ଗରମ ଓ ଗର୍ଭବତୀଙ୍କ ଯତ୍ନ

କାଲି ସରିଛି ସ୍ନାନ ପୂର୍ଣ୍ଣମୀ। ଆଜିଠୁ ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁ ରହିବେ ଅଣବସରରେ। କୁହାଯାଏ ଏହି ସମୟରେ ଅନୁଭୂତ ହୁଏ ଅଣବସର ଗୁଳୁଗୁଳି। ତେବେ ଖରାଦିନ ଶେଷ ଏବଂ ବର୍ଷାର ଆରମ୍ଭ ମଧ୍ୟବର୍ତ୍ତୀ ଏହି ସମୟରେ ହେଉଥିବା ପାଣିପାଗ ପରିବର୍ତ୍ତନଜନିତ ଗରମ ସମସ୍ତଙ୍କ ଲାଗି ବିଶେଷ କରି ଗର୍ଭବତୀଙ୍କ ଲାଗି ହୋଇପଡ଼େ ଅସହ୍ୟ। ତେଣୁ ଏହି ସମୟରେ ଉଭୟ ମା’ ଏବଂ ଗର୍ଭସ୍ଥ ସନ୍ତାନର ସୁରକ୍ଷା ଲାଗି ଯତ୍ନଶୀଳ ହେବା ଆବଶ୍ୟକ…

ଗର୍ଭାବସ୍ଥା ଏକ ସ୍ପର୍ଶକାତର ସମୟ, ଯେଉଁଥିରେ ଭାବୀ ମା’କୁ ଦୀର୍ଘ ୯ ମାସ ଧରି ଶିଶୁଟିକୁ ଗର୍ଭରେ ଧାରଣ କରି ସବୁ ସୁବିଧା, ଅସୁବିଧାକୁ ସାମ୍ନା କରିବାକୁ ପଡ଼ିଥାଏ। ମାତୃତ୍ୱର ଏହି ଯାତ୍ରା ଖୁବ୍‌ ଆନନ୍ଦଦାୟକ ହେଲେ ମଧ୍ୟ କେତେବେଳେ ଏହା ନିରାପଦ ହୋଇଥାଏ ତ’ ପୁଣି କେତେବେଳେ ବିପଦ ସଙ୍କୁଳ ହୋଇଥାଏ। କାରଣ ନିଜର ଓଜନ ସହ ଆଉ ଗୋଟିଏ ଶିଶୁକୁ ଗର୍ଭରେ ଧାରଣ କରି ଜୀବନ ନିର୍ବାହ କରିବା କମ୍‌ କଷ୍ଟକର ବ୍ୟାପାର ନୁହେଁ। ବିଶେଷ ଭାବରେ ଖରା ଗରମ ଏବଂ ଗୁଳୁଗୁଳି ସମୟ ଗର୍ଭବତୀ ନାରୀ ପାଇଁ ବେଶ୍‌ କଷ୍ଟଦାୟକ ହୋଇଥାଏ। ଅସହ୍ୟ ତାତି ସାଙ୍ଗକୁ ଝାଳ ବୋହିବା, ଜଣେ ସାଧାରଣ ମଣିଷ ପାଇଁ କଷ୍ଟକର ହୋଇପଡ଼ିଥିବା ବେଳେ ଗର୍ଭବତୀ ନାରୀ ପାଇଁ ଏହାକୁ ସହନ କରିବା ଯନ୍ତ୍ରଣାଦାୟକ ହୋଇଥାଏ। ଗର୍ଭାବସ୍ଥାରେ କେତେକ ଅନ୍ତଃସ୍ରାବୀ ରସ ତଥା ଶାରୀରିକ ପରିବର୍ତ୍ତନ ଯୋଗୁ ଭାବୀ ମା’ମାନଙ୍କୁ ବେଶି ଗରମ ଲାଗିଥାଏ। ସେମାନଙ୍କର ବେଶି ଝାଳ ମଧ୍ୟ ବୋହିଥାଏ।
ସାଧାରଣତଃ ପ୍ରତ୍ୟେକ ଗର୍ଭବତୀ ନାରୀଙ୍କ ଠାରେ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, କ୍ଳାନ୍ତି ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ। କିନ୍ତୁ ଗରମ ଦିନେ ଏହି ଲକ୍ଷଣ ବଢ଼ିଯାଏ ଏବଂ ଟିକେ ଯନତ୍ ନ ପାଇଲେ ସେମାନଙ୍କର ଅଂଶୁଘାତ ହେବାର ଭୟ ଥାଏ। ମା’ ଦେହର ତାପମାତ୍ରା ବଢ଼ିଗଲେ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ତା’ର ଖରାପ ପ୍ରଭାବ ପଡ଼ିଥାଏ। ବେଶି ଝାଳ ବୋହୁଥିବାରୁ ଦେହରୁ ଜଳୀୟ ଅଂଶ କମିଯାଏ (ଡିହାଇଡ୍ରେଶନ୍‌) ତେଣୁ ପ୍ରଚୁର ପାଣି (ଅତି କମ୍‌ରେ ୮-୧୦ଗ୍ଲାସ୍‌) ପିଇବା ଆବଶ୍ୟକ। ଏହି ପାଣି ଗର୍ଭରେ ଶିଶୁକୁ ଶକ୍ତି ଯୋଗାଉଥିବା ଗର୍ଭଫୁଲକୁ ବିକାଶ କରିଥାଏ। ତା’ ଛଡା ଏହା ଦେହରେ ଥିବା ବିଷାକ୍ତ ପଦାର୍ଥକୁ ପରିସ୍ରା ଓ ଝାଳ ବାଟେ ବାହାରି ଯିବାରେ ସାହାଯ୍ୟ କରିଥାଏ। ପାଣି ବ୍ୟତୀତ ଲେମ୍ବୁପାଣି, ପଇଡ଼ପାଣି, ଆଖୁରସ, ସରବତ୍‌ ପ୍ରଚୁର ପରିମାଣରେ ପିଇବା ଦରକାର। ବାହାରକୁ ଗଲାବେଳେ ସବୁବେଳେ ବୋତଲରେ ପିଇବା ପାଣି ରଖିବା ଆବଶ୍ୟକ। ଅଧିକ ଗରମ ଲାଗିଲେ ମୁହଁ ଏବଂ ଦେହ ଧୋଇଦେବା ଜରୁରୀ।
ଏ ସମୟରେ ଶୀଘ୍ର ହଜମ ହେଉ ନ ଥିବାରୁ, ତରଭୁଜ, କାକୁଡ଼ି, ସାଲାଡ଼, ଫଳ ଖାଆନ୍ତୁ । ଚା, କଫି ଆଦି ବଦଳରେ ଦହି ସାଲାଡ଼, ଲେମ୍ବୁ, ଲୁଣ, ଚିନି ସରବତ, ଫ୍ରୁଟ୍‌ ଜୁସ୍‌ ପିଅନ୍ତୁ।
ଏହି ଅବସ୍ଥାରେ ଖରାରେ ଆଦୌ ବାହାରକୁ ବାହାରନ୍ତୁ ନାହିଁ। ଯେତେ ଦୂର ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ନିହାତି କିଛି କାମ ଥିଲେ ସନ୍ଧ୍ୟା ପରେ ସାରିବାକୁ ଚେଷ୍ଟା କରନ୍ତୁ। ଅତ୍ୟଧିକ ଗରମ, ଟାଣ ଖରା ତଥା ପ୍ରଦୂଷଣ ଶରୀରର ବହୁତ କ୍ଷତି କରେ। ସକାଳେ କିଛି ସମୟ ଚାଲିବା ବେଶ୍‌ ଭଲ।
ଗର୍ଭାବସ୍ଥାରେ ଅନେକଙ୍କର ଗୋଡ଼ ଫୁଲିଥାଏ। ତେଣୁ ଗରମ ଗୁଳୁଗୁଳିରେ ସିନ୍ଥେଟିକ୍‌ ଏବଂ ଟାଇଟ୍‌ ପୋଷାକ ପିନ୍ଧବା ଦ୍ୱାରା ଅସୁବିଧା ହୋଇଥାଏ। ଯଥାସମ୍ଭବ ଆରାମଦାୟକ ଢିଲା କଟନ ପୋଷାକ ପିନ୍ଧନ୍ତୁ। ତେଣୁ ଟାଇଟ ଜୋତା ପରିବର୍ତ୍ତେ ନରମ, କୋମଳ ଢିଲା ଚପଲ ବ୍ୟବହାର କରନ୍ତୁ।
ଗରମ, ଗୁଳୁଗୁଳି ସମୟରେ କେଶ ଲମ୍ବା ରଖିନ୍ତୁ ନାହିଁ। ସେହିପରି ଝାଳ ନ ହେବା ଲାଗି କେଶ ଛୋଟ ରଖନ୍ତୁ, ମଝିରେ ମଝିରେ ଶାମ୍ପୁ କରନ୍ତୁ। କେଶ ଖୋଲା ନ ରଖି ଖୋଷା ବା ପନିଟେଲ୍‌ କରନ୍ତୁ। ଆବଶ୍ୟକ ହେଲେ କେଶ କାଟି ଛୋଟ କରିଦିଅନ୍ତୁ।
ଏମିତିରେ ଗର୍ଭାବସ୍ଥାରେ ଚର୍ମରେ ଡାର୍କ ପ୍ୟାଚ୍‌, ଡ୍ରାଏ ସ୍ପଟ୍‌ସ, ପିଗ୍‌ମେଣ୍ଟେଶନ୍‌, ଚମ ଫଳିବା (ର଼୍ୟାସେସ୍‌) ଆଦି ଭଳି ଅନେକ ପରିବର୍ତ୍ତନ ଦେଖାଦିଏ। ଯାହାକି ଗରମରେ ବଢିଯିବାର ଆଶଙ୍କା ଥାଏ। ତେଣୁ ଗାଧୋଇସାରି ଚର୍ମରେ ଭଲଭାବେ ମଏଶ୍ଚରାଇଜିଂ ଲୋସନ ବା କ୍ରିମ୍‌ ଲଗାଇବା ଭଲ। ଏଦିନେ ଗରମ ପାଣି ବା ହଟ୍‌ ସାୱର ବାଥ୍‌ କରନ୍ତୁ ନାହିଁ, ନଚେତ୍‌ ଚର୍ମ କୁଣ୍ଡାଇ ହେବା ସହ ଶୁଖିଲା ହୋଇଯିବ।
ଅଧିକ ଗରମ, ଗୁଳୁଗୁଳି ଲାଗିଲେ ଥଣ୍ଡା ଘରେ ୮-୧୦ ଘଣ୍ଟା ବିଶ୍ରାମ ନିଅନ୍ତୁ। ପ୍ରଚୁର ଝାଳ ବୋହିଲେ ଶରୀରର ଇଲେକ୍ଟ୍ରୋଲାଇଟସ୍‌ ଯଥା ସୋଡିୟମ ଓ ପଟାସିୟମ ଅସନ୍ତୁଳନ ହୁଏ ଏବଂ ଗୋଡ଼ହାତ ବିନ୍ଧିବା ସହ କ୍ଳାନ୍ତି ଲାଗେ । ଏହାକୁ ହିଟ୍‌ କ୍ରାମ୍ପସ୍‌ କୁହାଯାଏ। ଏପରି ଲାଗିଲେ କଦଳୀ ଖାଇବା ସହ ଲେମ୍ବୁ ଲୁଣ ପାଣି ପିଇବା ଉଚିତ । ଗର୍ଭାବସ୍ଥାର ପ୍ରଥମ ୩ ମାସରେ ଅଂଶୁଘାତ ହେଲେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବାର ଭୟ ଥାଏ। ତେଣୁ ଦିନରେ ବାହାରକୁ ଯିବା କିମ୍ବା ଚୁଲି ପାଖରେ ବହୁ ସମୟ ଠିଆ ହୋଇ ରୋଷେଇ କରିବା ଉଚିତ ନୁହେଁ।
– ଲିଙ୍କ୍‌ ରୋଡ,କଟକ
ମୋ- ୯୪୩୭୯୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri