ଗଞ୍ଜେଇ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

ମାଲକାନଗିରି,୧୪।୧(ଡି.ଏନ୍‌.ଏ.)-
ମାଲକାନଗିରି ଜିଲାରେ ଗଞ୍ଜେଇ ଚାଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜେଇ ଚାଷୀଙ୍କୁ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ପ୍ରୋତ୍ସାହନ ଦେଉଛନ୍ତି। ଆନ୍ଧ୍ରପ୍ରଦେଶର ସିଲେରୁ ସହର ଏହି ବ୍ୟବସାୟୀଙ୍କ ପେଣ୍ଠ ସ୍ଥଳ ପାଲଟିଛି। ସେମାନେ ସ୍ବାଭିମାନ ଅଞ୍ଚଳ ଏବଂ ମାଲକାନଗିରି ଜିଲାର ବିଭିନ୍ନ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ପାଇଁ ଚାଷୀଙ୍କୁ ଅଗ୍ରିମ ଅର୍ଥ ଦେବା ସହ ଚାଷ ପ୍ରଣାଳୀ ସମ୍ପର୍କରେ ତାଲିମ ଦେଇଥାନ୍ତି। ଗଞ୍ଜେଇ ଗଛ ୧୦/୧୫ ଫୁଟ ଉଚ୍ଚ ହୋଇଗଲେ ଗୋଟିଏ ଏକରରେ କେତେ ଗଛ ଅଛି ଚାଷୀଙ୍କ ଉପସ୍ଥିତିରେ ଗଛ ଗଣାଯାଇ ଏହାକୁ କେଜି ହିସାବରେ ନିଆଯାଏ। କେଜି ପ୍ରତି ୬୦୦ ରୁ ୮୦୦ ଟଙ୍କା ବ୍ୟବସାୟୀ ଦେଇଥାନ୍ତି। ଗଛଗୁଡିକ ପାକଳ ହୋଇଗଲେ ଚାଷୀ ଗଛକାଟି ସେଥିରୁ ପତ୍ର ସଂଗ୍ରହ କରି ଶୁଖାଇ ବ୍ୟବସାୟୀଙ୍କୁ ଓଜନ କରି ଦେଇଥାନ୍ତି। ସଂଗୃହୀତ ଗଞ୍ଜେଇକୁ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଗୋଦାମରେ ରଖାଯାଇ ଜରି ପ୍ୟାକିଂ କରାଯାଇଥାଏ ା ଏହାକୁ ବ୍ୟବସାୟୀମାନେ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଆଦି ରାଜ୍ୟରେ ବିକ୍ରି କରିଥାନ୍ତି। ଅବକାରୀ ବିଭାଗ ଓ ପୋଲିସ ବିଭିନ୍ନ ସମୟରେ ଚଢ଼ାଉ କରି କେତେକାଂଶରେ ଗଞ୍ଜେଇ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଥାଏ। ମାତ୍ର ପରବର୍ତ୍ତୀ ସମୟରେ ଗଞ୍ଜେଇ ଚାଲାଣକାରୀଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନ ଥାଏ। ଏକ ଆକଳନରୁ ଜଣାପଡିଛି ୨୦୧୮ରେ ୧୦୨ଟି ଗଞ୍ଜେଇ ଜବତ ମାମଲା ହୋଇ ୧୭ହଜାର ୧୧୮ କେଜି ଗଞ୍ଜେଇ ଜବତ ହୋଇଥିଲା। ୧୭୯ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୯ରେ ୯୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୨ହଜାର ୪୦୭ କେଜି ଗଞ୍ଜେଇ ଜବତ ହୋଇ ୨୦୧ ଜଣଙ୍କୁ ଗିରଫ କରାଯାଇଥିଲା। ୮୧ଟି ଗାଡ଼ି ଜବତ କରାଯାଇଥିଲା। ସେହିପରି ଜିଲା ଅବକାରୀ ବିଭାଗ ୨୦୧୮ରେ ୩୬ଟି ଗଞ୍ଜେଇ ଜବତଜନିତ ମାମଲା ରୁଜୁ କରି ୩୮ଜଣଙ୍କୁ ଗିରଫ କରିଥିଲା। ୧୮୦୬ କେଜି ଗଞ୍ଜେଇ ଜବତ ହୋଇଥିଲା। ୭ଟି ଗାଡି ଜବତ କରିଥିଲା। ୨୦୧୯ରେ ୧୫ଟି ଗଞ୍ଜେଇ ମାମଲା ରୁଜୁ ହୋଇଛି। ୨୮ଜଣଙ୍କୁ ଗିରଫ କରାଯାଇ ୧୫୭୮ କେଜି ଗଞ୍ଜେଇ ଜବତ ହୋଇଛି। ୧୦ଟି ଗାଡି ମଧ୍ୟ ଜବତ ହୋଇଛି। ୨୦୧୮ରେ ୧୦୮୦ ଏକର ଜମିରୁ ୧୪ ଲକ୍ଷ ୮୩ ହଜାର ୪୦୦ଟି ଗଞ୍ଜେଇ ଗଛ ଧ୍ୱଂସ କରାଯାଇଛି। ୨୦୧୯ ଏଯାଏ ୧୧୪ ଏକର ଜମିରୁ ୧ ଲକ୍ଷ ୬୯ ହଜାର ୬୦୦ଟି ଗଛ ନଷ୍ଟ କରାଯାଇଛି। ଜଣେ ଚାଷୀ ଗୋଟିଏ ଏକର ଜମିରେ ଗଞ୍ଜେଇ ଚାଷ କଲେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପାଇଥାଏ। ବ୍ୟବସାୟୀ ସେହି ଗଞ୍ଜେଇକୁ ନେଇ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପାଇଥାଏ। ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଜଣେ ଚାଷୀ ୧୦ରୁ୨୦ଏକର ଜମିରେ ଗଞ୍ଜେଇ ଚାଷ କରିଥାଏ। ଜିଲାରେ ଅବକାରୀ ବିଭାଗରେ ଜଣେ ଅଧୀକ୍ଷକ, ୩ଜଣ ଇନ୍‌ସପେକ୍ଟର, ୨ଜଣ ଏସଆଇ ଏବଂ ୧୧ ଜଣ କନଷ୍ଟେବଳ ଅଛନ୍ତି। ଚଳିତବର୍ଷ ୫ହଜାର ଏକର ଜମିରେ ଗଞ୍ଜେଇ ଚାଷ ହେଇଥିବା ବିଭାଗ ତଥ୍ୟ ସଂଗ୍ରହ କରିଛି। ତେବେ ସ୍ବଳ୍ପସଂଖ୍ୟକ କର୍ମଚାରୀ ଥିବାରୁ ସବୁ ଜମିରୁ ଗଞ୍ଜେଇ ଗଛ ନଷ୍ଟ କରିବା ସମ୍ଭବ ହେଉନାହିଁ। ବର୍ତ୍ତମାନ ସୁଦ୍ଧା ୧୫୨ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ମାଲକାନଗିରି ଜିଲାରେ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେଲେ ଅଧିକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ସହ ସେମାନଙ୍କ ସୁରକ୍ଷା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର, ଯାନବାହନ ସହ ସ୍ଥାନୀୟ ପୋଲିସ ସହଯୋଗ ଯୋଗାଇ ଦେବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri