ଗଣେଶ ପୂଜା ପାଇଁ ପ୍ରସ୍ତୁତି: ୩୮ ମଣ୍ଡପରେ ପୂଜାର୍ଚ୍ଚନା

ଢେଙ୍କାନାଳ ଅଫିସ, ୧୦।୮ – ଢେଙ୍କାନାଳ ସହରରେ ସେପ୍ଟେମ୍ବର ୨ରୁ ଆରମ୍ଭ ହେଉଛି ବିଘ୍ନରାଜ ଗଜାନନଙ୍କ ପୂଜା। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାକୁ ଶୁକ୍ରବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହଯୋଗ ଲୋଡ଼ିଥିଲେ। ଚଳିତବର୍ଷ ୩୮ ମଣ୍ଡପରେ ବିଘ୍ନ ବିନାଶକଙ୍କ ପୂଜା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୯ରେ ଭସାଣି ଉତ୍ସବ ରହିଛି। ମିଳିତ ଭସାଣି ଶୋଭାଯାତ୍ରାରେ ୩୩ ମେଢ଼ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି।
ପୂଜା ଉତ୍ସବକୁ ଶବ୍ଦ ପ୍ରଦୂଷଣ ମୁକ୍ତ କରିବାକୁ ଡିଜେ ସାଉଣ୍ଡ ଉପରେ କଟକଣା ଜାରି କରାଯାଇଛି। ସେହିପରି ପରିବେଶ ପ୍ରଦୂଷଣ ରୋକିବାକୁ ପ୍ଲାଷ୍ଟିକ୍‌, ଥର୍ମୋକୁଲ, ପଲିଥିନ ବ୍ୟବହାର ବର୍ଜନ କରିବାକୁ ନିଷ୍ପତ୍ତି ହୋଇଛି। ପୂଜା ପ୍ରତିଯୋଗିତାମୂଳକ ହେଉଥିବାରୁ ମଣ୍ଡପ, ସାଜସଜ୍ଜା, ଶାନ୍ତିଶୃଙ୍ଖଳାକୁ ନଜରରେ ରଖି ମୂଲ୍ୟାୟନ କରାଯିବ। ଏଥି ଲାଗି ବିଚାରକ କମିଟି ଗଠନ କରାଯିବ। ଲକ୍ଷ୍ମୀପୂଜାରେ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ଶ୍ରେଷ୍ଠ ପୂଜା କମିଟି ପୁରସ୍କୃତ ହେବେ। ପୂଜାରେ ମଦକୁ ସମ୍ପୂର୍ଣ୍ଣ ବର୍ଜନ କରାଯାଇଛି। ଭସାଣି ଉତ୍ସବର ୨୪ଘଣ୍ଟା ପୂର୍ବରୁ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଏ ନେଇ କମିଟି କର୍ମକର୍ତ୍ତାମାନେ ସ୍ବତଃସ୍ଫୂର୍ତ୍ତ ଭାବେ ଶପଥ ନେଇଛନ୍ତି, ଯାହାକୁ ସ୍ବାଗତ କରିଛନ୍ତି ଜିଲାପାଳ। ଭସାଣି ଦିନ ପୂର୍ବାହ୍ନ ୮ଟା ସୁଦ୍ଧା ସମସ୍ତ ମେଢ଼ ଅସ୍ଥାନ ଛାଡ଼ି ମିନି ଷ୍ଟାଡିୟମରେ ପହଞ୍ଚତ୍ବେ। ସେଠାରେ କ୍ରମିକ ନମ୍ବର ପାଇଁ ଲଟେରି ହେବ। ତଦନୁଯାୟୀ ମେଢଗୁଡ଼ିକ ମିଳିତ ଶୋଭାଯାତ୍ରାରେ ବାହାରିବେ। ଅପରାହ୍ନ ୫ଟା ସୁଦ୍ଧା ପ୍ରଥମ ୭ଟି ମେଢ ବିସର୍ଜିତ ହେବେ। ରାତି ୭ଟା ସୁଦ୍ଧା ଭସାଣିି ସମ୍ପନ୍ନ ହେବ ବୋଲି ସ୍ଥିର କରାଯାଇଛି। ମୂର୍ତ୍ତି ବିସର୍ଜନ ପାଇଁ ଜଳାଶୟରେ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ କରିବାକୁ ଜନସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି। ଯେକୌଣସି ଦୁର୍ଘଟଣାକୁ ଏଡ଼ାଇବାକୁ ଡାକ୍ତରୀ ଦଳ, ଆମ୍ବୁଲାନ୍ସ ସଜାଗ ରହିବେ ବୋଲି ସୂଚନା ଦିଆଯାଇଛି।
ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଅତିରିକ୍ତ ଏସ୍‌ପି ହରେକୃଷ୍ଣ ପ୍ରଧାନ, ମିଳିତବଜାର ଗଣେଶ ପୂଜା କମିଟିର ସଭାପତି ସୁଧାଂଶୁ କୁମାର ଦଳେଇ, ସମ୍ପାଦକ ବିଶ୍ୱନାଥ ବେହେରାଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ରହି ସୁଚିନ୍ତିତ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri