ଗଞ୍ଜେଇ ଚେରାଚାଲାଣ ଧରପଗଡ ବେଳେ ଗୁଳିଚାଳନା: ୧୧୨୩ କିଲୋ ଗଞ୍ଜେଇ ଜବତ,୨ ଗିରଫ

କୋରୁକୋଣ୍ଡା, ୨୩ା୭(ଡି.ଏନ.ଏ)- ମାଲକାନଗିରି ଜିଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ମାଲକାନଗିରି ପୋଲିସ ପକ୍ଷରୁ ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇପାରୁ ନାହିଁ। ଗତ ରବିବାର ରାତିରେ କାଉଡିରେ ଭାର କରି ଗଞ୍ଜେଇ ଚୋରା ଚାଲାଣ ବେଳେ ଓର୍କେଲ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଅନ୍ଧାରର ସୁଯୋଗ ନେଇ ଅନ୍ୟମାନେ ଖସିଯାଇଛନ୍ତି। ଗିରଫ ୨ ବ୍ୟକ୍ତି ହେଲେ ନବରଙ୍ଗପୁରର ସୁକଦେ ରନ୍ଧାରୀ (୩୦) ଓ କୋରାପୁଟ ଜିଲା କୋଟପାଡର ଖଗପତି ଭତ୍ରା(୪୦)। ମୋଟ ୧୧୨୩ କିଲୋ ଗଞ୍ଜେଇ ଜବତ ହୋଇଛି। ଜଙ୍ଗଲ ମଧ୍ୟରୁ ୨୩ଟି ହାଣ୍ଡି, ୪୭ଟି କାଉଡି, ୫ ଟି ଲାଠି, ରଶି ସହ ୮ ଏମ୍‌ଏମ୍‌ର ୨ଟି ଅଫୁଟା ଗୁଳି ଜବତ କରାଯାଇଛି।

ଖବରରୁ ଜଣାପଡିଛି ଗୁମ୍ମା ନିକଟସ୍ଥ ଖତଲାଗୁଡା ଜଙ୍ଗଲ ଦେଇ କେତେକ ବ୍ୟକ୍ତି କାଉଡି ଭାରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ଓରକେଲ ଥାନାଧିକାରୀ ଜଗଦୀଶ ବାରା ସୂଚନା ପାଇଥିଲେ। ସେ ଏକ ୯ ଜଣିଆ ଟିମ୍‌ ଗଠନ କରି ଚଢାଉ କରିଥିଲେ। ରାତିର ଅନ୍ଧାରରେ ୨ ଘଣ୍ଟା ତଲାସୀ କରିବା ପରେ ଚୋରା ଚାଲାଣକାରୀଙ୍କ ସନ୍ଧାନ ପାଇଥିଲେ। ୬୦ରୁ ଉଦ୍ଧର୍‌ବ କାଉଡ଼ିଆ ଗଞ୍ଜେଇ ଧରି ଧାଡି ବାନ୍ଧି ଆସୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପ୍ରଥମେ କାଉଡ଼ିଆମାନେ ପୋଲିସ ଉପରକୁ ଗୁଳିଚାଳନା କରିବା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। କାଉଡ଼ିଆଙ୍କୁ କାବୁ କରିବା ପାଇଁ ପୋଲିସ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା। ଫଳରେ ଘଟଣା ସ୍ଥଳରୁ କାଉଡ଼ିଆମାନେ ଛତ୍ରଭଙ୍ଗ ଦେଇଥିଲେ। ଅନ୍ଧାରର ସୁଯୋଗ ନେଇ ଘଞ୍ଚ ଜଙ୍ଗଲ ଭିତରେ କାଉଡିଆମାନେ ଖସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୋଲିସ କାବୁ କରିଥିଲା। ଗିରଫ ସୁକଦେ ଓ ଖଗପତିଙ୍କ ନାମରେ ୨୦(ବି)(୨)(ସି)/୨୭(ଏ),୧୮୬, ୩୨୩, ୩୫୩, ୩୦୭,୨୫/୨୭ ଦଫାରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ଆମିଳିବେଡାଠାରୁ ଗୁପ୍ତେଶର ଦେଇ ରାୟପୁରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିଲା ବୋଲି ପଚରାଉଚରା ବେଳେ କହିଥିବା ଥାନା ଅଧିକାରୀ ବାକା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri