶସ୍ୟ ବାବଦରେ ବଜାର ଦର ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରି କି ଗଞ୍ଜାମ ଜିଲାର ୯ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯାଇଥିଲା। ତନାଘନା ଯୋଗୁ ଲକ୍ଷଲକ୍ଷ ସଂଖ୍ୟାରେ ବେଆଇନ ରାଶନ କାର୍ଡଧାରୀ ଭୟରେ ଫେରାଇ ଦେଇଥିଲେ। ଖାଦ୍ୟ ଶସ୍ୟ ବାବଦରେ ବେଆଇନ ରାଶନ କାର୍ଡଧାରୀଙ୍କ ଠାରୁ ୪୨ କୋଟି ୧୩ ଲକ୍ଷ ୯୦ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଥିଲା। ଏହାକୁ ନେଇ ବିରୋଧୀ ଦଳ କଂଗ୍ରେସ ଓ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥିଯୋଗୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଶକ୍ତ ଝଟ୍‌କା ମଧ୍ୟ ଲାଗିଥିଲା। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ପଞ୍ଚାୟତରେ ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। କାଳେ ୨୦୧୯ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ଏଥିପାଇଁ ଗୋଇନ୍ଦା ସୂଚନା ଆଧାରରେ ରାଜ୍ୟ ସରକାର ବେଆଇନ ହିତାଧିକାରୀଙ୍କଠାରୁ ଆଦାୟ କରିଥିବା ଜରିମାନା ରାଶି ଫେରାଇବା ସହ ମକଦ୍ଦମା ଉଠାଇ ଦେଇଥିଲେ। ଆଦାୟ ହୋଇଥିବା ରାଶିରୁ ୩୬ କୋଟି ୨୭ ଲକ୍ଷ ୫୫ ହଜାର ୭୮୫ ଟଙ୍କା ସରକାର ବେଆଇନ ରାଶନକାର୍ଡଧାରୀଙ୍କୁ ଫେରାଇ ଦେଇଥିଲେ। ଏହାର ସୁଯୋଗ ନେଇ ପୁଣି ବେଆଇନ ଏବଂ ଅସାଧୁ ଲୋକମାନେ ଏନ୍‌ଏଫ୍‌ଏସ୍‌ଏ କାର୍ଡ ହାତେଇବାରେ ସଫଳ ହୋଇଥିଲେ। କେନ୍ଦ୍ର ସରକାର ଯୋଗାଉଥିବା ଗରିବଙ୍କ ଖାଦ୍ୟ ସାମଗ୍ରୀ ଲୁଟ୍‌ କରିଚାଲିଲେ। ରାଜ୍ୟ ସରକାର ଏସବୁ ଜାଣି ମଧ୍ୟ ଦେଖି ନ ଦେଖିଲା ପରି ଚୁପ୍‌ ରହିଲେ। ତେବେ ଆଧାର କାର୍ଡକୁ ରାଶନ କାର୍ଡ ସହ ଶତପ୍ରତିଶତ ସଂଯୋଗ କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଲେ। ଆଧାର ସଂଯୋଗ ନ ହେଲେ ରାଶନ ଯୋଗାଇ ଦିଆଯିବ ନାହିଁ ବୋଲି ପରୋକ୍ଷ ଚେତାବନୀ ଦେଲେ। ଏଭଳି ନିର୍ଦ୍ଦେଶ ପରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୯୭ ପ୍ରତିଶତ ପରିବାରଙ୍କୁ ଆଧାର ସହ ସଂଯୋଗ କରାଯାଇଛି। ଆଧାର ସଂଯୋଗ ହେବା ପରେ ଚୋରି ଛୁପି ରାଶନ ଲୁଟ୍‌ କରୁଥିବା କଳାକାରନାମାର ଫର୍ଦ୍ଦାଫାଶ ହୋଇଛି। ଏନ୍‌ଏଫ୍‌ଏସ୍‌ରୁ ବାଦ୍‌ ପଡିଥିବା ୧୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କେବଳ ଚାଉଳ ପାଉଥିବା ସମ ପରିମାଣ ଲୋକଙ୍କୁ ସାମିଲ କରାଯାଇଛି। ରାଜ୍ୟ ସରକାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ରାଶନ ଯୋଗାଇ ଦେଉଥିଲେ। ସେଥିରୁ ୧୧ଲକ୍ଷ ବାଦ୍‌ ପଡ଼ିବା ଯୋଗୁ କାଳେ କୋଟା କମିଯିବ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଏନ୍‌ଏଫ୍‌ଏସ୍‌ରେ ସାମିଲ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଏନ୍‌ଏଫ୍‌ଏସ୍‌ରୁ ବାଦ୍‌ ପଡିଥିବା ୨୫ଲକ୍ଷ ଲୋକଙ୍କୁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ଯୋଗାଇ ଦେଉଥିଲେ। ସେଥିରୁ ୧୧ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ତେବେ ୧୦୦ ପ୍ରତିଶତ ଆଧାର ଲିଙ୍କ ହେବା ପରେ ଆହୁରି ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିବେ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ତେବେ ଯେଉଁ ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସାମଗ୍ରୀ ଲୁଟୁଥିଲେ ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ନା ଭୋଟ ଭୟରେ ଏହାକୁ ଅଣଦେଖା କରିବେ ଏ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri