Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଉଦ୍‌ଘାଟିତ

ଗୁଆହାଟୀ, ୧୧ା୧ : ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଆକର୍ଷଣୀୟ ଉଦ୍‌ଘଟନୀ ଉତ୍ସବକୁ ଷ୍ଟାଡିୟମରେ ଉପସ୍ଥିତ ୨୫ ହଜାର ଦର୍ଶକଙ୍କ ସହିତ ଟେଲିଭିଜନ ଜରିଆରେ ଲକ୍ଷ ଲକ୍ଷ ଖେଳପ୍ରେମୀ ଉପଭୋଗ କରିଛନ୍ତି। ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଲେଜର ଲାଇଟ୍‌ ଶୋ ଦର୍ଶକଙ୍କ ମନ ମୋହିଥିଲା। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥିତ ଥିତ୍ଲେ। ଷ୍ଟାର ଧାବିକା ହୀମା ଦାସଙ୍କ ଦ୍ୱାରା ଗେମ୍ସର ମଶାଲ ପ୍ରଜ୍ୱଳନ ପୂର୍ବରୁ ହୋଇଥିବା ୭ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ଟପ୍‌ ଆଥଲେଟମାନେ ଅନ୍ତିମ ମଶାଲ ରାଲିରେ ଅଂଶଗ୍ରହଣ କରିଥିଲେ। ୧୩ଦିନ ଧରି ହେବାକୁଥିବା ଏହି ଗେମ୍ସରେ ୩୭ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ୬,୮୦୦ ଆଥଲେଟ୍‌ ଭାଗ ନେଉଛନ୍ତି। ଗେମ୍ସରେ ହେବାକୁଥିବା ୨୦ ପ୍ରକାର ପ୍ରତିଯୋଗିତାର ଏକ ଝଲକ ଏକ ଡ୍ୟାନ୍‌ସିଂ ଗ୍ରୁପ୍‌ ଜରିଆରେ ଅଭିନବ ଉପାୟରେ ପ୍ରଦର୍ଶନ କରାଯାଇଥିଲା। ବଲିଉଡ୍‌ର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ ତାଙ୍କର କେତେକ ହିଟ୍‌ ଗୀତ ପରିବେଷଣ କରି ଦର୍ଶକଙ୍କୁ ଆମୋଦିତ କରିଥିଲେ। ଆସାମ ରାଇଫଲ୍ସ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଗେମ୍ସର ଥିମ୍‌ ସଙ୍ଗୀତ ପରିବେଷଣ ବେଳେ ମାସ୍କଟର ପରିଚୟ କରାଯାଇଥିଲା। ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ବର୍ତ୍ତାଥିଲା ‘ଭାରତ ଏକ’।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri