ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା କାମଚଳା :ଖାଲି ପଡ଼ିଛି ୨୧୦ ଡାକ୍ତର ପଦବୀ

ଛତ୍ରପୁର,୨୪୮(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ଏବେ କାମଚଳାରେ ଚାଲିଛି। ଡାକ୍ତର ଅଭାବଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟାଫ୍‌ ପଦବୀ ଖାଲି ପଡିଛି ା ସେହିପରି ଭିତ୍ତିଭୂମି ଅଭାବ ମଧ୍ୟ ରହିଛି ା ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଗତ ସପ୍ତାହରେ ହୋଇଥିବା ଜିଲାପରିଷଦ ବୈଠକରେ ବିଧାୟକ, ବ୍ଲକ ଅଧ୍ୟକ୍ଷ, ଜିଲାପରିଷଦ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ ପାଣିଗ୍ରାହୀ ଉକ୍ତ ବୈଠକରେ ଦେଇଥିବା ତଥ୍ୟ ଅନୁସାରେ ଜିଲାରେ ଡାକ୍ତର, ନର୍ସ ଓ ବିଭିନ୍ନ ଷ୍ଟାଫ ୨ ହଜାର ୯୧୯ ଜଣ ରହିବା କଥା ା ମାତ୍ର ଏବେ ଅଛନ୍ତି ୧ ହଜାର ୭୦୯ ଜଣ। ୧୨୧୦ ପଦବୀ ଖାଲି ରହିଛି। ଜିଲାରେ ୩୯୯ ଡାକ୍ତର ରହିବା ବଦଳରେ ଏବେ ୧୮୯ ଡାକ୍ତର ସେବା ଯୋଗାଉଛନ୍ତି। ୨୧୦ ଡାକ୍ତର ପଦବୀ ଖାଲି ପଡିଛି ା
ସେହିପରି ଆସିଷ୍ଟାଣ୍ଟ ମାଟ୍ରନ ୨ଟି ପଦବୀ ଖାଲି ପଡିଥିବା ବେଳେ ୨ ନର୍ସିଂ ସିଷ୍ଟର, ୪୨ ଷ୍ଟାଫ୍‌ ନର୍ସ, ୨୭ ଫାର୍ମାସିଷ୍ଟ, ୧୨ ରେଡିଓଗ୍ରାଫର, ୩୬ ଲ୍ୟାବ୍‌ ଟେକ୍ନିସିଆନ୍‌ ପଦବୀ ଖାଲି ରହିଛି ା ଅନ୍ୟପକ୍ଷରେ ଜିଲାରେ କେହି ଫୁଡ୍‌ ଇନ୍ସପେକ୍ଟର, ଫିଜିଓ ଥେରାପିଷ୍ଟ ନ ଥିବା ବେଳେ ସମସ୍ତ ୯ ନନ୍‌ ମେଡିକାଲ ସୁପରଭାଇଜର ପଦବୀ ଖାଲି ଥିବା ସୂଚନା ଦିଆଯାଇଛି। ୨୦ ପିଅନ, ୧୦୬ ଆଟେଡାଣ୍ଟ, ୨୫ ସିନିୟର ହେଲପର, ୪ ଧୋବି, ୫ ୱାଚମ୍ୟାନ୍‌, ୨୮ କୁକ୍‌, ୭୯ ସ୍ବାସ୍ଥ୍ୟକର୍ମୀ, ୨୭ କ୍ଲର୍କ, ୨୩ ଡ୍ରାଇଭର ପଦବୀ ଖାଲି ରହିଛି ା ଜିଲାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ପ୍ରସବ (ଡେଲିଭରି) ହେଉ ନ ଥିବା ଦିଆଯାଇଥିବା ତଥ୍ୟରୁ ଜଣାପଡିଛି ା ଜିଲା ହେଡକ୍ୱାର୍ଟର ହସ୍ପିଟାଲ, ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ, ୨୮ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୨୬ଟିରେ ପ୍ରସବ କରାଯାଉଛି ା ଜିଲାରେ ୯୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂଆ) ରହିଥିବା ବେଳେ ସେଥିରୁ ମାତ୍ର ୮ ଟିରେ ପ୍ରସବ କରାଯାଉଛି। ଜିଲାର କୌଣସି ବି ଅପଗ୍ରେଡେଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡେଲିଭରି ହେଉ ନ ଥିବା ଜଣାପଡିଛି। ୪୬୦ ସବସେଣ୍ଟର ମଧ୍ୟରୁ ୨ଟିରେ ପ୍ରସବ କରାଯାଉଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୯୪୯ ଶଯ୍ୟା ରହିଛି। ସେଥିମଧ୍ୟରେ ଜିଲା ହେଡକ୍ୱାର୍ଟର ହସ୍ପିଟାଲରେ ୧୩୭ ଶଯ୍ୟା ରହିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲରେ ୮୦, ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ୭୬, ହିଞ୍ଜିଳିରେ ୧୦, ୨୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୭୨ ଏବଂ ୧୧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୭୪ ଶଯ୍ୟା ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri