ଗଛମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ତେଲକୋଇ, ୨୮।୭(ଡି.ଏନ.ଏ.)-ଆଦିବାସୀ ବହୁଳ ତେଲକୋଇ ବ୍ଲକ ଅଧୀନରେ ଅଙ୍ଗନୱାଡି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ରହିଛି। ସ୍ବତନ୍ତ୍ର ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବା ଯୋଗୁ ଗ୍ରାମ ମଣ୍ଡପ ଓ ଅନ୍ୟ କାହା ଘର ବାରଣ୍ଡା କିମ୍ବା ଗଛମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ଯୋଜନା। ଏହି ଯୋଜନାରେ ଛୋଟ ଛୁଆଙ୍କ ପାଠପଢ଼ା ମା’ଙ୍କ ପୁଷ୍ଟିକର ଖାଦ୍ୟ ଏବଂ ଛୁଆଙ୍କ ପାଇଁ ଖାଦ୍ୟ ଯୋଜନା ଚାଲିଥିବା ବେଳେ ତେଲକୋଇ ବ୍ଲକ ଅଧୀନରେ ଏହାର ପ୍ରତିଫଳନ ହୋଇଛି ଗଛମୂଳରେ। ଏନେଇ ଶିଶୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନରେ ଏହି କେନ୍ଦ୍ରକୁ ବନ୍ଦ କରାଯାଉଛି। ତେବେ ଗଛମୂଳରେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି। ସରକାର ଶିଶୁଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। କିନ୍ତୁ ଏହି ଜିଲାରେ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନାହିଁ।
ଏଭଳି ରାଇସୁଆଁ ପଞ୍ଚାୟତ ଅଧୀନରେ ଥିବା ରାଣୀବେଡାର ୩ନଂ ଅଙ୍ଗନୱାଡ଼ି କେନ୍ଦ୍ରରେ ୩ବର୍ଷ ହେବ ଗୃହ ନ ଥିବା ଯୋଗୁ ଏକ ଗଛମୂଳେ କେନ୍ଦ୍ର ଚାଲିଛି। ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ କର୍ମୀ ଓ ହେଲ୍‌ପର ରହିଛନ୍ତି । ୧୫ଜଣ ଶିଶୁ ଓ ୧୦ଜଣ ଗର୍ଭବତୀ ମହିଳାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସହିତ ପାଠପଢା କାର୍ଯ୍ୟ କରାଯାଉଛି। ହେଲେ ଉକ୍ତ କେନ୍ଦ୍ରରେ ସମସ୍ତ ଶିଶୁ ଓ ମହିଳା ଜୁଆଙ୍ଗ ଜନଜାତିର। ଗୃହ ଅଭାବରୁ ଗଛମୂଳେ ପାଠପଢା ଓ ଖାଦ୍ୟ ବ୍ୟବସ୍ଥା ହେଉଥିବା ଯୋଗୁ ବଜ୍ରପାତ ଆଶଙ୍କାକୁ ନେଇ ଅଭିଭାବକମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଜଙ୍ଗଲ ଅଞ୍ଚଳରେ ବଜ୍ରପାତ ଯୋଗୁ ଗଛମୂଳେ ଗାଈଗୋରୁ ଛେଳି ସମେତ ଲୋକଙ୍କ ଜୀବନହାନି ହେଉଥିବା ବେଳେ ଏଭଳି ଗଛମୂଳେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ଗଛମୂଳେ ଖାଦ୍ୟ ପରିବେଷଣ କରୁଥିବା ହେଲ୍‌ପର ବିନତୀ ଦଳନାୟକଙ୍କୁ ପଚାରିବାରୁ ୩ବର୍ଷ ହେବ ଗୃହ ନଥିବା ଯୋଗୁ ଉକ୍ତ ଗଛମୂଳେ କେନ୍ଦ୍ର ଚାଲିଛି । ବର୍ଷା ହେଲେ ଛୁଆଙ୍କୁ ପାଠ ପଢ଼ିବାକୁ ଯିବାକୁ ମନା କରାଯାଇଥାଏ। ତେବେ ଏ ସମ୍ପର୍କରେ ବ୍ଲକ ଶିଶୁ ପ୍ରକଳ୍ପ ଅଧିକାରୀ ପ୍ରତିଭା ମିଶ୍ରଙ୍କୁ ପଚାରିବାର ନୂତନ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ଆମେ ସରକାରଙ୍କ ଅଧୀନରେ ଅଛୁ ଆଉ କ’ଣ କରିପାରିବୁ । ଗୃହ ନିର୍ମାଣ ପାଇଁ ଜିଲା ପ୍ରଶାସନଙ୍କୁ ଜଣାଇବୁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri