ଗଞ୍ଜାମର ୫ ସରକାରୀ ଗୋଦାମରେ ଚାଉଳ ଅସୁରକ୍ଷିତ

ଛତ୍ରପୁର,୧୭ା୬(ଡି.ଏନ.ଏ.)-ଗଞ୍ଜାମ ଜିଲାର ୫ ସରକାରୀ ଗୋଦାମରେ ଚାଉଳ ଅସୁରକ୍ଷିତ ଭାବେ ରଖାଯାଉଛି। ସେଗୁଡିକ ମଧ୍ୟରେ ହିଞ୍ଜିିଳି ଚାଉଳ ରିସିଭିଂ ସେଣ୍ଟର ଗୋଦାମ, ଜଗନ୍ନାଥପୁରସ୍ଥିତ ଯୋଗାଣ ନିଗମ ଗୋଦାମ, କୁକୁଡାଖଣ୍ଡି, ଛତ୍ରପୁର କୃଷକ ବଜାର ଓ ବେଗୁନିିଆପଡା ଚାଉଳ ରିସିଭିଂ ସେଣ୍ଟର ଗୋଦାମ ରହିଛି। ମାର୍ଚ୍ଚ ୨୬ ଓ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ ଆସିଷ୍ଟାଣ୍ଟ ରିଜିଓନାଲ ଡାଇରେକ୍ଟର ଅନୁପମ କୁମାର ଦେଙ୍କ ନେତୃତ୍ୱରେ ଆସିଥିବା ଟିମ୍‌ ୫ ଚାଉଳ ଗୋଦାମ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଗୋଦାମରେ ଚାଉଳ ଅସୁରକ୍ଷିତ ଥିବା ଏବଂ ବିଭିନ୍ନ ଅଭାବ ଥିବା ନେଇ ଦର୍ଶାଇ ରିପୋର୍ଟକୁ ରାଜ୍ୟ ଯୋଗାଣ ନିଗମକୁ ଏପ୍ରିଲ ୨୪ ତାରିଖରେ ଚିଠି (ନଂ.୭୦) କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ ଆସିଷ୍ଟାଣ୍ଟ ରିଜିଓନାଲ ଡାଇରେକ୍ଟରଙ୍କଠାରୁ ଆସିଥିଲା। ଏହାପରେ ଉକ୍ତ ରିପୋର୍ଟ ଉପରେ ପଦକ୍ଷେପ ନେଇ ଜଣାଇବାକୁ ଜୁନ୍‌ ୧୩ ତାରିଖରେ ରାଜ୍ୟ ଯୋଗାଣ ନିଗମ ଜେନେରାଲ ମ୍ୟାନେଜର (ବୈଷୟିକ) ଅଶୋକ କୁମାର ପଣ୍ଡାଙ୍କ ପକ୍ଷରୁ ଗଞ୍ଜାମ ଜିଲା ଯୋଗାଣ ଅଧିକାରୀଙ୍କ ନିକଟକୁ ନିର୍ଦ୍ଦେଶନାମା (ନଂ-୮୪୮୩) ଆସିଛି। ଉକ୍ତ ଚିଠିରୁ ମିଳିଥିବା ସୂଚନା ଅନୁସାରେ, ହଞ୍ଜିିଳି ରାଇସ୍‌ ରିସିଭିଂ ସେଣ୍ଟରର ଗୋଦାମ ଚଟାଣ ଭଗ୍ନ ଅବସ୍ଥାରେ ରହିଛି। ଏହାର ମରାମତି ଆବଶ୍ୟକ ପଡୁଛି ା ଭେଣ୍ଟିଲେଟର ମଧ୍ୟ ଭାଙ୍ଗିଯାଇଛି ଏବଂ ଏହା ବଦଳାଇବା ଜରୁରୀ ହୋଇପଡିଛି। ଏଥିସହ ଉକ୍ତ ଗୋଦାମର ଛାତରୁ ପାଣି ଗଳୁଛି , ଅଗ୍ନିନିର୍ବାପକ ଯନ୍ତ୍ର ନାହିଁ , ମଏଶ୍ଚର ମିଟର କାମ କରୁ ନ ଥିବା, ବିଶୁଦ୍ଧ ପାଇଁ ସ୍ପ୍ରେୟର ଓ ପାନୀୟ ଜଳ ବ୍ୟବସ୍ଥା ନ ଥିବା ବେଳେ ପାଇଖାନା ମଧ୍ୟ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ଉପରେ ପଦକ୍ଷେପ ନେଇ ରିପୋର୍ଟ ଦେବାକୁ ଜିଲା ଯୋଗାଣ ଅଧିକାରୀଙ୍କୁ ଚିଠି ଆସିଛି। ସେହିପରି ଜଗନ୍ନାଥପୁରସ୍ଥିତ ଯୋଗାଣ ନିଗମ ଗୋଦାମକୁ ଯିବା ପାଇଁ ଆପ୍ରୋଚ୍‌ ରୋଡ୍‌ ନ ଥିବାବେଳେ ପାଚେରି ଭାଙ୍ଗିଯାଇଛି। ଗୋଦାମ ମଧ୍ୟ ଭଗ୍ନ ଅବସ୍ଥାରେ ଅଛି। କାନ୍ଥ ଓ ଚଟାଣରେ ଫାଟ ଥିବା ବେଳେ ଶଟର୍‌ ଠିକ୍‌ ଭାବେ କାମ କରୁନି। ଗୋଦାମ ସାରା ଉଦ୍ଭିଦ ସମୂହ ଥିବାବେଳେ ପାନୀୟ ଜଳ ବ୍ୟବସ୍ଥା ନ ଥିବା ଯାଞ୍ଚ ବେଳେ କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ କର୍ମଚାରୀମାନେ ଦେଖିବାକୁ ପାଇଥିଲେ ା କୁକୁଡାଖଣ୍ଡି ରାଇସ୍‌ ରିସିଭିଂ ସେଣ୍ଟରର ଗୋଦାମରେ ବୁଢିଆଣୀ ଜାଲ ରହିଥିବା ବେଳେ ବିଶୁଦ୍ଧ ପାଇଁ ସ୍ପ୍ରେୟର ନାହିଁ ା ଏଥିସହ ଗୋଦାମକୁ ଯିବା ପାଇଁ ଆପ୍ରୋଚ୍‌ ରୋଡ୍‌ ନାହିଁ ା ଷ୍ଟକ୍‌ ସମ୍ବନ୍ଧରେ ଡିସ୍‌ପ୍ଲେ ମଧ୍ୟ କରାଯାଉ ନ ଥିବା କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ ଜାଣିବାକୁ ପାଇଥିଲା। ଛତ୍ରପୁର କୃଷକ ବଜାରରେ ଥିବା ରାଇସ୍‌ ରିସିଭିଂ ସେଣ୍ଟର ଗୋଦାମରେ ମଧ୍ୟ ଚାଉଳ ଅସୁରକ୍ଷିତ ଭାବେ ରହୁଥିବା କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଗୋଦାମରେ ସ୍ପ୍ରେୟର ନ ଥିବା ବେଳେ ଚାରିଆଡେ ଉଦ୍ଭିଦ ସମୂହ ରହିଛି। ପାଚେରି ମଧ୍ୟ ଭଗ୍ନ ଅବସ୍ଥାରେ ଅଛି। ଜିଲାର ବେଗୁନିଆପଡା ରାଇସ୍‌ ରିସିଭିଂ ସେଣ୍ଟର ଚାଉଳ ଗୋଦାମରେ ପ୍ରତିଷେଧକ ଓ କୀଟ ନାଶକ ବ୍ୟବସ୍ଥା ଏବଂ ବିଶୁଦ୍ଧ ପାଇଁ ସ୍ପ୍ରେୟର ନ ଥିବା କ୍ୱାଲିଟି କଣ୍ଟ୍ରୋଲ ସେଲ୍‌ ଟିମ୍‌ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ। ଗୋଦାମର କାନ୍ଥ ଓ ଚଟାଣ ମଧ୍ୟ ଭଗ୍ନ ଅବସ୍ଥାରେ ଅଛି। ଆହୁରି ଜଣାଯାଇଛି, ହିଞ୍ଜିିଳି ଗୋଦାମରେ ୨ ହଜାର ମେଟ୍ରିକ୍‌ ଟନ୍‌, ଜଗନ୍ନାଥପୁର ଗୋଦାମରେ ୩ ହଜାର ମେଟ୍ରିକ୍‌ ଟନ୍‌, କୁକୁଡାଖଣ୍ଡି ଗୋଦାମରେ ୫୦୦ ମେଟ୍ରିକ୍‌ ଟନ୍‌, ଛତ୍ରପୁର କୃଷକ ବଜାର ଗୋଦାମରେ ୧ ହଜାର ମେଟ୍ରିକ୍‌ ଟନ୍‌ ଓ ବେଗୁନିଆପଡା ଗୋଦାମରେ ୫୦୦ ମେଟ୍ରିକ୍‌ ଟନ୍‌ ଚାଉଳ ରଖିବାର କ୍ଷମତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri