ଗଞ୍ଜାମ ଜିଲା: ବଢ଼ୁଛି କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା : ଗ୍ରାମାଞ୍ଚଳରୁ ୩୪୧ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ୍‌,୧୨ା୧୦-ଗଞ୍ଜାମ ଜିଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଜିଲାର କେବଳ ଗ୍ରାମାଞ୍ଚଳରେ ନିକଟରେ ଆୟୋଜିତ ହୋଇଥିବା କୁଷ୍ଠ ଚିହ୍ନଟ କାର୍ଯ୍ୟକ୍ରମରେ ୩୪୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ତରଫରୁ ସେମାନଙ୍କୁ ଏମ୍‌ଡିଟି ଔଷଧ ପ୍ରଦାନ କରାଯାଉଛି। ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟପରୀକ୍ଷା ସହ ଆବଶ୍ୟକ ପରାମର୍ଶ ମଧ୍ୟ ଦିଆଯାଉଛି । ଜିଲାର ବେଗୁନିଆପଡ଼ା, ଖଲ୍ଲିକୋଟ ଏବଂ ଦିଗପହଣ୍ଡି ବ୍ଲକରେ ସର୍ବାଧିକ କୁଷ୍ଠରୋଗୀ ଚିହ୍ନଟ ହୋଇଥିବା ତଥ୍ୟ ହସ୍ତଗତ ହୋଇଛି ।
ଗତ ସେପ୍ଟେମ୍ବର ୧୦ରୁ ୨୩ତାରିଖ ପର୍ଯ୍ୟନ୍ତ ବ୍ଲକସ୍ତରରେ କୁଷ୍ଠରୋଗୀ ଚିହ୍ନଟ ଅଭିଯାନ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଶା କର୍ମୀମାନେ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିଥିଲେ । ପରେ ସ୍ବାସ୍ଥ୍ୟ କର୍ମୀମାନେ ପହଞ୍ଚି ସ୍ବାସ୍ଥ୍ୟପରୀକ୍ଷା କରିଥିଲେ। ଯେଉଁମାନଙ୍କଠାରେ କୁଷ୍ଠ ଲକ୍ଷଣ ମିଳିଥିଲା, ସେମାନଙ୍କ ତାଲିକା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ମେଡ଼ିକାଲ୍‌ ଅଫିସର୍‌ ଏବଂ ଜିଲାସ୍ତରୀୟ ଅଧିକାରୀମାନେ ପହଞ୍ଚି ଚୂଡ଼ାନ୍ତ ଚିହ୍ନଟ କରିଥିଲେ। ଏଭଳି ଜିଲାର ସମସ୍ତ ଗ୍ରାମାଞ୍ଚଳରୁ ମୋଟ ୩୧ଲକ୍ଷ ୭୪ହଜାର ୫୩୬ ଜଣଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ ଆଶା କର୍ମୀମାନେ ୬ହଜାର ୫୪୭ ଜଣଙ୍କ ଠାରେ କୁଷ୍ଠ ଲକ୍ଷଣ ଦେଖାଦେଇଥିବା ସନ୍ଦେହ ପ୍ରକାଶ କରିଥିଲେ। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ୩୪୧ ଜଣ କୁଷ୍ଠ ରୋଗୀ ଥିବା ଚୂଡ଼ାନ୍ତ ଚିହ୍ନଟ ହୋଇଥିଲା। ମୋଟ ରୋଗୀଙ୍କ ମଧ୍ୟରେ ଅଛନ୍ତି ୨୨ଜଣ ଶିଶୁ । ସେହପରି ୧୬୩ ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୭୮ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।
ବ୍ଲକ ଅନୁଯାୟୀ ତଥ୍ୟକୁ ଦେଖିଲେ ସୂଚନା ମିଳୁଛି ଯେ, ଜିଲାରେ ବେଗୁନିଆପଡ଼ା ବ୍ଲକରେ ସର୍ବାଧିକ ୪୪ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ଲକର ଏକ ଲକ୍ଷ ୪୭ହଜାର ୭୮୧ଜଣଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍‌ କରାଯାଇଥିବା ବେଳେ ୧୮୦ଜଣଙ୍କ ପାଖରେ କୁଷ୍ଠ ଲକ୍ଷଣ ଥିବା ଆଶା କର୍ମୀମାନେ ସନ୍ଦେହ କରିଥିଲେ। ତେବେ ସେଥିରୁ ୪୮ ରୋଗୀଙ୍କ ପାଖରେ କୁଷ୍ଠ ଜୀବାଣୁ ମିଳିଥିଲା । ୨୭ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୭ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ବ୍ଲକରେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ଶିଶୁ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ଖଲ୍ଲିକୋଟ ବ୍ଲକ । ବ୍ଳକର ଏକ ଲକ୍ଷ ୭୬ହଜାର ୧୧୨ଜଣଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍‌ କରାଯାଇଥିଲା । ୩୨୧ଜଣଙ୍କ କୁଷ୍ଠ ଦ୍ୱାରା ଆକ୍ରାନ୍ତ ଥିବା ସନ୍ଦେହ ସୃଷ୍ଟି ହେବାରୁ ପରୀକ୍ଷା କରାଯାଇଥିଲା । ସେଥିରୁ ୩୯ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୭ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ। ଏପରିକି ସେଥିରୁ ୫ଜଣ ଶିଶୁ ମଧ୍ୟ ରହିଛନ୍ତି । ତୃତୀୟ ସ୍ଥାନରେ ରହିଛି ଦିଗପହଣ୍ଡି ବ୍ଲକ । ଏକ ଲକ୍ଷ ୫୭ହଜାର ୨୭୬ଜଣଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍‌ କରାଯାଇଥିଲା । ୪୦୨ଜଣଙ୍କୁ ସନ୍ଦେହରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଥିରୁ ୩୯ଜଣ ରୋଗୀ ଚିହ୍ନଟ ହୋଇଥିଲେ। ୨୩ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୫ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।
ସେହିପରି ଗଞ୍ଜାମ ବ୍ଲକରେ ୬, ପୋଲସରା ବ୍ଲକରେ ୧୨, ଆସିକା ବ୍ଲକରେ ୧୦, ଭଞ୍ଜନଗର ବ୍ଲକରେ ୧୨, ଶେରଗଡ଼ ବ୍ଲକରେ ୧୭, ସାନଖେମୁଣ୍ଡି ବ୍ଲକରେ ୮ ଜଣ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜଗନ୍ନାଥପ୍ରସାଦ ବ୍ଲକରେ ୧୩, ଚିକିଟି ବ୍ଲକରେ ୧୧, ବେଲଗୁଣ୍ଠା ବ୍ଲକରେ ୪, ରଙ୍ଗେଇଲୁଣ୍ଡା ବ୍ଲକରେ ୮, କବିସୂର୍ଯ୍ୟନଗର ବ୍ଳକରେ ୧୧, ହିଂଜିଳିକାଟୁ ବ୍ଲକରେ ୨୬, ଧରାକୋଟ ବ୍ଲକରେ ୧୦, ଛତ୍ରପୁର ବ୍ଲକରେ ୩୦, ବୁଗୁଡ଼ା ବ୍ଲକରେ ୭, ବଡ଼ଗଡ଼ ବ୍ଲକରେ ୮, ପୁରୁଷୋତ୍ତମପୁର ବ୍ଲକରେ ୭, କୁକୁଡ଼ାଖଣ୍ଡି ବ୍ଲକରେ ୧୦ ଏବଂ ପାତ୍ରପୁର ବ୍ଲକରେ ୧୦ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ରୋଗୀଙ୍କୁ ଏମ୍‌ଡିଟି ଔଷଧ ପ୍ରଦାନ ସହ ଆବଶ୍ୟକୀୟ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି ଆସନ୍ତା ୧୪ତାରିଖରୁ ଜିଲାର ୧୮ଟି ସହରାଞ୍ଚଳରେ ମଧ୍ୟ ରୋଗୀ ଚିହ୍ନଟ ଶିବିର ଆୟୋଜିତ ହେବ ବୋଲି ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri