ଯୋଡ଼ା, ୨୯।୮(ଡିଏନଏ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳକୁ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଯୋଡା ଗସ୍ତରେ ଆସି ଖଣି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଖଣିଲିଜ୍ ଧାରୀଙ୍କ ସହିତ ଏକ ବୈଠକ କରିଥିଲେ। ଗୁରୁବାର ଅପରାହ୍ନ ୩ ଘଟିକା ସମୟରେ ମନ୍ତ୍ରୀ ପ୍ରଫୁଲ ମଲିକ ଓ ଖଣି ସଚିବ ରାଜକୁମାର ଶର୍ମା ଯୋଡାରେ ପହଞ୍ଚି ଯୋଡା ପୌରପାଳିକାର ସଭାଗୃହଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଖଣି ଲିଜ୍ଧାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ଖଣି ନିର୍ଦ୍ଦେଶକ ଦୀପକ କୁମାର ମହାନ୍ତି, କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଚମ୍ପୁଆ ଉପଜିଲାପାଳ ପାରୁଲ ପାଟଓ୍ବରି ପ୍ରମୁଖ ଉପସ୍ଥିତ ଥିଲେ। ଯୋଡା ଖଣିମଣ୍ଡଳର ଖଣି ଗୁଡିକର ବିଭିନ୍ନ ସମସ୍ୟା ସେମାନଙ୍କର ସାମାଜିକ ଦାୟିତ୍ୱ କଣ, ଖଣି ଗୁଡିକୁ କିପରି ରାସ୍ତା ସଂଯୋଗ କରିପାରିବ ପ୍ରଭୃତି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ନିଲାମ୍ ପ୍ରକ୍ରିୟା ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ,‘ ୫ ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଯାଇଛି। ଆଉ ୨୪ଟି ଖଣିର ନିଲାମ ହେବ। ନିଲାମ ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏହା ଜଣାପଡିବ’ ।
ଅପରପକ୍ଷରେ ଖଣି ଲିଜ୍ଧାରୀମାନଙ୍କର ପ୍ରତିନିଧି, ଖଣି ଲିଜ୍ଧାରୀ, ଖଣି ଠିକାଦାର, ପରିବହନ ଠିକାଦାର ସେମାନଙ୍କର ଖଣି କାର୍ଯ୍ୟରେ ହେଉଥିବା ଅସୁବିଧା ସମ୍ପର୍କରେ ମନ୍ତ୍ରୀ ମଲିକ, ସଚିବ ରାଜକୁମାର ଶର୍ମା, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣି କମ୍ପାନୀମାନଙ୍କର ସାମାଜିକ ଦାୟିତ୍ୱବୋଧତା ଉପରେ ମଧ୍ୟ ଖଣି କମ୍ପାନୀଗୁଡ଼ିକୁ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ମନ୍ତ୍ରୀ କହିଥିଲେ। ଖଣି ଲିଜ୍ଧାରୀ ତାରିଣୀ ପ୍ରସାଦ ମହାନ୍ତି ଖଣିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ରାଜ୍ୟ ସରକାର ଖଣିଜ ପରିବହନ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ହେଲେ କିଛି ପରିବହନ ଠିକାଦାର ନିର୍ଦ୍ଧାରିତ ପରିବହନ ମୂଲ୍ୟଠାରୁ ଶହ ଶହ ଟଙ୍କା ଅଧିକ ଦାବି କରୁଛନ୍ତି। ଏହାର ଉତ୍ତର ରଖି କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କହିଥିଲେ ଯେ, ଏପରି କ୍ଷେତ୍ରରେ ଲିଖିତ ଅଭିଯୋଗ କଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିପରି ଆବଶ୍ୟକତା ମାନର କୋଇଲା ଓଡିଶାରେ ମିଳୁ ନ ଥିବାରୁ କାରଖାନା ଚଳାଇବା ପାଇଁ ଅସମ୍ଭବ ହୋଇପଡୁଛି। ଏଣୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରେ ଥିବା ରାଣୀଗ ଅଞ୍ଚଳରୁ କୋଇଲା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉ ବୋଲି ଲିଜ୍ଧାରୀ ଓ କାରଖାନା ମାଲିକମାନେ କହିଥିଲେ। ମନ୍ତ୍ରୀ ମଲିକ ଏହାକୁ ମିଳିତ ଭାବେ ଓଡିଶା ସ୍ପଞ୍ଜଆଇରନ ମାନୁଫ୍ୟାକଚରିଂ ଆସୋସିଏସନ ଜରିଆରେ ସରକାରଙ୍କଠାରେ ନିବେଦନ କରିବା ପାଇଁ ଉଦ୍ୟୋଗପତି ମାନଙ୍କୁ କହିଥିଲେ। ରାସ୍ତା ସମ୍ପର୍କରେ କେନ୍ଦୁଝର ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ଯେ, ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ଓ ଖଣିଗୁଡିକ ସହିତ ମଧ୍ୟ ସଂଯୋଗୀକରଣ କରାଯିବ। ରାଜ୍ୟ ରାଜପଥ ନଂ ୨ର ବାମେବାରୀ-ବାଂଶପାଣି ରାସ୍ତାର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥାକୁ ହଟାଇ ଆସନ୍ତା ସପ୍ତାହ ମଧ୍ୟରେ ୫୨୦ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ମଣ୍ଟେକାର୍ଲୋକୁ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି।
Posted inଆମ ଜିଲା ଖବର, କେନ୍ଦୁଝର View All
ଟ୍ରକ୍ରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...
ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର
ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...
ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
ବାଇକ୍ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ
ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...
ଟ୍ରକ୍କୁ ସାଇଡ୍ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...
Archives


