ଖଣି ବନ୍ଦ ରଖିବାକୁ ଚେତାଇଲା ପ୍ରଶାସନ

ଖଇରା,୨୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ କପିଳଝୁରୀ ବନ୍ଧନଟା ଏବଂ ବଗେଇପୁର ମୌଜାରେ ଚାଲିଥିବା ଖଣି ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ଖଣି ବ୍ୟବହାରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ା ତଦନୁଯାୟୀ ଓଡିଶା ଆଡଭୋକେଟ ଜେନେରାଲଙ୍କ ନିର୍ଦ୍ଦେଶ କ୍ରମେ ଖଇରା ତହସିଲ ପକ୍ଷରୁ ବୁଧବାର ମାଇକ ଯୋଗେ ପ୍ରଚାର କରି ନିଲାମଧାରୀଙ୍କୁ ଏ ନେଇ ଅବଗତ କରାଯାଇଛି। ଏହା ପରଠାରୁ ଖଣି ନିଲାମଧାରୀ ଯଦି ଖଣିବ୍ୟବହାର କରନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଉଛି ।
ଉଲ୍ଲେଖନୀୟ ଯେ, ଶାରୀଶୁଆ ପାହାଡ ଜୈବ ସମ୍ବେଦନଶୀଳ କ୍ଷେତ୍ର ପରିସରରେ ଆସୁଥିବା ସତ୍ତ୍ୱେ ଚଞ୍ଚକତା କରି ଏଠାକାର ଖଣି ଅଞ୍ଚଳ ହାତୀଚଲାପଥ ଭିତରେ ଆସୁ ନ ଥିବା ପ୍ରମାଣପତ୍ର ହାସଲକରି କେତେକ ଖଣି ସଂସ୍ଥା ୨୦୧୮ ମାର୍ଚ୍ଚଠାରୁ ଖଣିଜ ଦ୍ରବ୍ୟ ଲୁଟି ଚାଲିଥିଲେ। ଏଠାକାର ୯୭ ଖଣି ମଧ୍ୟରୁ କାଁଭାଁ କେତୋଟି ଖଣର ନିଲାମଧାରୀ ଅର୍ଥ ପୈଠ କରିଥିଲେ। ଅନ୍ୟ ନିଲାମଧାରୀମାନେ ବେଆଇନ ଭାବେ ପଥର ଉତ୍ତୋଳନ କରିଚାଲିଥିଲେ। ଏଭଳି କାର୍ଯ୍ୟକୁ ବିରୋଧ କରି ପାହାଡତଳି ଅଞ୍ଚଳବାସୀ ଭିଟାମାଟି ଛାଡିବାକୁ ଧମକ ଦେଇଥିଲେ ା ଏହ ି ସମୟ ମଧ୍ୟରେ ୨୦ରୁ ଅଧିକ ବନ୍ୟଜନ୍ତୁ ବ୍ଲାଷ୍ଟିଂ ଭୟରେ ଗାଁକୁ ପଳାଇ ଆସି ପ୍ରାଣ ହରାଇଥିଲେ ା ପାହାଡ ସୁରକ୍ଷା ପାଇଁ ୨ଟି ସାମାଜିକ ସଂଗଠନ ରୁରାଲ ଅରଗାଇନାଇଜେନ ଫର ସୋଶିିଆଲ ଏମ୍ପାୱାରମେଣ୍ଟ ଏବଂ ଆସୋସିଏଟେଡ ସୋଶିଆଲ ସର୍ଭିସ ଏଜେନ୍ସି ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲର ବିଚାରପତି ଏସ୍‌.ପି.ୱାଙ୍ଗଡି,ସତ୍ୟୱାନ ସିଙ୍ଗ ଗାରବବ୍ୟାଲ ଗତ ୧୬ତାରିଖରେ ଦେଇଥିବା ରାୟରେ ଖଣି ଅଞ୍ଚଳ କୁଲଡିଆ-ହଦଗଡ ଆନ୍ତଜିଲା ବନ୍ୟଜନ୍ତୁ ଚଲାପଥ କ୍ଷେତ୍ରରେ ଆସୁଥିବା ତଥା ଏହା ଜୈବ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା କାରଣରୁ ଏହା ଉପରେ ଡିସେମ୍ବର ୧୨ତାରିଖରେ ଆବଶ୍ୟକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ତେବେ ଟ୍ରବ୍ୟୁନାଲର ନିର୍ଦ୍ଦେଶ ସମ୍ପର୍କରେ ଖଣି ମାଲିକମାନେ ଜାଣିବା ପରେ ରାତିଦିନ ଶତାଧିକ ଟ୍ରକରେ ମାଲବୋଝେଇ କରି ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ପ୍ରଶାସନ ପକ୍ଷରୁ ମାଇକ ପ୍ରଚାର ସତ୍ତ୍ୱେ ଖଣିରୁ ପଥର ପରିବହନ ଅବ୍ୟାହତ ଥିବା ନେଇ ପାହାଡତଳ ବାସିନ୍ଦା ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri