ଖର୍ଚ୍ଚ ଦାବି ଆଲୋଚନାରେ ସରକାରଙ୍କୁ ବିରୋଧ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚ ଦାବି ଉପରେ ସୋମବାର ଅପରାହ୍ନରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟ ଭାଗ ନେଇଥିଲେ। ବିରୋଧୀ ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ରାଜସ୍ବ ଓ ଅବକାରୀ ବିଭାଗର ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଅମର ଶତପଥି ଠିଆ ହୋଇ ଗୃହର କାର୍ଯ୍ୟ ସମ୍ପର୍କରେ କିଛି ମନ୍ତବ୍ୟ ରଖିଥିଲେ। ରୁଲ୍‌ ୩୬ କଥା କହି ସେ କହିଥିଲେ ଯେ, ଆଜି ହେଉଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ଅଧିକ ପ୍ରଶ୍ନ ଆସୁଥିବାରୁ ୧ ଘଣ୍ଟାରେ ଆଲୋଚନା ସରିପାରୁନାହିଁ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ପ୍ରଶ୍ନକାଳ ଆରମ୍ଭ ସମୟରେ ଜଣେ ପାଟିକଲେ, ଯାହା ଠିକ୍‌ ନୁହେଁ। ଯାହା ପୂର୍ବାହ୍ନରେ ହୋଇଥିଲା ତାହାର ପୁନରାବୃତ୍ତି ନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହାର ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଙ୍ଗେ ସଙ୍ଗେ ଅମର ଶତପଥୀଙ୍କ କଥାକୁ ବିରୋଧ କରିଥିଲେ। ସେ କହିଥିଲେ ଯେ, ବିରୋଧୀଙ୍କ ଅଧିକାର ଅଛି ସେମାନେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେକୌଣସି ସମୟରେ ଉଠାଇପାରିବେ। ଏହାପରେ ପ୍ରଥମେ ବାଚସ୍ପତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଭୋଟ୍‌ ଅନ୍‌ ଡିମାଣ୍ଡ ପ୍ରସ୍ତାବ ଆଣିଥିଲେ। ଏହାପରେ ରାଜସ୍ବ ଏବଂ ଅବକାରୀ ବିଭାଗର ବ୍ୟୟ ମଞ୍ଜୁରୀ ବିଲ୍‌ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ପ୍ରଥମେ ଭାଜପା ବିଧାୟକ ବିଷ୍ଣୁ ସେଠୀ ରାଜସ୍ବ ଓ ଅବକାରୀ ବିଭାଗର ବିଭିନ୍ନ ଅନିୟମିତତା ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ଅବକାରୀ ବିଭାଗ ସମ୍ପର୍କିତ ଯେଉଁ ଖର୍ଚ୍ଚ ଆଗତ ହୋଇଛି ତାକୁ ସେ ସମର୍ଥନ କରୁନାହାଁନ୍ତି। ବିଭାଗର ଖର୍ଚ୍ଚ ସମ୍ପର୍କରେ ମନ୍ତ୍ରୀ ଯେଉଁସବୁ ଚିତ୍ର ଦର୍ଶାଇଛନ୍ତି ସେ ବିଷୟରେ ସମସ୍ତଙ୍କୁ ଜଣାଅଛି। ଏ ପର୍ଯ୍ୟନ୍ତ ରାଜସ୍ବ ବିଭାଗ ରାଜ୍ୟରେ ଖାଲି ପଡିଥିବା ଆର୍‌ଆଇ, ଅମିନ ପଦବୀ ପୂରଣ କରିପାରୁନାହିଁ। ତହସିଲ୍‌ ଅଫିସ୍‌ ଗଲେ ସବୁଥିପାଇଁ ଲାଞ୍ଚ ଦେବାକୁ ପଡୁଛି। ଓଡିଶାର ଉପକୂଳ ଅଞ୍ଚଳରେ ବାତ୍ୟା ଓ ବନ୍ୟା ସବୁବେଳେ ଲାଗି ରହିଛି। ସାଳନ୍ଦୀ ଏବଂ ବୈତରଣୀ ନଦୀରେ ବୋଟ୍‌ ଚାଲିପାରୁନି। ସେହିପରି ଜଗନ୍ନାଥ ଜମିର ବ୍ୟବହାର ଏବଂ ସେଥିରୁ ରାଜସ୍ବ ଆଦାୟ ସମ୍ପର୍କରେ ସେ କହିଛନ୍ତି। ଅନ୍ୟପଟେ ଭଦ୍ରକ ମଦ ମୃତ୍ୟୁ କଥା ଉଠାଇ ସେ ସରକାରଙ୍କ ଉପରେ ବର୍ଷିଥିଲେ। ନିର୍ବାଚନ ପୂର୍ବଦିନ ଚାନ୍ଦବାଲି ଅଞ୍ଚଳରେ ୧୨ଜଣଙ୍କ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିଲା। ଯେଉଁମାନେ ମଦ ବାଣ୍ଟିଥିଲେ ସେମାନେ ଶାସକ ଦଳର ଏବଂ ମୃତ୍ୟୁବରଣ କରିଥିବା ଲୋକେ ମଧ୍ୟ ବିଜେଡିର ଥିଲେ। ହେଲେ ଏହି ଘଟଣାରେ ମୁଖ୍ୟ ଦାୟୀ ଯିଏ ତାକୁ ଏ ପର୍ଯ୍ୟନ୍ତ ଧରାଗଲାନାହିଁ। ମନ୍ତ୍ରୀ ଏହା ଉପରେ ଗୁରୁତ୍ୱର ସହ ବିଚାର କରନ୍ତୁ ବୋଲି ସେ କହିଛନ୍ତି। ଶ୍ରେଷ୍ଠ ମଦ ବ୍ୟବସାୟୀଙ୍କୁ ପୁରଷ୍କାର ଦିଆଯିବା ଘଟଣାରେ ସିଏ ସରକାରଙ୍କୁ ଟାର୍ଗେଟ କରିଥିଲେ। ମନ୍ତ୍ରୀ ଶ୍ରେଷ୍ଠ ମଦ ବ୍ୟବସାୟୀଙ୍କୁ ପଦ୍ମଭୂଷଣ କିମ୍ବା ପଦ୍ମଶ୍ରୀ ଦିଆଯିବାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି। ଏହାପରେ ଅମର ପ୍ରସାଦ ଶତପଥୀ ଦୁଇ ବିଭାଗର ଖର୍ଚ୍ଚ ଦାବି ମଞ୍ଜୁରୀ ପ୍ରସ୍ତାବ ଦାବିକୁ ସମର୍ଥନ ଦେଇଛନ୍ତି। ଏହାପରେ ପ୍ରଫୁଲ୍ଲ ସାମଲ ବ୍ୟୟ ବରାଦ ବିଲ୍‌କୁ ସମର୍ଥନ ଦେଇ କହିଛନ୍ତି ଯେ, ରାଜସ୍ବ ବିଭାଗର ପରିଚାଳନା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ସମସ୍ତେ ମାନୁଛନ୍ତି। ବର୍ତ୍ତମାନ ମଧ୍ୟ ରାଜ୍ୟରେ ବହୁ ଭୂମିହୀନ ରହିଛନ୍ତି। ଭୂସଂସ୍କାର ଆଇନରେ ସଂଶୋଧନ ଆବଶ୍ୟକ। ଲଘୁ ଖଣିଜ ସମ୍ପଦ ଉପରେ ମାଫିଆ ରାଜ କରିଲେଣି। ୪୫ ହଜାର ଏକର ଜମି ଜବର ଦଖଲରେ ରହିଛି। ଏହାପରେ ନରସିଂହ ମିଶ୍ର କହିଛନ୍ତି ଯେ, ବିଜୁ ବାବୁ ଦେଶୀ ମଦ ବନ୍ଦ କରିଥିଲେ। ଗୁଜରାଟ, ବିହାରରେ କାଗଜ କଲମରେ ମଦ ବନ୍ଦ ଅଛି। ମଦ ବନ୍ଦ କରାଗଲେ ସମସ୍ୟାର ସମାଧାନ ହେବନାହିଁ। ଏହା ଉପରେ ନିୟନ୍ତ୍ରଣର ଆବଶ୍ୟକତା ରହିଛି। ହାଇଓ୍ବେ ନିକଟରେ ମଦ ଦୋକାନ ବନ୍ଦ କରାଯିବା ଦରକାର। ବହୁ ବିଧାୟକ ଜାଣନ୍ତି ନାହିଁ ସେମାନଙ୍କ ଅଞ୍ଚଳରେ କେଉଁ ରାଜସ୍ବ ନିୟମ ପ୍ରଚଳିତ ହେଉଛି। ଏହାପରେ ସୁରେଶ ରାଉତରାୟ ଜଗନ୍ନାଥ ମୁଖ୍ୟତଃ ରାଜସ୍ବ ବିଭାଗ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ଫନୀ ଦ୍ୱାରା ଖୋର୍ଦ୍ଧା ଲୋକେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ସାହାଯ୍ୟ ଯୋଗାଇବା। ଏହାସହ ପୂର୍ବରୁ ସେହି ଅଞ୍ଚଳରେ ଥିବା ବହୁ ସ୍ଥିତିବାନ ଜମି ଜଗନ୍ନାଥଙ୍କ ନାମରେ ହୋଇଯାଇଥିଲା। ଫଳରେ ବହୁ ବାସିନ୍ଦା ନିଜ ଜମି ସେଠାରେ ବିକ୍ରି କରିବାରେ ଅସୁବିଧା ଭୋଗିଲେ। ଏନେଇ ହାଇକୋର୍ଟ ଦେଇଥିବା ରାୟ କାର୍ଯ୍ୟକାରୀ ହେବା ଆବଶ୍ୟକ। ସେହିପରି ବହୁ କଲେଜ ପିଲା ବର୍ତ୍ତମାନ ନିଶାଦ୍ରବ୍ୟ ଖାଇବାରେ ଲାଗିଛନ୍ତି। ଏନେଇ ମଧ୍ୟ ଗୁରୁତ୍ୱ ଦେବାକୁ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri