ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅଫିସ୍‌ ଗୃହ ନାହିଁ

ପାରାଦୀପ,୨୧ା୨(ସ୍ବ.ପ୍ର.):ଦେଶ, ରାଜ୍ୟ ଏବେ ବିକାଶ ଅଭିମୁଖେ ଗତି କରୁଛି ବୋଲି ସରକାରୀ ଭାବେ ପ୍ରଚାର ପ୍ରସାର ଚାଲିଛି। ମନ୍ଦିର, ଷ୍ଟାଡିୟମ, ରାସ୍ତା, କାନ୍ଥ ବାଡରେ ସୌନ୍ଦର୍ଯ୍ୟକରଣ କରାଯାଉଛି। କିନ୍ତୁ ସାଧାରଣ ଲୋକଙ୍କ ସ୍ବାର୍ଥ, ସୁରକ୍ଷା, ନିରାପତ୍ତା ଜଡ଼ିତ ଥିବା ସରକାରୀ କାର୍ଯ୍ୟାଳୟ ପ୍ରତି ଅଣଦେଖା କରାଯାଉଛି। ସେମିତି ଏକ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଜଗତ୍‌ସିଂହପୁର ଜିଲା ପାରାଦୀପରେ ଦେଖିବାକୁ ମିଳିଛି। ତାହା ହେଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ। ଗୋଟିଏ ଛୋଟ ଏୟାର ବ୍ୟାଗ ମଧ୍ୟରେ ଅଫିସର ସମସ୍ତ ଆସବାବପତ୍ର। ସ୍ବତନ୍ତ୍ର କାର୍ଯ୍ୟାଳୟ ଗୃହ ନାହିଁ। ଅଧିକାରୀ ଜଣକ ବିଜୁ ମେମୋରିଆଲ ହସ୍ପିଟାଲର ଉପର ମହଲାରେ ଥିବା ଇଞ୍ଜେକସନ୍‌ ହଲ ଭିତରେ ବସୁଛନ୍ତି। କାର୍ଯ୍ୟାଳୟ ନ ଥିବାରୁ ବସିବା ପାଇଁ ଚୌକି, ଟେବୁଲ, ନାହିଁ। ଫାଇଲ ନାହିଁ କି ଫାଇଲ ରଖିବା ପାଇଁ ଆଲମାରୀ ନାହିଁ। ଇଞ୍ଜେକସନ୍‌ ହଲ ମଧ୍ୟରେ ଯେଉଁଦିନ ଟିକାକରଣ ଥାଏ ସେଦିନ ଅଫିସର ବାହାର ବାରଣ୍ଡାରେ ସେମାନଙ୍କ ପାଇଁ ଥିବା ଚୌକି ଆଣି ପକାଇ ବସିଥାନ୍ତି। ଏପରି ଏକ ଅଫିସ ପାରାଦୀପରେ ଅଛି ବୋଲି ଊଣା ଅଧିକ ଲୋକଙ୍କ ପାଖରେ ସୂଚନା ନ ଥିବା କହିଲେ ଚଳେ।
ଜଗତ୍‌ସିଂହପୁର ଜିଲାରେ ପୂର୍ବରୁ ମାତ୍ର ଜଣେ ଖାଦ୍ୟ ସୁରକ୍ଷା ନିରୀକ୍ଷା ଅଧିକାରୀ ଥିଲେ। ତାଙ୍କ ଅଫିସ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଚାଲିଛି। ୨୦୨୨ ଜୁଲାଇରେ ଓଡ଼ିଶାର ଅନେକ ସ୍ଥାନରେ ନୂଆ ଅଧିକାରୀ ନିଯୁକ୍ତି ପାଇଛନ୍ତି। ଏବେ ସମଗ୍ର ରାଜ୍ୟରେ ୫୩ ଜଣ ଅଧିକାରୀ ଥିବା ପାରାଦୀପ ଖାଦ୍ୟ ସୁରକ୍ଷା ନିରୀକ୍ଷା ଅଧିକାରୀ ପ୍ରୀତିଶ ଦାସ କହିଛନ୍ତି। ଏହା ଏବେ ଡିପିଏଚଓ (ଡିଷ୍ଟ୍ରିଟ ପବ୍ଲିକ ହେଲଥ୍‌ ଅଫିସର)ଙ୍କ ନିୟନ୍ତ୍ରଣରେ ଅଛି। ପରୋକ୍ଷ ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦେଖୁଛନ୍ତି। ପାରାଦୀପ ପାଇଁ ମୋତେ ପୋଷ୍ଟିଂ କରାଯାଇଛି, କିନ୍ତୁ କୌଣସି ଆନୁଷଙ୍ଗିକ ଆସବାବପତ୍ର ଦିଆଯାଇନାହିଁ ବୋଲି ଦାସ କୁହନ୍ତି। ନିଜର ଲ୍ୟାପଟପ୍‌ ବ୍ୟାଗ ଧରି କାମ କରୁଛି। ଏଥିରେ କିପରି ସହରାଞ୍ଚଳରେ ଥିବା ହୋଟେଲଗୁଡିକରେ ବିକ୍ରି ହେଉଥିବା ଖାଦ୍ୟର ମାନ ଯାଞ୍ଚ କରିବି ବୋଲି ସେ ନିରାଶ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri