ଗଣଶିକ୍ଷା ବିଭାଗର ‘ଜିରୋ ଏଫ୍‌’ ମିଶନ:ଛୁଟିଦିନରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବେ ଶିକ୍ଷକ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଫେଲ୍‌ ହାର କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଛି। ଏଥିପାଇଁ ‘ଜିରୋ ଏଫ୍‌’ ମିଶନ ଆରମ୍ଭ କରିଛି। ପ୍ରଥମେ କଟକ ଜିଲାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନିଆଯାଇଛି। ଛୁଟିଦିନଗୁଡ଼ିକରେ ମଧ୍ୟ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର। ଏନେଇ ଜିଲା ଶିକ୍ଷାଧିକାରୀ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। ପିଲାଙ୍କ ପାଠ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଲିଖିତ ଅନୁମତି ବିନା ଶିକ୍ଷକମାନେ ଛୁଟି ନେଇପାରିବେ ନାହିଁ। ଶିକ୍ଷକଙ୍କ ଉପସ୍ଥାନ ଯାଞ୍ଚ କରିବାକୁ ବିଇଓମାନଙ୍କୁ ଅଚାନକ ପରିବର୍ଶନ କରିବାକୁ କୁହାଯାଇଛି। ଏହାସହ ବିଇଓମାନେ ନିଜ ଅଞ୍ଚଳର ପ୍ରଧାନଶିକ୍ଷକଙ୍କୁ ନେଇ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରିବେ। ଯେଉଁଥିରେ ପାଠପଢ଼ା ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ଏହି କ୍ରମରେ କଟକ ଜିଲାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଦଶହରା ଛୁଟିରେ ବି କଟକର ବିଭିନ୍ନ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଚାଲିଥିଲା। ସୂଚନାଯୋଗ୍ୟ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ରାଜ୍ୟର ୮୨ ସ୍କୁଲର ଜିରୋ ରେଜଲ୍ଟ ହୋଇଥିଲା, ଯାହାକୁ ନେଇ ବିଭାଗ ଅନେକ ସମାଲୋଚନାର ଶିକାର ହୋଇଥିଲା। ତେଣୁ ସେହି ପରିସଂଖ୍ୟାନକୁ ସୁଧାରିବା ପାଇଁ ବିଭାଗ ପକ୍ଷରୁ ‘ଜିରୋ ଏଫ୍‌’ ମିଶନ ଆରମ୍ଭ ହୋଇଛି। ସେପେଟେ ଶିକ୍ଷକ ପଦବୀ ପୂରଣ ନ କରି ବିଭାଗ ଏଭଳି ନିଷ୍ପତ୍ତି ନେବା ଉଚିତ ନୁହେଁ ବୋଲି ଶିକ୍ଷକ ସଂଘ କହିଛି। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ଛୁଟି ନେବା ଶିକ୍ଷକଙ୍କ ଅଧିକାର। ଶିକ୍ଷକଙ୍କ ଛୁଟିକୁ ବଳି ପକାଇ କେବଳ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇଲେ ‘ଜିରୋ ଏଫ୍‌’ ମିଶନ କରିଦେଲେ ଏହା ସଫଳ ହେବ ନାହିଁ। ପ୍ରଥମରୁ ଆମୂଳଚୂଳ ପରିବର୍ତ୍ତନ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ। ସେପଟେ ଫେଲ୍‌ ହାର କମାଇବା ଆମର ମୂଳ ଲକ୍ଷ୍ୟ ବୋଲି ବିଭାଗୀୟ ମନ୍ତ୍ରୀ ମୀର ରଞ୍ଜନ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri