ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଦ୍ୱିତୀୟ ବିମାନବନ୍ଦର : ଖୋର୍ଦ୍ଧାରୁ ଭୁବନେଶ୍ୱର ମଧ୍ୟରେ ଜମି ଚିହ୍ନଟ

ଭୁବନେଶ୍ୱର,୨୧।୬(ବ୍ୟୁରୋ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ଭୁବନେଶ୍ୱରରୁ ଏବେ ଦୈନିକ ୭୦ରୁ ୮୦ ବିମାନ ଚଳାଚଳ କରୁଛି। ବ୍ୟାଙ୍କକ୍‌ ଓ କୁଆଲାଲମ୍ପୁରକୁ ଦୁଇ ଇଣ୍ଟରନ୍ୟାଶନାଲ ଫ୍ଲାଇଟ୍‌ ଚାଲୁଛି। ଧୀରେ ଧୀରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏତେ ବଡ଼ ଟର୍ମିନାଲ ବିଲ୍ଡିଂ ଥାଇ ମଧ୍ୟ ତାହା କମ୍‌ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏବେ ଆଉ ଏକ ବିମାନବନ୍ଦର ନିର୍ମାଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ)ର ଚେୟାରମ୍ୟାନ୍‌ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଏଥିପାଇଁ ଜମି ଚିହ୍ନଟ କରିବା ଆମର ପ୍ରାଥମିକ କାମ ହୋଇଥିବା ବେଳେ ରାଜ୍ୟ ସରକାର ଭୁବନେଶ୍ୱରରୁ ଖୋର୍ଦ୍ଧା ମଧ୍ୟରେ ୩ଟି ସ୍ଥାନ ଚିହ୍ନଟ କରିଛନ୍ତି। ଟେକ୍ନିକାଲ ସର୍ଭେ ପରେ ଆମେ ଗୋଟିଏ ସ୍ଥାନ ଉପରେ ନଜର ରଖିଛୁ। ସେଠାରେ ଦ୍ୱିତୀୟ ବିମାନବନ୍ଦର ହେବା ଯଥେଷ୍ଟ ସମ୍ଭାବନା ରହିଛି। ଭୁବନେଶ୍ୱରରେ ଦ୍ୱିତୀୟ ବିମାନବନ୍ଦର ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ପ୍ରୟାସ କରୁଛନ୍ତି।
ପୂର୍ବ ଭାରତରେ ଥିବା ବିମାନବନ୍ଦରଗୁଡ଼ିକର ଆଞ୍ଚଳିକ ସମୀକ୍ଷା ବୈଠକରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଅବସରରେ ମହାପାତ୍ର ଏହା କହିଛନ୍ତି। ଭୁବନେଶ୍ୱରରେ ଆଉ ଏକ ଏୟାରପୋର୍ଟ ପାଇଁ ଏଏଆଇ ଓଡ଼ିଶା ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛି। ଏହାସହିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଭିତ୍ତିଭୂମି ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି। ଏବେ ଏଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଚାଲିଛି। ଏୟାର୍‌ ଇଣ୍ଡିଆ ବ୍ୟବହାର କରୁଥିବା ପୁରୁଣା ଟର୍ମିନାଲ ବିଲ୍ଡିଂର ନବୀକରଣ କରାଯାଉଛି। ୩୦ରୁ ୪୦କୋଟି ଟଙ୍କା ଖର୍ଚ୍ଚ କରାଯାଇ ଇଣ୍ଟେରିୟରକୁ ନୂଆ ରୂପ ଦିଆଯାଉଛି। ତାହାକୁ ନୂଆ ଟର୍ମିନାଲ ବିଲ୍ଡିଂ ସହ ଯୋଡ଼ାଯିବ। ଏଥିପାଇଁ ୭୦କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାଛଡ଼ା ଆଉ ଏକ ବଡ଼ ଟର୍ମିନାଲ ବିଲ୍ଡିଂ ତିଆରି ହେଉଛି। ଏଥିପାଇଁ ଆଡ୍‌ମିନିଷ୍ଟ୍ରେଟିଭ୍‌ ଆପ୍ରୁଭାଲ ମିଳିସାରିଥିବା ବେଳେ ୯୦୦କୋଟି ଟଙ୍କା ଖର୍ଚ୍ଚ ହେବ। ୩ ବର୍ଷ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ପାରାଲାଲ୍‌ ଟ୍ୟାକ୍ସି ଟ୍ରାକ୍‌ କାମ ସରିବା ପରେ ରନ୍‌ଓ୍ବେରେ ଏବେ ଯେତିକି ଫ୍ଲାଇଟ୍‌ ଚଳାଚଳ କରୁଛି, ତା’ର ଦୁଇଗୁଣା ଅଧିକ ଫ୍ଲାଇଟ୍‌ ଚଳାଚଳ କରିପାରିବ। ଫଳରେ ଭୁବନେଶ୍ୱରରେ ଅଧିକ ଫ୍ଲାଇଟ୍‌ ଦେବା ପାଇଁ ସୁବିଧା ହେବ। ଏବେ ଏରୋବ୍ରିଜ୍‌ କମ୍‌ ଥିବା ଯୋଗୁ ବସ୍‌ ବୋର୍ଡିଂ ହେଉଛି। ଆଉ ଦୁଇଟି ନୂଆ ଏରୋବ୍ରିଜ୍‌ ହେବା ପରେ ବସ୍‌ ବୋର୍ଡିଂ ବନ୍ଦ ହୋଇଯିବ। ଅକ୍ଟୋବର ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରେ ୪ ଏରୋବ୍ରିଜ୍‌ କାର୍ଯ୍ୟକ୍ଷମ ହେବ। ବିମାନବନ୍ଦରର ସୌନ୍ଦର୍ଯ୍ୟକରଣ, ସ୍ବଚ୍ଛ ଓ ପରିମଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହାବ୍ୟତୀତ ଓଡ଼ିଶାରେ ଏବେ ଉତ୍‌କେଲା ଏବଂ ଜୟପୁରରେ ଉଡାନ୍‌ ସ୍କିମ୍‌ ଅଧୀନରେ ଦୁଇ ନୂଆ ବିମାନବନ୍ଦର କାମ ଚାଲିଛି। ନଭେମ୍ବର ସୁଦ୍ଧା ଦୁଇଟି ଯାକ ଏୟାରପୋର୍ଟ କାମ ସରିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri