ଖରିଫ୍‌ ଋତୁ ଧାନ ସଂଗ୍ରହ ୨୦୧୯-୨୦: ୧୩୦୦ରୁ ଅଧିକ ଚାଷୀଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ଧାନ ସଂଗ୍ରହ କିପରି ଚାଲୁଛି, ସେ ସମ୍ପର୍କରେ ପ୍ରତ୍ୟକ୍ଷ ଖବର ନେବା ପାଇଁ ଏଯାବତ୍‌ ୧୩୦୦ରୁ ଅଧିକ ଚାଷୀଙ୍କ ସହ କଲ୍‌ସେଣ୍ଟର ଜରିଆରେ କଥାବାର୍ତ୍ତା କରାଯାଇଥିବା ଜଣାପଡିଛି। ଚଳିତ ଖରିଫ୍‌ ଋତୁ ୨୦୧୯-୨୦ରେ ଧାନ ସଂଗ୍ରହ କାର୍ଯ୍ୟ ଗତ ନଭେମ୍ବରରୁ ଆରମ୍ଭ ହୋଇଛି। ଗତ ୩୦ ତାରିଖରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟସ୍ଥିତ କଲ୍‌ସେଣ୍ଟରରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୨୦ ଜଣ ଚାଷୀଙ୍କ ସହ ଫୋନ ଯୋଗେ ଧାନ ସଂଗ୍ରହ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଚାଷୀମାନେ ମୁଖ୍ୟତଃ ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରି ଜିଲାର ଥିଲେ।
ସେହିପରି ଡିସେମ୍ବର ପହିଲାରେ କଲ୍‌ସେଣ୍ଟର ଜରିଆରେ ବରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର ଓ ସମ୍ବଲପୁରର ୪୧୫ ଚାଷୀଙ୍କୁ ସେମାନଙ୍କର ପଞ୍ଜୀକୃତ ମୋବାଇଲ୍‌ ନମ୍ବର ଯୋଗେ ଧାନ ସଂଗ୍ରହ କାର୍ଯ୍ୟ, ବିକ୍ରି ବାବଦ ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ ଏବଂ ଆଗୁଆ ଟୋକନ ପାଇବା ସମ୍ପର୍କରେ ଅଧିକାରୀମାନେ ପଚାରି ବୁଝିଥିଲେ। ସେମାନଙ୍କ ମଧ୍ୟରୁ ୪୦୮ ଚାଷୀ ଆଗୁଆ ଟୋକନ ପାଇଥିବା ଓ ୩୫୮ ଜଣ ସେହିଦିନ ସନ୍ଧ୍ୟା ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଅର୍ଥ ପାଇଥିବା ଏବଂ ୩୮୦ଜଣ ଧାନ ସଂଗ୍ରହ କେନ୍ଦ୍ରର କାର୍ଯ୍ୟଧାରା ସମ୍ପର୍କରେ ସନ୍ତୋଷ ପ୍ରକାଶ କରିଥିଲେ। ଡିସେମ୍ବର ୨ରେ ବରଗଡ଼, କଳାହାଣ୍ଡି ଓ ସମ୍ବଲପୁରର ୭୦୫ ଚାଷୀଙ୍କ ସହ କଥାବାର୍ତ୍ତା କରାଯାଇଥିଲା। ତନ୍ମଧ୍ୟରୁ ୬୫୫ ଜଣ ସେହିଦିନ ସନ୍ଧ୍ୟା ସୁଦ୍ଧା ଧାନ ବିକ୍ରି ଅର୍ଥ ପାଇଥିବା ଜଣାପଡିଛି। ସେହିପରି ୬୯୨ ଜଣ ଆଗୁଆ ଟୋକନ ପାଇଥିବା ଏବଂ ୬୭୬ ଧାନ ସଂଗ୍ରହ କେନ୍ଦ୍ରରେ ସୁବିଧାରେ ଧାନ ବିକିଛନ୍ତି। ଡିସେମ୍ବର ୩ରେ ବରଗଡ଼, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ମାଲକାନଗିରିର ୨୬୭ ଚାଷୀ ଫୋନ ମାଧ୍ୟମରେ କଥା ହୋଇଥିଲେ। ତନ୍ମଧ୍ୟରୁ ୨୨୯ ଚାଷୀ ସେହିଦିନ ସନ୍ଧ୍ୟା ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ଯୋଗେ ଅର୍ଥ ପାଇଥିଲେ। ଅନୁରୂପଭାବେ ୨୬୬ ଜଣ ଆଗୁଆ ଟୋକନ ପାଇଥିବା ଏବଂ ୨୫୦ ଜଣ ଧାନ ସଂଗ୍ରହ ବାବଦରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri