ଗଞ୍ଜାମରେ ବ୍ୟାପୁଛି କାମଳ ରୋଗ; ୨୦୧୬ରୁ ୫୪୯ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ୍‌,୨୯ା୭-ଗଞ୍ଜାମ ଜିଲାରେ କାମଳ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ମହାମାରୀ ରୂପ ନେଇ ନ ଥିଲେ ମଧ୍ୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୬ରେ ଜିଲାରେ ୧୧୩ ହେପାଟାଇଟିସ୍‌-ବି ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୭ରେ ୧୭୨, ୨୦୧୮ରେ ୧୯୩ ଏବଂ ୨୦୧୯ ଜୁଲାଇ ଶେଷ ସୁଦ୍ଧା ୭୧ ରୋଗୀ ଚିହ୍ନଟ ହୋଇଛନ୍ତି ।
କାମଳ ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ରବିବାର ବିଶ୍ୱ କାମଳ ରୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରି ଆଇଇସି ହଲ୍‌ରେ ପହଞ୍ଚିଥିଲା ।
ସେଠାରେ ଏକ ସଭା ଆୟୋଜିତ ହୋଇଥିଲା । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ସେ କହିଥିଲେ, କାମଳ ଏକ ଭୂତାଣୁ ଜନିତ ରୋଗ ।
ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ଏହାକୁ ଚିହ୍ନଟ କରିବା ସହ ଉପଯୁକ୍ତ ଚିକିତ୍ସା କରିପାରିଲେ, ରୋଗରୁ ମୁକ୍ତି ମିଳିବ। କାମଳ ରୋଗ ପାଞ୍ଚ ପ୍ରକାରର। ସେଥିରୁ ହେପାଟାଇଟିସ୍‌-ଏ ଏବଂ ଇ ସାମୟିକ ଏବଂ ତ୍ୱରିତ ଚିକିତ୍ସାର ଆବଶ୍ୟକତା ରହିଥାଏ। ହେଲେ ହେପାଟାଇଟିସ୍‌-ବି, ସି ଏବଂ ଡି ହେଉଛି ମରାତ୍ମକ। ରୋଗୀଙ୍କ ଜୀବନ ମଧ୍ୟ ଚାଲିଯିବାର ସମ୍ଭବନା ରହିଥାଏ। ଗଞ୍ଜାମ ଜିଲାରେ ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ବ୍ୟାପକ ଚିହ୍ନଟ କାର୍ଯ୍ୟକ୍ରମ କରାଯିବ। ଗର୍ଭାବସ୍ଥାରେ ଯେମିତି ଏଚ୍‌ଆଇଭି ପରୀକ୍ଷା କରାଯାଉଛି, ଏଣିକି ହେପାଟାଇଟିସ୍‌ ମଧ୍ୟ ପରୀକ୍ଷା କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଭୂତାଣୁ ବାହିତ) ଡା. ଆର୍‌. ଜଗଦୀଶ ପଟ୍ଟନାୟକ କହିଥିଲେ, ଟି.ବି ପରେ ଦ୍ୱିତୀୟ ମାରାମତ୍କ ରୋଗ ହେଉଛି କାମଳ । କିନ୍ତୁ ଏହାକୁ ସାଧାରଣରେ ଅତି ହାଲ୍‌କା ଭାବେ ନିଆଯାଇଥାଏ । କାମଳ ରୋଗ ଦ୍ୱାରା ମନୁଷ୍ୟର ଯକୃତ ପ୍ରଭାବିତ ହୋଇଥାଏ ।
ସଂକ୍ରମିତ ଖାଦ୍ୟ, ଦୁଷିତ ପାନୀୟ ଜଳ ଏବଂ ଦୁଷିତ ହାତ ଦ୍ୱାରା ଏହା ବ୍ୟାପିଥାଏ ।
ଅନେକ କିନ୍ତୁ ରୋଗର ଲକ୍ଷଣ ସମ୍ପର୍କରେ ଜାଣିପାରନ୍ତି ନାହିଁ। ଅବହେଳା ଦ୍ୱାରା ମୃତ୍ୟୁ ମୁଖରେ ପଡ଼ନ୍ତି । ଆଖି, ନଖ, ଚର୍ମ ଓ ପରିସ୍ରା ହଳଦିଆ ଦେଖାଦେବା, ଭୋକ ନ ଲାଗିବା, ପେଟର ଡାହାଣ ପାର୍ଶ୍ୱର ଉପରିଭାଗ ଫୁଲିବା ଓ ଦରଜ ହେବା ଏବଂ ଥକ୍କା ଅନୁଭବ ପ୍ରମୁଖ କାମଳ ରୋଗର ଲକ୍ଷଣ । ତୁରନ୍ତ ରକ୍ତ ପରୀକ୍ଷା କରାଇବା ଆବଶ୍ୟକ । ଗଞ୍ଜାମ ଜିଲାରେ ଏହି ରକ୍ତ ପରୀକ୍ଷା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ମେଡ଼ିକାଲ୍‌ କଲେଜରେ ମାଗଣାରେ ହୋଇପାରୁଛି। ସ୍ବଚ୍ଛତା ଅବଲମ୍ବନ କରିବା, ସ୍ବଚ୍ଛ ଖାଦ୍ୟ ଗ୍ରହଣ ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଦ୍ୱାରା କାମଳ ରୋଗକୁ ଦୂରେଇ ରଖାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଜନସ୍ବାସ୍ଥ୍ୟ) ଡା. ହିମାଂଶୁବାଳା ପଟ୍ଟନାୟକ, ଏବଂ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡା. ଅବନୀ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri