ଗଛ ଲଗାଇ ସଚେତନତା ବାର୍ତ୍ତା

ଭଦ୍ରକ ଅଫିସ, ୨୭।୮- ଗଛବୃଚ୍ଛ ନ ରହିଲେ ପରିବେଶ ଉଜୁଡ଼ି ଯିବ। ୧୯୯୯ ମହାବାତ୍ୟାରେ ବହୁ ସଂଖ୍ୟାରେ ଗଛ ଭାଙ୍ଗି ପଡ଼ିବା ପରେ ବୃକ୍ଷରୋପଣକୁ ନିଜ ଜୀବନର ଅନ୍ୟତମ ଲକ୍ଷ୍ୟ ଭାବେ ଗ୍ରହଣ କରି ବିଷ୍ଣୁପ୍ରସାଦ ପାଢୀ(୫୦) ଏ ଦିଗରେ କାର୍ଯ୍ୟ କରି ଚାଲିଛନ୍ତି। ବିଭିନ୍ନ ସ୍ଥାନରେ ୬ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଇବା ସହ ୩ ଏକର ଜାଗାରେ ଏକ ଉଦ୍ୟାନ ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି।
ବିଷ୍ଣୁପ୍ରସାଦଙ୍କ ପେସା ଶିକ୍ଷକତା, ହେଲେ ନିଶା ଗଛ ଲଗାଇବା। ମହାବାତ୍ୟା ପରଠାରୁ ନିଜେ ଗଛ ଲଗାଇବା ସହ ଏ ଦିଗରେ ଅନ୍ୟମାନଙ୍କୁ ସଚେତନ କରାଇ ଆସୁଛନ୍ତି। ତାଙ୍କ ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଅଁାମୀ ଗ୍ରାମରେ। ସେ କେନ୍ଦୁଝର ଜିଲା ସରଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ବିଷ୍ଣୁପ୍ରସାଦ କହନ୍ତି, ଶିକ୍ଷକତା ଜୀବନରେ ସେ ଯେଉଁ ଯେଉଁ ସ୍କୁଲରେ ଚାକିରି କରିଆସିଛନ୍ତି ସେଠାରେ ଛାତ୍ରୀଛାତ୍ରଙ୍କ ସହଯୋଗରେ ସବୁଜବନାନୀ ସୃଷ୍ଟି କରିଛନ୍ତି। ଏଥିସହ ନିଜ ଦରମାର ଏକ ତୃତୀୟାଂଶ ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଚାରା ଲଗାଇ ଆସୁଛନ୍ତି। ବର୍ତ୍ତମାନ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସରଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସୁନ୍ଦର ଉଦ୍ୟାନ ସୃଷ୍ଟି କରି ଆଖପାଖ ଗାଁ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ନିଜ ଘର ପାଖ ନାଆଁମୀ କଲେଜ ନିକଟସ୍ଥ ଏକ ୩ ଏକର ଜଙ୍ଗଲ କିସମ ଜାଗାରେ ଗଛ ଲଗାଇ ସୃଷ୍ଟି କରିଥିବା ଉଦ୍ୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମଞ୍ଜୁରିରୋଡ ଷ୍ଟେଶନଠାରୁ ୨ କି.ମି. ଓ ଛତାବର ଜାତୀୟ ରାଜପଥ ଠାରୁ ୮କି.ମି. ଦୂରରେ ଏହି ଉଦ୍ୟାନ ରହିଛି। ଚାରା ଲଗାଇ ପରିବେଶକୁ ସୁରକ୍ଷିତ ରଖିବା ବାର୍ତ୍ତା ଦେବା ସକାଶେ ସେ ୨୦୧୬ ମସିହା ରଥଯାତ୍ରା ଦିନ ଏହି ଉଦ୍ୟାନ କାର୍ଯ୍ୟ ଆରମ୍ଭ କରିଥିଲେ। ସେଠାରେ ଔଷଧୀୟ ବୃକ୍ଷଠାରୁ ଆରମ୍ଭ କରି ବିଭିନ୍ନ ଫଳ ଓ ସାଧାରଣଗଛ ଲଗାଇଛନ୍ତି। ସମ୍ପ୍ରତି ସବୁଜିମା ମଣ୍ଡିତ ଏହି ଉଦ୍ୟାନରେ ହରିଡା, ବାହାଡା, ଶନି, ଅଶୋକ, ଲିମ୍ବ, ମହାଲିମ୍ବ, ସାତରୁ ଆଠ ପ୍ରକାରର ଆମ୍ବ ଆଦି ୩୦ ପ୍ରକାରର ଗଛ ରହିଛି। ପ୍ରତିଦିନ ସକାଳ ୫ ଟାରୁ ଉଠି ସେ ବଗିଚାରେ ବିଭିନ୍ନ ଗଛର ଯନତ୍ ନେବା ସହ ଔଷଧ ଓ ଖତ ପ୍ରଦାନ କରିଥାନ୍ତି। ପ୍ରାୟ ୯ଟା ପର୍ଯ୍ୟନ୍ତ ଗଛର ଯନତ୍ ନେଇ ୧୦ ଟାରେ ସ୍କୁଲକୁ ଯାଆନ୍ତି। ଅପରାହ୍ନ ୫ ଟାରେ ସ୍କୁଲରୁ ଫେରି ପୁଣି ଗଛର ଯନତ୍ ନେଇଥାନ୍ତି। ଏହି ବଗିଚାରେ ସେ ଏକ କୁଡ଼ିଆ ଘର ତିଆରି କରିଛନ୍ତି। ପ୍ରତି ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କୁ ନେଇ ସେଠାରେ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଭଗବତ ଚର୍ଚ୍ଚା କରନ୍ତି। ବଗିଚାର ଦେଖାଶୁଣା ପାଇଁ ନଣ୍ଡା ଜେନା ନାମକ ଜଣେ ନିରାଶ୍ରୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି। ଉଦ୍ୟାନ ଚାରିପାଖେ ଦୁଇବର୍ଷରେ ଥରେ ବାଡକୁ ସୁଦୃଢ଼ କରିଥାନ୍ତି। ଏଥିଲାଗି ପ୍ରାୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଗଛ ଲଗାଇବାକୁ ପରିବାର ଲୋକେ ତାଙ୍କୁ ଉସତ୍ାହିତ କରିଥାନ୍ତି ବୋଲି ସେ କୁହନ୍ତି। ଶିକ୍ଷାଦାନ ସାଙ୍ଗକୁ ସାମାଜିକ ଦାୟିତ୍ୱ ନିଭାଇ ବୃକ୍ଷରୋପଣ ଭଳି ମହତ୍‌ କାର୍ଯ୍ୟ କରି ସେ ନିଜ ପାଇଁ ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। ବିଭିନ୍ନ ମହଲରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri