ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ା,୧୯ା୪(ସ୍ବ.ପ୍ର.)-ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ସାଧାରଣ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନ ଥିବା ପରିଲକ୍ଷିତ ହୋଇଛି| ତେବେ ବିଜେଡି ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ଆମ ଓଡିଶାର ମୁଖ୍ୟ ତଥା ବିଜେଡି ରାଜ୍ୟ ସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଭାଜପା ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ସ୍ବାଧୀନ ପ୍ରାର୍ଥୀ ଭାବେ ଦୁଷ୍ମନ୍ତ କୁମାର ସ୍ବାଇଁ ଗାଁ ଗାଁ ବୁଲି ଭୋଟ ପ୍ରଚାର କାର୍ଯ୍ୟ ଚାଲୁରଖିଛନ୍ତି। ଖଣ୍ଡପଡା ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ଭାବେ ବସନ୍ତ କୁମାର ମହାରଣା ନିର୍ବାଚନ ଲଢୁଛନ୍ତି। ଗୁରୁବାର  କଂଗ୍ରେସ ପ୍ରାର୍ଥୀ ମହାରଣା ସମର୍ଥକଙ୍କ ଗହଣରେ ଖଣ୍ଡପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତକରି ଭୋଟରଙ୍କୁ ଭୋଟ ଭିକ୍ଷା କରିଥିବା ଜଣାଯାଇଛି। ସେ ପଦଯାତ୍ରାରେ ପଞ୍ଚାୟତ ପରିକ୍ରମା କରିଥିଲେ। ଆଉ ମାତ୍ର ନିର୍ବାଚନ ୪ଦିନ ବାକି ରହିଥିବା ବେଳେ ନେତାମାନଙ୍କ ଅନ୍ଧାରୀ ବିଜେକୁ ଭୋଟରମାନେ ଚାହିଁ ରହିଛନ୍ତି ା ତେବେ ଭୋଟରମାନଙ୍କ ମତଦାନ କାହା ସପକ୍ଷରେ ଯାଉଛି ତାହା ଏବେ ସ୍ପଷ୍ଟ ଭାବରେ ଜଣାପଡୁନାହିଁ ା ଭୋଟରମାନେ ଖୋଲାଖୋଲି ଭାବେ କାହାକୁ ଭୋଟ ଦେବେ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କହୁ ନ ଥିବାବେଳେ ଦଳୀୟ କର୍ମୀ କିମ୍ବା ନେତାଙ୍କୁ ସମ୍ମୁଖରେ ଦେଖି ତାଙ୍କୁ ଭୋଟ ଦେବେ ବୋଲି କହୁଛନ୍ତି ା ତେବେ ସ୍ବାଭିମାନୀ ଖଣ୍ଡପଡାବାସୀ ଏଥର ନିର୍ବାଚନରେ ନିଜ ମନ ପସନ୍ଦ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କୁହାକୁହି ହେଉଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାଁ ରଖିଲେ ଚାଷୀ ପୁଅ: ନିଟ୍-ୟୁଜିରେ ସଫଳତା ହାସଲ କଲେ ବିସ୍ମୟ, ଡାକ୍ତର ହେବାର ସ୍ୱପ୍ନ…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ମାଣିକପୁର ଗ୍ରାମର ମେଧାବୀ ଛାତ୍ର ବିସ୍ମୟ ପଧାନ ଚଳିତ ବର୍ଷର ନିଟ୍-ୟୁଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri