ଖର୍ଚ୍ଚ ହୋଇପାରୁନି ରୁଷା ପାଣ୍ଠି

ବ୍ରହ୍ମପୁର ଅଫିସ୍‌,୨୦ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ(ରୁଷା) ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି। ଗୋଟିଏ ପଟେ ମହାବିଦ୍ୟାଳୟଗୁଡ଼ିକରେ ନାନା ସମସ୍ୟା ଦେଖାଦେଇଛି। ଭିତ୍ତିଭୂମି ଦୁର୍ବଳ ହୋଇଗଲାଣି। ଏହାର ସାମାଧାନ ପାଇଁ ରୁଷା ପାଣ୍ଠି ମିଳୁଛି। ଅଥଚ ଟଙ୍କା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ। ମଙ୍ଗଳବାର ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ରୁଷା ପାଣ୍ଠି ସମ୍ପର୍କିତ ଏକ ବୈଠକରେ ମାନସମନ୍ଥନ କରାଯାଇଛି। ବୈଠକରେ କୁଳସଚିବ କିଶୋର ଚନ୍ଦ୍ର ଦାଶ, ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ଶତପଥୀ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମିଳା ଖାଡ଼ଙ୍ଗା, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ପିଙ୍କିରାଣୀ ଦେବୀ, ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସଂଗୀତା ବାବୁ ଏବଂ ଗୋପାଳପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ।
ପ୍ରାୟ ଦୁଇ ତିନି ବର୍ଷ ପୂର୍ବେ ରୁଷା ପାଣ୍ଠିରୁ ୫୫କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ପାଇଁ ଏହି ଟଙ୍କା ମଞ୍ଜୁର କରାଯାଇଥିଲା। ସେଥିରୁ ୨୭କୋଟି ୫୦ଲକ୍ଷ ଟଙ୍କା ମିଳିସାରିଛି। ସେହି ଟଙ୍କା ମଧ୍ୟରୁ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ପ୍ରାୟ ୪ କୋଟି ୧୯ଲକ୍ଷ ଟଙ୍କା, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟକୁ ୨କୋଟି ୭୫ଲକ୍ଷ ଟଙ୍କା, ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟକୁ ୨କୋଟି ୭୬ଲକ୍ଷ ଟଙ୍କା, ଗୋପାଳପୁର ମହାବିଦ୍ୟାଳୟକୁ ୨କୋଟି ୧୯ଲକ୍ଷ ଟଙ୍କା ଏବଂ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ ୨କୋଟି ୪୪ଲକ୍ଷ ଟଙ୍କା ମିଳିଛି। ବିଶ୍ୱବିଦ୍ୟାଳୟ ନିଜସ୍ବ ଭିତ୍ତିଭୂମି ସଜାଡ଼ିବା ପାଇଁ ୧୨କୋଟି ୨୬ଲକ୍ଷ ଟଙ୍କା ରଖିଛି। ତେବେ ପାଣ୍ଠି ପହଞ୍ଚିଛି। କିନ୍ତୁ ମହାବିଦ୍ୟାଳୟଗୁଡ଼ିକ ଏହି ପାଣ୍ଠିକୁ ଖର୍ଚ୍ଚ କରିପାରୁ ନାହାନ୍ତି। ଫଳରେ ବିଭାଗ ତରଫରୁ ଚାପ ପକାଯାଉଛି। ଏପରିକି ଟଙ୍କା ଖର୍ଚ୍ଚ ହୋଇ ନ ପାରିଲେ, ଫେରାଇ ନେବାକୁ ମଧ୍ୟ ବିଭାଗ ଚେତାବନୀ ଦେଇଛି। ବିଭାଗ ତରଫରୁ ତାଗିଦ ପରେ ମଙ୍ଗଳବାର ଅଧ୍ୟକ୍ଷମାନଙ୍କୁ ନେଇ ବୈଠକ ବସିଥିଲା। ବିଶ୍ୱବିଦ୍ୟାଳୟର ନିଜସ୍ବ କ୍ୟାମ୍ପସ୍‌ ନ ଥିବା ଯୋଗୁ ଟଙ୍କା ଖର୍ଚ୍ଚ ହୋଇପାରୁ ନ ଥିବା ଆଲୋଚନା ହୋଇଥିଲା। ତେବେ ଅନ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ପାଣ୍ଠି ଖର୍ଚ୍ଚ କରିବାରେ ବିଫଳତାକୁ ସ୍ବୀକାର କରିଥିଲେ। ଖୁବ୍‌ ଶୀଘ୍ର ଯୋଜନା ପ୍ରସ୍ତୁତ କରି ପାଣ୍ଠି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri