Posted inଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ପ୍ରତିଯୋଗୀଙ୍କ ଦ୍ୱାରା ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର, ୨୦।୨ (ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି)ର ପ୍ରଥମ ସଂସ୍କରଣ ଶନିବାରଠାରୁ ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହେବ। ଏଥିପୂର୍ବରୁ ଶୁକ୍ରବାର କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉତ୍ସବ ମଧ୍ୟରେ ଏହାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଗୁରୁବାର ଏହି ପ୍ରତିଯୋଗିତାର ଟ୍ରଫି ଔପଚାରିକ ଭାବେ ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ କିଟ୍‌ କ୍ୟାମ୍ପସ ରଗ୍‌ବୀ ଗ୍ରାଉଣ୍ଡରେ ଅନୁଷ୍ଠିତ ଟ୍ରଫି ଉନ୍ମୋଚନ ଉତ୍ସବରେ ମହୀଶୂର ବିଶ୍ୱବିଦ୍ୟାଳୟ ଓ ଲକ୍ଷ୍ମୀବାଇ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ଏଜୁକେଶନ (ଗ୍ବାଲିୟର)ର ଛାତ୍ରୀଛାତ୍ରମାନେ ଏହି ଟ୍ରଫିକୁ ଉନ୍ମୋଚନ କରିଥିଲେ। ମହୀଶୂର ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାଗ୍ୟଶ୍ରୀ, ପ୍ରିୟଙ୍କା ଓ ବୈଷ୍ଣବୀ ଏବଂ ଲକ୍ଷ୍ମୀବାଇ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ଏଜୁକେଶନ ପକ୍ଷରୁ ହିମାଂଶୁୀ ଯାଦବ, ବିନାୟକ କୁମାର ଓ ପଙ୍କଜ ବୋରା ଉପସ୍ଥିତ ରହିଥିଲେ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରିଥିବାରୁ ପ୍ରିୟଙ୍କା ବେଶ୍‌ ଉତ୍ସାହିତ ଥିଲେ। ଏଭଳି ଏକ ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିଥିବାରୁ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏଥିସହ ଭବିଷ୍ୟତରେ ଏଥିରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ବାହାରି ପାରିବେ ବୋଲି ଭଲିବଲରେ ଭାଗନେବାକୁ ଆସିଥିବା ପ୍ରିୟଙ୍କା ଏହା ଆଶାବ୍ୟକ୍ତ କରିଛନ୍ତି।
୧୭ କ୍ରୀଡ଼ାରେ ଭାଗନେବେ ୩୩୪୩ ଆଥ୍‌ଲେଟ:
ଫେବୃୟାରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କେଆଇୟୁଜିର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ଭାରତର ପାଖାପାଖି ୧୦୦ ବିଶ୍ୱବିଦ୍ୟାଳୟରୁ ୩୩୪୩ ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଯେଉଁଥିରେ ୧୬୦୫ ଛାତ୍ରୀ ଓ ୧୭୩୮ ଛାତ୍ର ସାମିଲ ରହିଛନ୍ତି। ପ୍ରତିଯୋଗୀଙ୍କ ବ୍ୟତୀତ ଟେକ୍ନିକାଲ ଓ ସପୋର୍ଟିଂ ଷ୍ଟାଫ୍‌ ମଧ୍ୟ ଦଳ ସହ ଆସିଛନ୍ତି। ସେହିଭଳି ମୋଟ୍‌ ୧୭ଟି କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ମଧ୍ୟରେ ତୀରନ୍ଦାଜ, ଆଥ୍‌ଲେଟିକ୍ସ, ବକ୍ସିଂ, ଫେନସିଂ, ଜୁଡୋ, ସୁଇମିଂ, ଭାରୋତ୍ତୋଳନ ଓ କୁସ୍ତିରେ ପ୍ର୍‌ତିଯୋଗୀମାନେ ବ୍ୟକ୍ତିଗତ ଭାବେ ଭାଗ ନେଇପାରିବେ। ସେହିଭଳି ଟିମ୍‌ ଇଭେଣ୍ଟରେ ବ୍ୟାଡ୍‌ମିଣ୍ଟନ, ବାସ୍କେଟବଲ, ଫୁଟ୍‌ବଲ, ହକି, ଟେବୁଲ ଟେନିସ, ଟେନିସ, ଭଲିବଲ୍‌, ରଗ୍‌ବୀ ଓ କବାଡ଼ି ସାମିଲ ରହିଛି।
୧୦ଟି ସ୍ଥାନରେ ଖେଳ
ଭୁବନେଶ୍ୱର ଓ କଟକରେ ମିଳିତ ଭାବେ କେଆଇୟୁଜିର ପ୍ରତିଯୋଗିତାଗୁଡ଼ିକ ଅନୁଷ୍ଠିତ ହେବ। ଉଭୟ ସହରର ମୋଟ୍‌ ୧୦ଟି ସ୍ଥାନରେ ଇଭେଣ୍ଟ ଖେଳାଯିବ। କିଟ୍‌ ପ୍ରତିଯୋଗିତାର ମୁଖ୍ୟ ସେଣ୍ଟର ରହିଛି। ସେଗୁଡ଼ିକ ମଧ୍ୟରେ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ ରହିଥିବାବେଳେ ଭୁବନେଶ୍ୱରରୁ କଳିଙ୍ଗ ଷ୍ଟାଡିୟମ, ସହିଦ୍‌ ନଗର ସ୍ପୋଟର୍‌ସ ହଲ୍‌, କିଟ୍‌ରୁ କ୍ୟାମ୍ପସ ୫, ୮,୯, ୧୩ରେ ବିଭିନ୍ନ ଇଭେଣ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri