ଭୁବନେଶ୍ୱର,୨୧।୮(ବ୍ୟୁରୋ): ବେଆଇନ ଲଘୁ ଖଣିଜ କାରବାରକୁ ରୋକିବା ପାଇଁ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାଳୟ ଗଠନ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ବୈଜ୍ଞାନିକ ପଦ୍ଧତିରେ କେଉଁ କେଉଁ ଅଞ୍ଚଳରେ ଲଘୁ ଖଣିଜ ରହିଛି, ତାହାର କିପରି ବିନିଯୋଗ କରାଯିବ, ସେ ନେଇ ନିର୍ଦ୍ଦେଶାଳୟ ଖସଡା ପ୍ରସ୍ତୁତ କରିବ। ଲଘୁ ଖଣିଜ ଲିଜ୍ ନେଇ ମଧ୍ୟ ନିର୍ଦ୍ଦେଶାଳୟ ଗାଇଡଲାଇନ ପ୍ରସ୍ତୁତ କରିବ। ସ୍ଥାନୀୟ ଜିଲା ପ୍ରଶାସନ ସହଯୋଗରେ ଏହିସବୁ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି। ଏହି ନିର୍ଦ୍ଦେଶାଳୟରେ ଅତିରିକ୍ତ ଶାସନ ସଚିବ ପାହ୍ୟାର ଜଣେ ଅଫିସର, ୨ ଯୁଗ୍ମ ନିର୍ଦ୍ଦେଶକ, ୪ ଜଣ ଯୁଗ୍ମ/ଉପ/ସହାୟକ ସଚିବ ରହିବେ। ଏମାନଙ୍କ ବ୍ୟତୀତ ଜଣେ ମୁଖ୍ୟ ଆକାଉଣ୍ଟ ଅଫିସର, ସହାୟକ ଉପବିଭାଗ ଅଧିକାରୀ, ଉପବିଭାଗ ଅଧିକାରୀ, ବରିଷ୍ଠ ସହାୟକ, କନିଷ୍ଠ ଖଣିଜ ଅଧିକାରୀ ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ନିଯୁକ୍ତ ହେବେ। ବାଲି,ଗୋଡି,ମୋରମ,ପଥର ଇତ୍ୟାଦି ଲଘୁ ଖଣିଜଗୁଡିକ ନିର୍ଦ୍ଦେଶାଳୟ ଅଧୀନରେ ଆସିବ।
ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ
ବାରିପଦା,୧୮।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୪୬ରୁ ଅଧିକ ଅସୁସ୍ଥ ଘଟଣାରେ…
ବରଗଡ଼ ଯାଉଥିବାବେଳେ ବସ୍ରେ ଟଳିପଡିଲେ ଯାତ୍ରୀ
ସମ୍ବଲପୁର/ବରଗଡ଼,୧୮ା୪(ପ୍ରମୋଦ ବହିଦାର/ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଗୁରୁବାର ସନ୍ଧ୍ୟାରେ ବସ୍ ଭିତରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ହେଲେ ବରଗଡ଼ ଜିଲା…
ବିଦ୍ୟାଳୟ ଅଭିମୁଖେ ଯାଉଥିବାବେଳେ ବଡ଼ ଅଘଟଣ: ସ୍କୁଲ ଗାଡ଼ି ଓଲଟି ୧୦ ଛାତ୍ରୀଛାତ୍ର…
ଦିଗପହଣ୍ଡି/ଚିକିଟି,୧୮।୪(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ଧାନଘର ଛକ ବିଦ୍ୟୁତ କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତାକଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା…
ଏହି ଜିଲାରେ ଆଜିଠୁ ୫ ଦିନ ଯାଏ ସ୍କୁଲ, କଲେଜ ଛୁଟି
ଭୁବନେଶ୍ୱର,୧୮।୩: ବୌଦ୍ଧରେ ଆଜିଠୁ ୨୨ତାରିଖ ଯାଏ ସ୍କୁଲ, କଲେଜ ଛୁଟି ଘୋଷଣା। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।…
ଏସ୍ସିବି ରୋଗୀଙ୍କ ଖାଦ୍ୟରୁ ବାହାରିଲା ବେଙ୍ଗ: ଭିଡିଓ ଭାଇରାଲ ପରେ ଚର୍ଚ୍ଚା ବଢ଼ିଲା
କଟକ,୧୮।୪(ଶିଳ୍ପା ପ୍ରିୟଦର୍ଶିନୀ):ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟରୁ ବେଙ୍ଗ ବାହାରିବା ଘଟଣା ଏବେ ସାମ୍ନାକୁ ଆସିଛି। ତେବେ ଏହି ଖାଦ୍ୟ ଏସ୍ସିବି ମେଡିକାଲ ପରିସରରେ ଥିବା ଏକ କ୍ୟାଣ୍ଟିନର…
ବେଲୁ ନାହିଁ, ବେଲେଇ ହଉଛନ୍ତି: ବିଜୁବାବୁଙ୍କ ମଥାରେ କଳଙ୍କର ଟିକା ଲଗାଇଥିବା ପରିବାର ଏବେ…
ଭୁବନେଶ୍ୱର,୧୮ା୪(ସୁନିତ୍ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ କିଛିଦିନ ହେବ ରାଜ୍ୟ ରାଜନୀତିରେ ଅନେକ ବିତର୍କ ଚାଲିଛି। କିଏ ବିଜୁଙ୍କୁ ସିଆଇଏ ଏଜେଣ୍ଟ କହିଲାଣି ତ, ଆଉ…
ଓଡ଼ିଶା ପାଇଁ ଗର୍ବ: ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’କୁ ଜାତୀୟ ଚଳଚ୍ଚିତ୍ର ସମ୍ମାନ
ଭୁବନେଶ୍ୱର,୧୮ା୪(ବନ୍ଦନା ସେଠୀ):ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’। ମୁମ୍ବାଇରେ ଆୟୋଜିତ ଇନ୍କା (ଆଇଏନ୍ସିଏ) ଆୱାଡର୍ସ ଉତ୍ସବରେ ଏହାକୁ…
କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା
ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…
Archives

