ଗଛ ଲଗାଇ ସଚେତନତା ବାର୍ତ୍ତା

ଭଦ୍ରକ ଅଫିସ, ୨୭।୮- ଗଛବୃଚ୍ଛ ନ ରହିଲେ ପରିବେଶ ଉଜୁଡ଼ି ଯିବ। ୧୯୯୯ ମହାବାତ୍ୟାରେ ବହୁ ସଂଖ୍ୟାରେ ଗଛ ଭାଙ୍ଗି ପଡ଼ିବା ପରେ ବୃକ୍ଷରୋପଣକୁ ନିଜ ଜୀବନର ଅନ୍ୟତମ ଲକ୍ଷ୍ୟ ଭାବେ ଗ୍ରହଣ କରି ବିଷ୍ଣୁପ୍ରସାଦ ପାଢୀ(୫୦) ଏ ଦିଗରେ କାର୍ଯ୍ୟ କରି ଚାଲିଛନ୍ତି। ବିଭିନ୍ନ ସ୍ଥାନରେ ୬ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଇବା ସହ ୩ ଏକର ଜାଗାରେ ଏକ ଉଦ୍ୟାନ ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି।
ବିଷ୍ଣୁପ୍ରସାଦଙ୍କ ପେସା ଶିକ୍ଷକତା, ହେଲେ ନିଶା ଗଛ ଲଗାଇବା। ମହାବାତ୍ୟା ପରଠାରୁ ନିଜେ ଗଛ ଲଗାଇବା ସହ ଏ ଦିଗରେ ଅନ୍ୟମାନଙ୍କୁ ସଚେତନ କରାଇ ଆସୁଛନ୍ତି। ତାଙ୍କ ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଅଁାମୀ ଗ୍ରାମରେ। ସେ କେନ୍ଦୁଝର ଜିଲା ସରଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ବିଷ୍ଣୁପ୍ରସାଦ କହନ୍ତି, ଶିକ୍ଷକତା ଜୀବନରେ ସେ ଯେଉଁ ଯେଉଁ ସ୍କୁଲରେ ଚାକିରି କରିଆସିଛନ୍ତି ସେଠାରେ ଛାତ୍ରୀଛାତ୍ରଙ୍କ ସହଯୋଗରେ ସବୁଜବନାନୀ ସୃଷ୍ଟି କରିଛନ୍ତି। ଏଥିସହ ନିଜ ଦରମାର ଏକ ତୃତୀୟାଂଶ ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଚାରା ଲଗାଇ ଆସୁଛନ୍ତି। ବର୍ତ୍ତମାନ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସରଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସୁନ୍ଦର ଉଦ୍ୟାନ ସୃଷ୍ଟି କରି ଆଖପାଖ ଗାଁ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ନିଜ ଘର ପାଖ ନାଆଁମୀ କଲେଜ ନିକଟସ୍ଥ ଏକ ୩ ଏକର ଜଙ୍ଗଲ କିସମ ଜାଗାରେ ଗଛ ଲଗାଇ ସୃଷ୍ଟି କରିଥିବା ଉଦ୍ୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମଞ୍ଜୁରିରୋଡ ଷ୍ଟେଶନଠାରୁ ୨ କି.ମି. ଓ ଛତାବର ଜାତୀୟ ରାଜପଥ ଠାରୁ ୮କି.ମି. ଦୂରରେ ଏହି ଉଦ୍ୟାନ ରହିଛି। ଚାରା ଲଗାଇ ପରିବେଶକୁ ସୁରକ୍ଷିତ ରଖିବା ବାର୍ତ୍ତା ଦେବା ସକାଶେ ସେ ୨୦୧୬ ମସିହା ରଥଯାତ୍ରା ଦିନ ଏହି ଉଦ୍ୟାନ କାର୍ଯ୍ୟ ଆରମ୍ଭ କରିଥିଲେ। ସେଠାରେ ଔଷଧୀୟ ବୃକ୍ଷଠାରୁ ଆରମ୍ଭ କରି ବିଭିନ୍ନ ଫଳ ଓ ସାଧାରଣଗଛ ଲଗାଇଛନ୍ତି। ସମ୍ପ୍ରତି ସବୁଜିମା ମଣ୍ଡିତ ଏହି ଉଦ୍ୟାନରେ ହରିଡା, ବାହାଡା, ଶନି, ଅଶୋକ, ଲିମ୍ବ, ମହାଲିମ୍ବ, ସାତରୁ ଆଠ ପ୍ରକାରର ଆମ୍ବ ଆଦି ୩୦ ପ୍ରକାରର ଗଛ ରହିଛି। ପ୍ରତିଦିନ ସକାଳ ୫ ଟାରୁ ଉଠି ସେ ବଗିଚାରେ ବିଭିନ୍ନ ଗଛର ଯନତ୍ ନେବା ସହ ଔଷଧ ଓ ଖତ ପ୍ରଦାନ କରିଥାନ୍ତି। ପ୍ରାୟ ୯ଟା ପର୍ଯ୍ୟନ୍ତ ଗଛର ଯନତ୍ ନେଇ ୧୦ ଟାରେ ସ୍କୁଲକୁ ଯାଆନ୍ତି। ଅପରାହ୍ନ ୫ ଟାରେ ସ୍କୁଲରୁ ଫେରି ପୁଣି ଗଛର ଯନତ୍ ନେଇଥାନ୍ତି। ଏହି ବଗିଚାରେ ସେ ଏକ କୁଡ଼ିଆ ଘର ତିଆରି କରିଛନ୍ତି। ପ୍ରତି ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କୁ ନେଇ ସେଠାରେ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଭଗବତ ଚର୍ଚ୍ଚା କରନ୍ତି। ବଗିଚାର ଦେଖାଶୁଣା ପାଇଁ ନଣ୍ଡା ଜେନା ନାମକ ଜଣେ ନିରାଶ୍ରୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି। ଉଦ୍ୟାନ ଚାରିପାଖେ ଦୁଇବର୍ଷରେ ଥରେ ବାଡକୁ ସୁଦୃଢ଼ କରିଥାନ୍ତି। ଏଥିଲାଗି ପ୍ରାୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଗଛ ଲଗାଇବାକୁ ପରିବାର ଲୋକେ ତାଙ୍କୁ ଉସତ୍ାହିତ କରିଥାନ୍ତି ବୋଲି ସେ କୁହନ୍ତି। ଶିକ୍ଷାଦାନ ସାଙ୍ଗକୁ ସାମାଜିକ ଦାୟିତ୍ୱ ନିଭାଇ ବୃକ୍ଷରୋପଣ ଭଳି ମହତ୍‌ କାର୍ଯ୍ୟ କରି ସେ ନିଜ ପାଇଁ ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। ବିଭିନ୍ନ ମହଲରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri