ଖୁସି ଛଡ଼ାଇନେଲା କରୋନା: ଅଧାଗଢ଼ା ହୋଇ ନରେନ୍ଦ୍ରରେ ଭାସୁଛନ୍ତି ନନ୍ଦା, ଭଦ୍ରା

ପୁରୀ ଅଫିସ, ୨୬।୪: ମହାମାରୀ କରୋନା ବିଶ୍ୱବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି। ଲକ୍ଷଲକ୍ଷ ଲୋକଙ୍କ ଜୀବନଜୀବିକା ଛଡ଼ାଇ ନେଇଛି। ଏପରି କି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଛି। ନୀତିକାନ୍ତି, ପ୍ରଥା, ପରମ୍ପରା ଉପରେ ବିଶେଷ ପ୍ରଭାବ ପଡ଼ିଛି। ଏହି କ୍ରମରେ ପ୍ରସିଦ୍ଧ ଚନ୍ଦନଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନନ୍ଦା ଓ ଭଦ୍ରାର ଖୁସି ଛଡାଇ ନେଇଛି ମହାମାରୀ କରୋନା। ଆମେ ଯେଉଁ ନନ୍ଦା, ଭଦ୍ରାଙ୍କ କଥା କହୁଛୁ ସେ କୌଣସି ମାନବ ନୁହନ୍ତି। ଦୁଇଟି ଚାପ, ଯେଉଁଥିରେ ମାନବୀୟ ଲୀଳା ସ୍ବରୂପ ଜଳକ୍ରୀଡ଼ା କରିଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ। ମହାପ୍ରଭୁଙ୍କ ବାଟକୁ ଚାହିଁ ରହିଥିବା ନନ୍ଦା, ଭଦ୍ରାଙ୍କ ଖୁସି ଶେଷ ମୁହୂର୍ତ୍ତରେ ଛଡ଼ାଇ ନେଇଛି କରୋନା।

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ନନ୍ଦା, ଭଦ୍ରାଙ୍କ ମନରେ ଥିଲା ଅସରନ୍ତି ଖୁସି । ସେଥିପାଇଁ ସଜେଇ ବି ହେଉଥିଲେ । ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିଲା କାମ। ବିଜେ କରିଥାନ୍ତେ ବିଶ୍ୱନିୟନ୍ତା। ଆଉ କାତ ମାରି ନାଉରିଆ ବୁହାଇଥାନ୍ତା ଚାପ। ହେଲେ କରୋନା ପାଇଁ ଶେଷ ମୁହୂର୍ତ୍ତରେ ସବୁ କିଛି ବଦଳିଗଲା। ଲକ୍‌ଡାଉନ ଚାଲିଥିବାରୁ ନରେନ୍ଦ୍ରକୁ ଠାକୁର ବିଜେ କରିବେ ନାହିଁ। ଶ୍ରୀମନ୍ଦିର ଭିତରେ ହିଁ ହେବ ଚନ୍ଦନ ଯାତ୍ରା । ଏମିତି ନିଷ୍ପତ୍ତି ପରେ ଅଲୋଡ଼ା ହୋଇଛନ୍ତି ନନ୍ଦା ଓ ଭଦ୍ରା। ସୂଚନାଥାଉ କି, ପ୍ରତିବର୍ଷ ଚନ୍ଦନ ଯାତ୍ରା ସରିବା ପରେ ନନ୍ଦା ଓ ଭଦ୍ରା ଚାପକୁ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ରଖାଯାଏ। ଚୈତ୍ର ପୂର୍ଣ୍ଣିମାରେ ଭୋଇ ସେବକମାନେ ଏହି ଡଙ୍ଗାକୁ କାଢିଥାନ୍ତି। ଶୁଖିଗଲା ପରେ ଏଥିରେ ଆବଶ୍ୟକ ମରାମତି ଏବଂ ରଙ୍ଗ ହୁଏ। ଏହାପରେ ଚାପଦ୍ୱୟକୁ ନବବଧୂ ଭଳି ସଜାଇ ଦିଆଯାଏ । ହେଲେ ଶୁକ୍ରବାର ଚନ୍ଦନ ଯାତ୍ରା ନରେନ୍ଦ୍ରରେ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯିବା ପରେ ଚାପ ସଜେଇବା କାମ ବନ୍ଦ ରହିଛି । ଅଧାଗଢ଼ା ଅବସ୍ଥାରେ ଏବେ ନରେନ୍ଦ୍ରରେ ଭାସୁଛନ୍ତି ନନ୍ଦା ଓ ଭଦ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri