ଖାଉଟୀ ଅଦାଲତରେ ଡାକ ବିଭାଗ ଦଣ୍ଡିତ

ଦେବଗଡ଼,୨୯।୧୨(ଡି.ଏନ.ଏ.) – ସେବା ଯୋଗାଇବାରେ ଅବହେଳା ଯୋଗୁ ଖାଉଟୀ ଅଦାଲତରେ ଡାକ ବିଭାଗ ଦଣ୍ଡିତ ହୋଇଛି । ମାମଲାର ବିବରଣୀ ଅନୁଯାୟୀ, ରିଆମାଳ ଗ୍ରାମର ଅଲେଖ ବିଶ୍ୱାଳ ନାମକ ଜଣେ ଗ୍ରାହକ ୨୦୦୬ ମସିହାରେ ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ ପଲିସି କ୍ରୟ କରିବା ସହ ପ୍ରଥମ ଦଶବର୍ଷ ପଯର୍‌ୟନ୍ତ ଏହାର ବାର୍ଷିକ ପ୍ରିମିୟମ ପଇଠ କରିଥିଲେ । ମାତ୍ର ବ୍ୟକ୍ତିଗତ କାରଣ ଯୋଗୁ ଅବଶିଷ୍ଟ ସମୟ ସୀମା ପାଇଁ ଉଦ୍ଦିଷ୍ଟ ପ୍ରିମିୟମ ଦେଇ ନ ପାରି ସେ ପଲିସିଟିକୁ ସରଣ୍ଡର କରିବାକୁ ଆବଶ୍ୟକ କାଗଜପତ୍ର ସହ ଡାକ ବିଭାଗ ନିକଟରେ ଆବେଦନ କରିଥିଲେ । ମାତ୍ର ବିଶ୍ୱାଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରି ନ ଥିବା ଦର୍ଶାଇ ଡାକ ବିଭାଗ କର୍ତ୍ତୃପକ୍ଷ ଏହି ଆବେଦନକୁ ଆଗ୍ରାହ୍ୟ କରିବା ସହ ପଲିସିକୁ ପରିବର୍ତ୍ତନ କଲେ କମ ପ୍ରିମିୟମ ଦେବାକୁ ପଡିବ ବୋଲି ପ୍ରସ୍ତାବ ଦେଇଥିଲେ । ମାତ୍ର ଗ୍ରାହକ ବିଶ୍ୱାଳ ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ରାଜି ହୋଇଥିଲେ ମଧ୍ୟ ପୂର୍ବରୁ ଥିବା ପଲିସିକୁ ସରଣ୍ଡର କରି ଜମାରାଶି ପ୍ରଦାନ କରିବାକୁ ଡାକ ବିଭାଗ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ମାତ୍ର ସମ୍ବଲପୁରସ୍ଥିତ ଡାକ ବିଭାଗ ସୁପରିଟେଣ୍ଟେଣ୍ଟଙ୍କ ବିନା ଅନୁମତିରେ ଏହା ହୋଇପାରିବ ନାହିଁ ବୋଲି ଡାକ ବିଭାଗ କର୍ତୃପକ୍ଷ ତାଙ୍କୁ ଉତ୍ତର ଦେବା ସହ ଦିନ ଗଡାଇ ଚାଲିଥିଲେ । ତେବେ ଦୀର୍ଘ ୧୪ ମାସ ଗଡିଯାଇଥିଲେ ମଧ୍ୟ ବିଶ୍ୱାଳଙ୍କୁ ତାଙ୍କର ପ୍ରାପ୍ୟ ମିଳି ନ ଥିଲା ା ଫଳରେ ବିଶ୍ୱାଳ ଗତ ଅଗଷ୍ଟ ୨୪ତାରିଖ ଦିନ ପୁନର୍ବାର ଡାକ ବିଭାଗ ସହ ସମ୍ପର୍କ ସ୍ଥାପନ କରିବାରୁ ତାଙ୍କର ଆବେଦନ ପତ୍ର ସହ ପାସବୁକ ଓ ଅନ୍ୟାନ୍ୟ କାଗଜପତ୍ର ଡାକ ବିଭାଗର ହସ୍ତଗତ ହୋଇନାହିଁ ବୋଲି ଡାକ ବିଭାଗ କର୍ତ୍ତୃପକ୍ଷ ଦର୍ଶାଇଥିଲେ ା ଫଳରେ ନ୍ୟାୟ ନିମନ୍ତେ ବିଶ୍ୱାଳ ଦେବଗଡ ଜିଲା ଖାଉଟୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ା ଦେବଗଡ ଖାଉଟୀ ଅଦାଲତ ଏନେଇ ଏକ ମାମଲା (ନଂ-୪୭/୨୦୧୯) ରୁଜୁକରି ମାମଲାର ଶୁଣାଣି ଆରମ୍ଭ କରିଥିଲେ ା ଇତି ମଧ୍ୟରେ ଜିଲା ଖାଉଟୀ ଅଦାଲତର ସଭାପତି ଦୀପକ କୁମାର ମହାପାତ୍ର ଓ ଅନ୍ୟ ସଦସ୍ୟ ସଦସ୍ୟାମାନେ ଏହି ମାମଲାର ବିଚାର କରି ବିଶ୍ୱାଳଙ୍କ ନାମରେ ପଲିସି ବାବଦ ସମସ୍ତ ଅର୍ଥରାଶି ପ୍ରଦାନ କରିବା ପାଇଁ ଡାକ ବିଭାଗ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାସହ ୧ ମାସ ମଧ୍ୟରେ କ୍ଷତିପୂରଣ ବାବଦକୁ ବିଶ୍ୱାଳଙ୍କୁ ୨ହଜାର ଟଙ୍କା ଓ ମକଦ୍ଦମା ଖର୍ଚ୍ଚ ବାବଦକୁ ୧ ହଜାର ଟଙ୍କା ପ୍ରଦାନ ପାଇଁ ରିଆମାଳ ଡାକ ବିଭାଗ ପୋଷ୍ଟମାଷ୍ଟର, ଦେବଗଡ ଡାକ ବିଭାଗ ପୋଷ୍ଟମାଷ୍ଟର ଓ ସମ୍ବଲପୁରସ୍ଥିତ ଡାକ ବିଭାଗ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ବିଦ୍ୟୁତ୍‌ ମରାମତି କରୁଥିବାବେଳେ ଜଳିଗଲେ, ଖୁଣ୍ଟରେ ଲାଖି ରହିଛି ମୃତଦେହ

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ମରାମତି କରୁଥିବାବେଳେ ୧୧ କେଭି ତାରରେ ଲାଗି ଜଣଙ୍କର ଜୀବନ ଚାଲିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପରେ ଲାଖି ରହିଛି ମୃତଦେହ। ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri