ଖୋଲୁଛି ଏସ୍‌ଓଜି ଟ୍ରେନିଂ ସେଣ୍ଟର ଗୁମର: ଖାଇବାକୁ ଦେଲେନି, ବିଶ୍ୱଜିତ ଅସୁସ୍ଥ

ଭୁବନେଶ୍ୱର, ୧୬(ବ୍ୟୁରୋ)

ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ଟ୍ରେନିଂ ନେଉଥିବା ପୋଲିସ ଅଫିସରଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଏ ସଂକ୍ରାନ୍ତରେ କମାଣ୍ଡାଣ୍ଟ୍‌ଙ୍କ ବିରୋଧରେ ଚନ୍ଦକା ଥାନାରେ ଦୁଇଟି ଅଭିଯୋଗ ହେବା ପରେ ଟ୍ରେନିଂ ସେଣ୍ଟରର ଗୁମର ପଦାରେ ପଡିଛି। ଏଥିସହ ସେଠାରେ ଟ୍ରେନିଂ ବାବଦକୁ ଆସୁଥିବା ଅର୍ଥକୁ ହରିଲୁଟ୍‌ କରାଯାଉଥିବା ନେଇ ମଧ୍ୟ କେତେଜଣ ଅଧିକାରୀ ମୁହଁ ଖୋଲିବା ପରେ ବଡ଼ ବିବାଦ ମୁଣ୍ଡ ଟେକିଛି। ତେବେ ବଦନାମ ମୁଣ୍ଡାଇବା ପରେ ଗଣମାଧ୍ୟମ ନିକଟରେ ମୁହଁ ଖୋଲିଥିବା ଓ ଅଭିଯୋଗ ଆଣିଥିବା ଟ୍ରେନି ଅଧିକାରୀଙ୍କ ଉପରେ ନିର୍ଯାତନା ଆହୁରି ବଢ଼ିଯାଇଛି। ସେମାନଙ୍କୁ ଖାଦ୍ୟ ଓ ପାଣି ଦିଆ ନ ଯିବାରୁ କ୍ରମଶଃ ଦୁର୍ବଳ ହେବାରେ ଲାଗିଛନ୍ତି। କ୍ୟାଣ୍ଟିନ୍‌କୁ ଗଲେ ଉପରୁ ଖାଇବାକୁ ଦେବାକୁ ମନା କରାଯାଇଥିବା କହି ବିଦା କରିଦିଆଯାଉଛି। ଫଳରେ ଦୁଇଦିନ ହେବ ନ ଖାଇ ଜଣେ ଅଭିଯୋଗକାରୀ ଏସ୍‌ଆଇ ବିଶ୍ୱଜିତ ବେହେରା ସୋମବାର ସକାଳେ ଗୁରୁତର ହୋଇପଡିଥିଲେ। ସକାଳ ପ୍ରାୟ ୮ଟାରେ ସେ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ତୁରନ୍ତ ଟ୍ରେନିଂ ସେଣ୍ଟର ପରିସର ହସ୍ପିଟାଲକୁ ନିଆଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟାଭାବରୁ ସ୍ବାସ୍ଥ୍ୟାବସ୍ଥା ଏପରି ହୋଇଥିବା ଓ ସପ୍ତାହରୁ ଅଧିକ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଜୀବନ ପ୍ରତି ବିପଦ ଥିବା ବିଶ୍ୱଜିତ୍‌ ଗଣମାଧ୍ୟମ ଆଗରେ ଜଣାଇଛନ୍ତି। ଘଟଣା ପରେ ତାଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉ ନ ଥିବା ଓ ରୋଲ୍‌କଲ କିମ୍ବା ଟ୍ରେନିଂ କରିବାକୁ ଗଲେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଥଟ୍ଟା ପରିହାସ କରାଯାଉଥିବାରୁ ସେ ଦୁର୍ବଳ ହୋଇପଡିବା ସହ ଗଭୀର ମାନସିକ ଆଘାତ ପାଉଛନ୍ତି। ସେଠାରେ ତାଙ୍କୁ ଆହୁରି ନିର୍ଯାତନା ଦେଇ ମାରିଦେବେ ବୋଲି କହି ଟ୍ରେନିଂ ସେଣ୍ଟରକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ତାଙ୍କୁ ଯଦି ଟ୍ରେନିଂ ସେଣ୍ଟରକୁ ନିଆଯାଏ ତେବେ ସେ ଆତ୍ମହତ୍ୟା କରିବେ କହିଛନ୍ତି। ତେବେ ଡିଜିପି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଅଭିଯୋଗ ଓ ପୂରା ଘଟଣାର ତଦନ୍ତ କରୁଛନ୍ତି ଜଣେ ଆଜି ର଼୍ୟାଙ୍କ୍‌ର ଅଧିକାରୀ। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ୪୨ ଡିଗ୍ରୀ ଖରାରେ ପୋଲିସ ଅଫିସରମାନଙ୍କୁ ଟ୍ରେନିଂ ଦିଆଯାଉଥିଲା। ଫଳରେ ଜଣେ ମହିଳା ଅଫିସରଙ୍କ ସମେତ ୨୪ ଜଣ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଧିକାରୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ସ୍କୁଟି ଓ ବାଇକ୍‌ରେ ଟ୍ରେନିଂ ସେଣ୍ଟର ପରିସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉକ୍ତଦିନ ଏସ୍‌ଓଜି କମାଣ୍ଟାଣ୍ଟ୍‌ ଅନିରୁଦ୍ଧ ସିଂଙ୍କ ନାମରେ ଟ୍ରେନିଂ ନେଉଥିବା ଘଟଣା ଥାନା ଏସ୍‌ଆଇ ବିଶ୍ୱଜିତ୍‌ ନିର୍ଯାତନା ଅଭିଯୋଗ ଆଣିଥିଲେ। ପରବର୍ତ୍ତୀ ସମୟରେ ଆଉଜଣେ ଏସ୍‌ଆଇ ରଶ୍ମିରଞ୍ଜନ ମଲ୍ଲିକ ମଧ୍ୟ ସମ୍ପୃକ୍ତ କମାଣ୍ଡାଣ୍ଟ୍‌ଙ୍କ ବିରୋଧରେ ଥାନାରେ ସମାନ ଅଭିଯୋଗ ଆଣିଥିଲେ। ଏହାସତ୍ତ୍ୱେ ରାଜ୍ୟ ସରକାର, ଗୃହ ବିଭାଗ ଓ ପୋଲିସ ଡିଜି ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଏପରିସ୍ଥଳେ ଅଭିଯୋଗକାରୀଙ୍କ ଉପରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ଅନ୍ୟମାନଙ୍କ ମୁହଁ ବନ୍ଦ ପାଇଁ ଅଭିଯୋଗକାରୀଙ୍କୁ ନାନା ନିର୍ଯାତନା ଦିଆଯିବାରୁ ମାନସିକସ୍ତରରେ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri