ଖାଦାନରେ ପଥର ଖସି ୩ ଶ୍ରମିକ ମୃତ

ପୁରୁଷୋତ୍ତମପୁର,୨୮ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଭାଟକୁମରଡ଼ା କଲେଜ ନିକଟ ଖାଦାନରେ ମଙ୍ଗଳବାର ଅପରାହ୍ନରେ କାମ କରୁଥିବା ବେଳେ ପଥର ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଗ୍ରାମର ନମିତା ନାୟକ (୩୦), ପଙ୍କଜ ଦାସ (୧୯) ଏବଂ ଖଲ୍ଲିକୋଟ ଥାନା ବିକ୍ରମପୁର ଗ୍ରାମର ଭକ୍ତ ପରିଡା (୩୫)। ମୃତଦେହଗୁଡିକୁ ପୋଲିସ ଜବତ କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛି। ହେଲେ ସନ୍ଧ୍ୟା ହୋଇଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିନି। ପଥର ଖାଦାନ ଲିଜ୍‌ଧାରୀଙ୍କ ଦାୟିତ୍ୱହୀନତାରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଭାଟକୁମରଡ଼ା କଲେଜ ନିକଟ ଖାଦାନରେ ମଙ୍ଗଳବାର ପ୍ରାୟ ୧୦ ଜଣ ଶ୍ରମିକ ପଥର କଟିବା କାର୍ଯ୍ୟରେ ନିୟୋଜିତ ଥିଲେ। କାଳବୈଶାଖୀ ଜନିତ ବର୍ଷାରେ ମାଟି ଭିଜି ରହିଥିଲେ ମଧ୍ୟ ସେଠାରେ କାମ ଚାଲିଥିଲା। କୌଣସି ପ୍ରକାରେ ଏକ ପଥର ଖସି ପଡିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଶ୍ରମିକମାନେ ଅଳ୍ପକେ ବର୍ତ୍ତି ଯାଇଥିତ୍ଲେ। ଖବରପାଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଜନ୍ମେଜୟ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହଗୁଡିକୁ ପୋଲିସ ଜବତ କରିଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୧/୨୦) ରୁଜୁ କରାଯାଇଛି। ଉକ୍ତ ପାହାଡ଼ର ଲିଜ ହୋଇଛି କି ନାହିଁ ଏବଂ ଦୁର୍ଘଟଣା କିପରି ଘଟିଲା ତାହାର ତଦନ୍ତ କରାଯାଉଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷରେ ପାହାଡଟି ସରକାରୀ ନିୟମ ପ୍ରକାରେ ନିଲାମ ହୋଇଥିବା ତହସିଲଦାର ଅରୁଣ କୁମାର ନାୟକ କହିଛନ୍ତି । ମାଟି ଅତଡା ଖସି ଏଭଳି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟମଣ୍ଡଳ କ୍ରୀଡ଼ା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ବସ୍ତରେନ ମାଉଲିଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା: କଣ୍ଟା ଦୋଳିରେ ଝୁଲିଲେ କାଲିସି, ହଜାର ହଜାର…

କୋକସରା, ୩୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମର ଆରାଧ୍ୟ ଦେବୀ ମା’ ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢ଼ କେନା ମଣ୍ଡେଇ ଯାତ୍ରା…

ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦିଗପହଣ୍ଡି-ସାନଖେମୁଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସହ ଅଗ୍ରଗତି ସମୀକ୍ଷା

ଦିଗପହଣ୍ଡି, ୩୧।୭(ଅଶେଷ ନାଥ ମିଶ୍ର): ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଶୁକ୍ରବାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମ…

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri