ଖୋଲିଲା ବିଡିଏ ସିଟି ସେଣ୍ଟର: ଅନନ୍ୟ ଥିମ୍‌ ପାର୍କ କରିବ ବିଡିଏ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ଭୁବନେଶ୍ୱରର ଏକମାତ୍ର ଥିମ୍‌ ପାର୍କ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)କୁ ନେଇ ବହୁତ୍‌ କିଛି ଯୋଜନା ରହିଛି। ପାଖାପାଖି ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାର୍କକୁ ରାଜ୍ୟର ଏକ ଅନନ୍ୟ ଥିମ୍‌ ପାର୍କ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଯୋଜନା ରଖିଛି। ଏହାର ପୁନରୁଦ୍ଧାର ପ୍ରକ୍ରିୟା ପିପିପି ମୋଡରେ କରିବାକୁ ରାଜ୍ୟ ସରକାରଙ୍କୁ ବିଡିଏ ପ୍ରସ୍ତାବ ଦେଇଛି। ଖୁବ୍‌ଶୀଘ୍ର ଏହାର ପୁନରୁଦ୍ଧାର ଆରମ୍ଭ ହେବ ବୋଲି ବିଡିଏ ସଚିବ ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି।
ବିଡିଏ ସିଟି ସେଣ୍ଟରକୁ ଗୁରୁବାର ପୁଣି ଉଦ୍‌ଘାଟନ କରିବା ଅବସରରେ ସଚିବ ମିଶ୍ର କହିଥିଲେ, ଏହି ପାର୍କ ପାଇଁ ବିଡିଏ ବହୁତ୍‌ କିଛି ଯୋଜନା ରଖିଛି। କିପରି ଲୋକମାନେ ପାର୍କକୁ ଅଧିକରୁ ଅଧିକ ଆସିବେ ସେଥିପ୍ରତି ବିଡିଏ ଧ୍ୟାନ ଦେବ। ‘ଫନୀ’ରେ ପାର୍କର ବ୍ୟାପକ କ୍ଷତି ହୋଇଥିଲା। ଦୀର୍ଘ ୬ ମାସ ବନ୍ଦ ରହିବା ପରେ ପାର୍କର ଏବେ ଅଳ୍ପ କିଛି ଅଂଶ ପୁନରୁଦ୍ଧାର କରାଯାଇ ଖୋଲିଛି। ଆଗକୁ ଏଥିରେ ନୂଆ ନୂଆ ‘ଥିମ୍‌’ ଆରମ୍ଭ କରିବାକୁ ବିଡିଏ ଯୋଜନା ରଖିଛି। ବିଡିଏ ଉଦ୍ୟାନବିତ୍‌ ଅଶୋକାନନ୍ଦ ଧର କହିଛନ୍ତି, ପାର୍କର ଉନ୍ନତୀକରଣ ପାଇଁ ବିଡିଏ ଯୋଜନା କରିସାରିଛି। ଯେଉଁଥିରେ କି ଖାଲି ଛୋଟ ପିଲା ନୁହେଁ ଯୁବବର୍ଗ ଓ ବୃଦ୍ଧମାନଙ୍କୁ ବି ପାର୍କରେ ସମୟ କାଟିବାକୁ ଭଲ ଲାଗିବ। ଉଲ୍ଲେଖଯୋଗ୍ୟ, ରାଜ୍ୟର ଏହା ଏକମାତ୍ର ଥିମ୍‌ ପାର୍କ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁନରୁଦ୍ଧାରରେ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୁନରୁଦ୍ଧାର ପରେ ୧୧ଟି ଖେଳକୁ ଠିକ୍‌ କରାଯାଇଛି। ବାକି ଗୋଟିଏର ପୁନରୁଦ୍ଧାର କରିବାକୁ ଆଉ କିଛି ସମୟ ଲାଗିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି। ଗୁରୁବାର ଏହାର ପୁନଃ ଉଦ୍‌ଘାଟନ ସକାଶେ ପାର୍କରେ ପ୍ରବେଶ ଶୁଳ୍କକୁ ଲୋକମାନଙ୍କ ପାଇଁ ମୁକ୍ତ କରାଯାଇଥିଲା। ଶୁକ୍ରବାରଠାରୁ ପାର୍କର ଖେଳର ମଜାନେବାକୁ ଲୋକଙ୍କୁ ଶହେ ଟଙ୍କା ଦେଇ ଟିକେଟ କାଟିବାକୁ ପଡ଼ିବ। ଯେଉଁଥିରେ କି ସେମାନେ ୫ଟି ଖେଳର ମଜା ନେଇପାରିବେ। ଏହା ବ୍ୟତୀତ ସେମାନେ ଯେଉଁ ଖେଳ ଖେଳିବାକୁ ଚାହିଁବେ ସେଥିପାଇଁ ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ। ବିଡିଏ ନିଜେ ଏହି ପାର୍କ ଚଲାଇବାକୁ ଥିବାରୁ ଲୋକଙ୍କୁ ଟିକେଟ୍‌ ଦାମ୍‌ କମ୍‌ ପଡୁଛି। ପୂର୍ବରୁ ପାର୍କକୁ ପ୍ରବେଶ ଟିକେଟ୍‌ ଦାମ୍‌ ୧୫୦ ଟଙ୍କା ରଖା ଯାଇଥିବା ବେଳେ ଏକ ଘରୋଇ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରୁଥିଲା। ଫନୀରେ ପାର୍କ କ୍ଷତିଗ୍ରସ୍ତ ହେବା ପରେ ସମ୍ପୃକ୍ତ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବାକୁ ଅକ୍ଷମ ଥିବା ଦର୍ଶାଇ ଦାୟିତ୍ୱ ବିଡିଏକୁ ହସ୍ତାନ୍ତର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri