Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶାର ସ୍ବସ୍ତିଙ୍କୁ ରୌପ୍ୟ

ଭୁବନେଶ୍ୱର, ୧୪ା୧ (କ୍ରୀଡ଼ା ପ୍ରତିନିଧି)- ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ଦୀନେଶ କୁମାର ସ୍ବର୍ଣ୍ଣ ପଦକ ଜିତିବାର ଗୋଟିଏ ଦିନ ପରେ ଆଉ ଜଣେ ଓଡ଼ିଆ ଖେଳାଳି କମାଲ ଦେଖାଇଛନ୍ତି। ସୋମବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ୬୦ କିଲୋମିଟର ବ୍ୟକ୍ତିଗତ ରୋଡ୍‌ ରେସ୍‌ ସାଇକ୍ଲିଂରେ ଓଡ଼ିଶାର ସ୍ବସ୍ତି ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ୨:୧୧:୫୨.୨୧ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଏହି ପ୍ରତିଭା ସମ୍ପନ୍ନ ସାଇକ୍ଲିଷ୍ଟ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚତ୍ତ ହୋଇଛନ୍ତି। ଆସାମର ଗଙ୍ଗୋତ୍ରି ବର୍ଦ୍ଦଲୋଇ ୨:୧୧:୫୨.୧୬ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ହାସଲ କରିଛନ୍ତି। ଆସାମର ଅନ୍ୟ ପ୍ରତିଯୋଗୀ ଚୟନିକା ଗୋଗୋଇ ୨:୧୧:୫୨.୩୧ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୮ ପ୍ରତିଯୋଗୀ ବିଶିଷ୍ଟ ମୁକାବିଲାରେ ସ୍ବସ୍ତି ଓଡ଼ିଶାର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ(ଆରଏସପି)ରେ ସୁଶୀଲ କୁମାର ଦାସଙ୍କଠାରୁ ପ୍ରଶିକ୍ଷଣ ନେଇ ନିଜକୁ ପ୍ରସ୍ତୁତ କରିଥିବା ସ୍ବସ୍ତି ଚଳିତ ୟୁଥ୍‌ ଗେମ୍ସରେ ଆହୁରି ୩ଟି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିରେ ନିଶ୍ଚିତ ସେ ପୋଡିୟମ ମଣ୍ଡନ କରିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ସୁଶୀଲ।
ବିପରିତ ଦିଗରୁ ପବନ ବହୁଥିବାରୁ ପ୍ରତିଯୋଗିମାନେ ଆଭରେଜ ସ୍ପିଡ୍‌ରେ ଥିଲେ। ଶେଷ ପର୍ଯ୍ୟାୟରେ ଯେତେବେଳେ ସ୍ପିଡ୍‌ ବଢ଼ାଇବା କଥା ସେତେବେଳେ ସାମାନ୍ୟ ବିଳମ୍ବ ହେବାରୁ ସମ୍ଭବତଃ ସ୍ବସ୍ତି ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚତ୍ତ ହେଲେ ବୋଲି ଅନୁଭବ କରୁଛନ୍ତି ଏହି ବରିଷ୍ଠ କୋଚ୍‌। ତେବେ ସ୍ବସ୍ତିଙ୍କ ପ୍ରଦର୍ଶନରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟରେ ଅଭ୍ୟାସ ପାଇଁ ବିଶେଷ ସୁବିଧା ନ ଥିଲେ ହେଁ ପିଲାମାନେ ଯେପରି ପ୍ରଦର୍ଶନ କରୁଛନ୍ତି ସେଥିପାଇଁ ପ୍ରଶଂସାର ହକ୍‌ଦାର ବୋଲି ସେ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ କ୍ୟାମ୍ପରେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆସିଛି ବୋଲି ମଧ୍ୟ ସେ ସ୍ବିକାର କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ସ୍ବସ୍ତି ୧୭ ବର୍ଷରୁ କମ ବୟସ ବର୍ଗରେ ୨୦୧୮ ମସିହାରେ ଦିଲ୍ଲୀରେ ଆୟୋଜିତ ଟ୍ରାକ ଏସିଆ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୨ କିମି ବ୍ୟକ୍ତିଗତ ଓ ୬ କି.ମି ସ୍କ୍ରାଚ ପ୍ରତିଯୋଗିତାରେ ଯଥାକ୍ରମେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ବ୍ୟତୀତ ସେ ୨୦୧୮ ଏସିଆନ ଚାମ୍ପିୟନଶିପ୍‌ର ୩ କିମି ବ୍ୟକ୍ତିଗତ ପର୍ଶୁଟରେ ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟକୁ ଗର୍ବିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri