ଖୋଲୁନି ଓ୍ବାଚ୍‌ ଟାଓ୍ବାର, ପର୍ଯ୍ୟଟକ ନିରାଶ

କେନ୍ଦୁଝର, ୨୯ା୧ (ସ୍ବ.ପ୍ର.)-ପାଖାପାଖି ୧କୋଟି ଟଙ୍କାରେ ପାଟଣା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ହୋଇଛି। ତେବେ ଏହାର ଉଦ୍‌ଘାଟନ ମକରର ଦୁଇଦିନ ପୂର୍ବରୁ କରାଯାଇଥିଲେ ହେଁ ଦୁଇ ତିନିଦିନ ପରେ ଟାଓ୍ବାରରେ ତାଲା ପଡିଲା। ଫଳରେ ଏହାକୁ ଦେଖିବାକୁ ଯାଉଥିବା ପର୍ଯ୍ୟଟକ ଓ୍ବାଚ୍‌ ଟାଓ୍ବାର ଉପରକୁ ଯାଇ ନ ପାରି ନିରାଶ ହୋଇ ଫେରୁଛନ୍ତି। ଏହାର ଉଦ୍‌ଘାଟନ ହେବା ପରେ ପ୍ରଚାର ପ୍ରସାର ହୋଇଥିଲା। ଏଣୁ ଏହି ଓ୍ବାଚ୍‌ ଟାଓ୍ବାର ଦେଖିବା ସହ ଏହା ଉପରୁ ଭୀମକୁଣ୍ଡର ଚାରିପାର୍ଶ୍ୱର ମନୋରମ ଦୃଶ୍ୟକୁ ଉପଭୋଗ କରିବା ଏବଂ ଏକ ନିଆରା ଅନିୁଭୂତି ସଂଗ୍ରହ କରିବା ପାଇଁ ଜିଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ପହଞ୍ଚୁଥିଲେ ହେଁ ଏଥିରେ ତାଲା ପଡିଥିବାରୁ ଉପରକୁ ଯାଇ ନ ପାରି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ପୂର୍ବରୁ ଏହି କେନ୍ଦ୍ରକୁ ଆସି ଲୋକମାନେ ଭୋଜିଭାତ କରୁଥିଲେ ଏବଂ ମନୋରମ ଜଳପ୍ରପାତ ଓ ସୁଗମ ପାହାଡ଼ ମଧ୍ୟରେ ବୈତରଣୀର ଅଙ୍କାବଙ୍କା ଜଳଧାରାର ପ୍ରବାହ ଓ ଚାରିପାଖରେ ଥିବା ପ୍ରାକୃତିକ ସବୁଜିମା ଦେଖି ଖୁସିରେ ବିନା ଫି’ରେ ଫେରୁଥିଲେ। ତେବେ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ହେବା ପରେ ଏହି ସ୍ଥାନକୁ ପ୍ରବେଶ ଓ ଭୋଜିଭାତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଫି’ ଆଦାୟ ବ୍ୟବସ୍ଥା କରିଛନ୍ତି। ଏହି ଫି’ ଆଦାୟ ବ୍ୟବସ୍ଥାକୁ ସ୍ଥାନୀୟ ଭୀମକୁଣ୍ଡ ଯୁବକ ସଂଘ ୧ ଲକ୍ଷ ୧୫ ହଜାର ଟଙ୍କାରେ ପ୍ରଶାସନ ନିକଟରୁ ଟେଣ୍ଡରରେ ନେଇଛନ୍ତି। ତେବେ ଟାଓ୍ବାର୍‌ରେ ତାଲା ପଡିବା ଯୋଗୁ ପର୍ଯ୍ୟଟକ ମୁହଁ ଫେରାଉ ଥିବାରୁ ଯୁବକ ସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି ା ଏନେଇ ଯୁବକ ସଂଘର ସଭାପତି ଦ୍ୱାରିକା ମୋଦି କହିଛନ୍ତି ଯେ, ଓ୍ବାଚ୍‌ ଟାଓ୍ବାର ଖୋଲାଯାଇ ନ ଥିବାରୁ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ା ଏଣୁ କିପରି ଟେଣ୍ଡର ବାବଦକୁ ଦେଇଥିବା ଟଙ୍କା ଉଠାଇବୁ ଚିନ୍ତାରେ ଅଛୁ ା ଏଣୁ ପ୍ରଶାସନ ଏହାକୁ ଖୋଲିବା ବ୍ୟବସ୍ଥା କରିବା ଉଚିତ। ସେହିପରି ଏହା ପରିସରରେ ଥିବା ଏକ ଗେଷ୍ଟ ହାଉସ ମଧ୍ୟ ସଂଘକୁ ହସ୍ତାନ୍ତର କରାଯାଇନାହିଁ। ଫଳରେ ସଂଘ ମଧ୍ୟରୁ ଏଥିରୁ ଦୁଇ ପଇସା ପାଇବା ପାଇଁ କରିଥିବା ଆଶା ପାଣିରେ ପଡିଛି। ଏହି ଟାଓ୍ବାର ନ ଖୋଲିଲେ ଓ ଗେଷ୍ଟ ହାଉସ ହସ୍ତାନ୍ତର ନ କଲେ ଆମକୁ ଟେଣ୍ଡର ଅର୍ଥରେ ରିହାତି ଦିଆଯାଉ ବୋଲି ସଂଘର ବରିଷ୍ଠ ସଦସ୍ୟ ତପନ କୁମାର ମୋଦି କହିଛନ୍ତି ା ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ଏହି ଟାଓ୍ବାର ବ୍ଲକ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଛି। ଏଣୁ ପର୍ଯ୍ୟଟକମାନଙ୍କ ପାଇଁ ଏହା ତୁରନ୍ତ ଖୋଲିବା ଲାଗି ବ୍ୟବସ୍ଥା କରାଯିବ ା ଏ ନେଇ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାୟକ କହିଛନ୍ତି ଯେ, ଓ୍ବାଚ ଟାଓ୍ବାର ସମସ୍ୟା ବିଷୟରେ ସେ ଜାଣିନାହାନ୍ତି। ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱରେ ଅଛନ୍ତି, ସେ କହିପାରିବେ। ତେବେ ଏହାର ଦାୟିତ୍ୱରେ ଯେ କେହି ବି ରୁହନ୍ତୁ, ଜିଲାର ପର୍ଯ୍ୟଟନର ବିକାଶ ପାଇଁ ଜିଲା ପ୍ରଶାସନ ଉଦ୍ୟମ କରିଆସୁଥିବା ବେଳେ ଏଭଳି ଅବ୍ୟବସ୍ଥା ଦୂର କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ପର୍ଯ୍ୟଟକମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri