ଗଞ୍ଜାମ ଜିଲା ପ୍ରଶାସନ ନଜରରେ ଭୁବନେଶ୍ବର ଫେରନ୍ତା

ଛତ୍ରପୁର,୬ା୪(ଡି.ଏନ୍‌.ଏ.)-ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସେଠାରୁ ଗଞ୍ଜାମ ଜିଲାକୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯିବ। ଭୁବନେଶ୍ୱର ଫେରନ୍ତାଙ୍କ ଚିହ୍ନଟ କରି ତୁରନ୍ତ କ୍ୱାରାଣ୍ଟାଇନ୍‌ରେ ରଖିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅସୁବିଧା କାରଣରୁ ଯେଉଁମାନେ ଘରେ କ୍ବାରାଣ୍ଟାଇନରେ ରହିପାରୁନାହାନ୍ତି, ସେମାନଙ୍କୁ ଆନୁଷ୍ଠାନିକ କ୍ବାରାଣ୍ଟାଇନରେ ରଖାଯିବ। ଅତ୍ୟାବଶ୍ୟକୀୟ ସାମଗ୍ରୀ କାରବାର ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । ଅନ୍ୟ ସମୟ ଜିଲା ଶର୍ଟଡାଉନ ରହିବ। ଦୋକାନୀ ଗ୍ରାହକମାନଙ୍କ ସାମାଜିକ ଦ୍ୱରତ୍ୱ ବ୍ୟବସ୍ଥା କରିବେ। ନଚେତ ଦୋକାନରେ ତାଲା ପଡିବା ସହ ମାମଲା ରୁଜୁ ହେବ। ଯେ କହେ ବି ବାହାରକୁ ବାହାରିବା ବେଳେ ମୁହଁକୁ ଆବୃତ୍ତ ନ କଲେ ଜରିମାନା ଆଦାୟ କରାଯିବ। ପୌରାଞ୍ଚଳରେ ଏହି ନିୟମ ଉଲ୍ଲଂଘନକାରୀଙ୍କଠୁ ନିର୍ବାହୀ ଅଧିକାରୀ ୧୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ୫୦୦ ଟଙ୍କା ଜରିମାନା କରିବେ । ସାଧାରଣ ବଣ୍ଟନ ଓ ବିଭିନ୍ନ ଭତ୍ତା ବଣ୍ଟନ ବେଳେ ସାମାଜିକ ଦୂରତ୍ୱ ଅବଲମ୍ବନକୁ ସୁନିଶ୍ଚିତ କରାଯିବ । କୌଣସି ସ୍ଥାନରେ ବ୍ୟତିକ୍ରମ ହେଲେ ସଂପୃକ୍ତ ବିଡିଓ ଅଥବା ପୌର ନିର୍ବାହୀ ଅଧିକାରୀଙ୍କୁ ଦାୟୀ କରାଯିବ । ଜିଲାର ପ୍ରତ୍ୟେକ ବ୍ଲକରେ ସ୍ବାସ୍ଥ୍ୟ ବିଭାଗର ର଼୍ୟାପିଡ ରେସ୍ପନସିବୁଲ ଟିମ ଆନୁସଙ୍ଗିକ ଗାଡି ଓ ଡାକ୍ତରୀଦଳ ସହିତ ମୁତୟନ ହେବେ। ଗ୍ରାମାଞ୍ଚଳରେ ଏମାନେ ତୁରନ୍ତ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବେ। ସୋମବାର ଅନୁଷ୍ଠିତ କରୋନା ମୁକାବିଲା ସମ୍ପର୍କିତ ବୈଠକରେ ଏସବୁ ନିଷ୍ପତ୍ତି ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସେକ୍ରେଟାରୀ ସମ୍ବିତ ରାଉତ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri