ଖଣି ମନ୍ତ୍ରୀ, ସଚିବଙ୍କ ଯୋଡ଼ା ଗସ୍ତ: ଖଣି ନିଲାମ ପାଇଁ ସରକାରୀ ତତ୍ପରତା

ଯୋଡ଼ା, ୨୯।୮(ଡିଏନଏ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳକୁ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଯୋଡା ଗସ୍ତରେ ଆସି ଖଣି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଖଣିଲିଜ୍‌ ଧାରୀଙ୍କ ସହିତ ଏକ ବୈଠକ କରିଥିଲେ। ଗୁରୁବାର ଅପରାହ୍ନ ୩ ଘଟିକା ସମୟରେ ମନ୍ତ୍ରୀ ପ୍ରଫୁଲ ମଲିକ ଓ ଖଣି ସଚିବ ରାଜକୁମାର ଶର୍ମା ଯୋଡାରେ ପହଞ୍ଚି ଯୋଡା ପୌରପାଳିକାର ସଭାଗୃହଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଖଣି ଲିଜ୍‌ଧାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ଖଣି ନିର୍ଦ୍ଦେଶକ ଦୀପକ କୁମାର ମହାନ୍ତି, କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଚମ୍ପୁଆ ଉପଜିଲାପାଳ ପାରୁଲ ପାଟଓ୍ବରି ପ୍ରମୁଖ  ଉପସ୍ଥିତ ଥିଲେ। ଯୋଡା ଖଣିମଣ୍ଡଳର ଖଣି ଗୁଡିକର ବିଭିନ୍ନ ସମସ୍ୟା ସେମାନଙ୍କର ସାମାଜିକ ଦାୟିତ୍ୱ କଣ, ଖଣି ଗୁଡିକୁ କିପରି ରାସ୍ତା ସଂଯୋଗ କରିପାରିବ ପ୍ରଭୃତି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ନିଲାମ୍‌ ପ୍ରକ୍ରିୟା ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ,‘ ୫ ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଯାଇଛି। ଆଉ ୨୪ଟି ଖଣିର ନିଲାମ ହେବ। ନିଲାମ ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏହା ଜଣାପଡିବ’ ।
ଅପରପକ୍ଷରେ ଖଣି ଲିଜ୍‌ଧାରୀମାନଙ୍କର ପ୍ରତିନିଧି, ଖଣି ଲିଜ୍‌ଧାରୀ, ଖଣି ଠିକାଦାର, ପରିବହନ ଠିକାଦାର ସେମାନଙ୍କର ଖଣି କାର୍ଯ୍ୟରେ ହେଉଥିବା ଅସୁବିଧା ସମ୍ପର୍କରେ ମନ୍ତ୍ରୀ ମଲିକ, ସଚିବ ରାଜକୁମାର ଶର୍ମା, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣି କମ୍ପାନୀମାନଙ୍କର ସାମାଜିକ ଦାୟିତ୍ୱବୋଧତା ଉପରେ ମଧ୍ୟ ଖଣି କମ୍ପାନୀଗୁଡ଼ିକୁ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ମନ୍ତ୍ରୀ କହିଥିଲେ। ଖଣି ଲିଜ୍‌ଧାରୀ ତାରିଣୀ ପ୍ରସାଦ ମହାନ୍ତି ଖଣିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ରାଜ୍ୟ ସରକାର ଖଣିଜ ପରିବହନ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ହେଲେ କିଛି ପରିବହନ ଠିକାଦାର ନିର୍ଦ୍ଧାରିତ ପରିବହନ ମୂଲ୍ୟଠାରୁ ଶହ ଶହ ଟଙ୍କା ଅଧିକ ଦାବି କରୁଛନ୍ତି। ଏହାର ଉତ୍ତର ରଖି କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କହିଥିଲେ ଯେ, ଏପରି କ୍ଷେତ୍ରରେ ଲିଖିତ ଅଭିଯୋଗ କଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିପରି ଆବଶ୍ୟକତା ମାନର କୋଇଲା ଓଡିଶାରେ ମିଳୁ ନ ଥିବାରୁ କାରଖାନା ଚଳାଇବା ପାଇଁ ଅସମ୍ଭବ ହୋଇପଡୁଛି। ଏଣୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରେ ଥିବା ରାଣୀଗ ଅଞ୍ଚଳରୁ କୋଇଲା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉ ବୋଲି ଲିଜ୍‌ଧାରୀ ଓ କାରଖାନା ମାଲିକମାନେ କହିଥିଲେ। ମନ୍ତ୍ରୀ ମଲିକ ଏହାକୁ ମିଳିତ ଭାବେ ଓଡିଶା ସ୍ପଞ୍ଜଆଇରନ ମାନୁଫ୍ୟାକଚରିଂ ଆସୋସିଏସନ ଜରିଆରେ ସରକାରଙ୍କଠାରେ ନିବେଦନ କରିବା ପାଇଁ ଉଦ୍ୟୋଗପତି ମାନଙ୍କୁ କହିଥିଲେ। ରାସ୍ତା ସମ୍ପର୍କରେ କେନ୍ଦୁଝର ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ଯେ, ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ଓ ଖଣିଗୁଡିକ ସହିତ ମଧ୍ୟ ସଂଯୋଗୀକରଣ କରାଯିବ। ରାଜ୍ୟ ରାଜପଥ ନଂ ୨ର ବାମେବାରୀ-ବାଂଶପାଣି ରାସ୍ତାର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥାକୁ ହଟାଇ ଆସନ୍ତା ସପ୍ତାହ ମଧ୍ୟରେ ୫୨୦ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ମଣ୍ଟେକାର୍ଲୋକୁ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri