ଗରିବ ରାଜ୍ୟ ଜିଏସ୍‌ଟି ଆଦାୟରେ ଆଗୁଆ; ଓଡ଼ିଶାର ଟିକସ ସଂଗ୍ରହ ୨୦.୮%

ନୂଆଦିଲ୍ଲୀ,୧୪-୮: ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ର ପ୍ରଥମ ୪ ମାସରେ ସାମ୍ରଗୀ ଏବଂ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ କ୍ଷେତ୍ରରେ ଓଡ଼ିଶା, ବିହାର, ୟୁପି ଓ ମଧ୍ୟପ୍ରଦେଶ ଭଳି ଖାଉଟି ତଥା ଗରିବ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, କର୍ନାଟକ ଏବଂ ତାମିଲନାଡୁ ଭଳି ଔଦ୍ୟୋଗିକ ଦୃଷ୍ଟିରୁ ବିକଶିତ ରାଜ୍ୟଙ୍କ ତୁଳନାରେ ଆଗୁଆ ରହିଛନ୍ତି। ଏହି ସମୟରେ ଦେଶର ମୋଟ ଜିଏସ୍‌ଟି ସଂଗ୍ରହ ୯ ପ୍ରତିଶତ ବୃଦ୍ଧି ପାଇ ୩.୫୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଏହି କ୍ଷେତ୍ରରେ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସବୁଠାରୁ ପଛରେ ପଡିଯାଇଛନ୍ତି। ତେବେ ଉତ୍ତର-ପୂର୍ବ ରାଜ୍ୟ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି।
ପ୍ରାପ୍ତ ତଥ୍ୟରୁ ଜଣାପଡିଛି ଯେ, ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଦିଲ୍ଲୀର ଜିଏସ୍‌ଟି ସଂଗ୍ରହ ୨% ହ୍ରାସ ପାଇ ୧୨,୭୦୦ କୋଟି ଟଙ୍କା ହୋଇଛି, ଯାହା କି, ପୂର୍ବବର୍ଷ ୧୩ ହଜାର କୋଟି ଟଙ୍କା ଥିଲା। ଉଲ୍ଲେଖ କରାଯାଇପାରେ ଯେ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶକୁ ଏକଦା ‘ବିମାରୁ’ ରାଜ୍ୟ କୁହାଯାଉଥିଲା। ଅର୍ଥାତ୍‌ ଏହି ରାଜ୍ୟଗୁଡ଼ିକୁ ରୋଗଗ୍ରସ୍ତ ବା ଗରିବ ରାଜ୍ୟ ଭାବେ ପ୍ରତିପାଦନ କରାଯାଉଛି। ତେବେ ସେମାନଙ୍କ ଜନସଂଖ୍ୟା ଅଧିକ ହୋଇଥିବାରୁ ସାମଗ୍ରୀ ଓ ସେବାର ଉପଭୋଗ ମଧ୍ୟ ଅଧିକ ହୋଇଥାଏ। ଓଡ଼ିଶାର ଜିଏସ୍‌ଟି ସଂଗ୍ରହ ସର୍ବାଧିକ ୨୦.୮% ବୃଦ୍ଧି ପାଇଛି। ଏହାପରେ ଉତ୍ତରାଖଣ୍ଡର ଜିଏସ୍‌ଟି ଆଦାୟ ହାର ୧୯.୯ ପ୍ରତିଶତ, ବିହାରର ୧୭.୮ ପ୍ରତିଶତ, ମଧ୍ୟପ୍ରଦେଶର ୧୪.୬ ପ୍ରତିଶତ, ଆସାମର ୧୪.୧ ପ୍ରତିଶତ ଏବଂ ଉତ୍ତରପ୍ରଦେଶର ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ ହୋଇଛି। ମିଡିଆକୁ ପ୍ରାପ୍ତ ସୂଚନାନୁଯାୟୀ, ଗରିବ ରାଜ୍ୟ ଭିତରେ କେବଳ ପଶ୍ଚିମବଙ୍ଗ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମଧ୍ୟରେ ଜିଏସ୍‌ଟି ଆଦାୟ ପ୍ରଦର୍ଶନ ଭଲ ହୋଇନାହିଁ। ରାଜ୍ୟ ମାତ୍ର ୬.୪% ହାରରେ ଜିଏସଟି ଆଦାୟ କରିପାରିଛି। ତେବେ ଜିଏସଟି ସଂଗ୍ରହ କ୍ଷେତ୍ରରେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ସର୍ବାଧିକ ୩୯ ପ୍ରତିଶତ, ଅରୁଣାଚଳ ପ୍ରଦେଶ ୩୫ ପ୍ରତିଶତ, ସିକିମ ୩୨ ପ୍ରତିଶତ ବୃଦ୍ଧି ପାଇଛି। ତେବେ ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ସେମାନଙ୍କ ମୋଟ ଜିଏସଟି ସଂଗ୍ରହ ୧୦୦ କୋଟି ଟଙ୍କା ମଧ୍ୟରେ ସୀମିତ ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଉପଭୋଗ କରୁଥିବା ରାଜ୍ୟରେ ଜିଏସ୍‌ଟି ସଂଗ୍ରହ ବଢ଼ିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। କାରଣ ଉତ୍ପାଦକ ରାଜ୍ୟରେ ସାମଗ୍ରୀ ବ୍ୟବହାର ବୃଦ୍ଧି ପାଇବ ନାହିଁ ଏବଂ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିବ। ତେବେ ଔଦ୍ୟୋଗିକ ସମ୍ପନ୍ନ ରାଜ୍ୟଗୁଡ଼ିକର ଜିଏସ୍‌ଟି ଆଦାୟ କମିବା ଅର୍ଥ କେନ୍ଦ୍ର ସରକାର ସେମାନଙ୍କୁ ଅଧିକ କ୍ଷତିପୂରଣ ଦେବାକୁ ହେବ। ଏହା ହିଁ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହେବ। କାରଣ କ୍ଷତିପୂରଣ ବ୍ୟବସ୍ଥା ଅନୁଯାୟୀ ଜିଏସ୍‌ଟି ଆଦାୟ ବୃଦ୍ଧି ବାର୍ଷିକ ୧୪%ରୁ କମ୍‌ ହେଉଥିଲେ କେନ୍ଦ୍ର ସରକାର ରାଜ୍ୟ ସରକାରଗୁଡ଼ିକୁ କ୍ଷତିପୂରଣ ଦେବେ। ଏହି ବ୍ୟବସ୍ଥାରେ ଏବେ ଓଡ଼ିଶା ସମେତ କେତେକ ଗରିବ ରାଜ୍ୟ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଆଉ କ୍ଷତିପୂରଣ ପାଇବାକୁ ହକ୍‌ଦାର ହେବେ ନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ, ଆଇଜିଏସ୍‌ଟି ବାଣ୍ଟିବା ସମୟ ଆସିଥିବା ବେଳେ କେନ୍ଦ୍ର ସରକାରଙ୍କୁ କ୍ଷତିପୂରଣ ବାବଦରେ ଅଧିକ ବ୍ୟୟ କରିବାକୁ ପଡିବ ନିଶ୍ଚିତ ହୋଇଯାଇଛି। ତେବେ ଗରିବ ରାଜ୍ୟଗୁଡ଼ିକ ଏହାଦ୍ୱାରା ଅଧିକ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri