‘ଖଣି ଅଞ୍ଚଳ ରାସ୍ତା ୭ ଦିନରେ ମରାମତି କର’

ଯୋଡ଼ା ୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ବ୍ଲକ ସଭାଗୃହଠାରେ ସୋମବାର ଅନୁଷ୍ଠିତ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଖଣି ଅଞ୍ଚଳର ରାସ୍ତାଘାଟ, ଜୁରୁଡି ଏସେଲ ମାଇନିଂ ଦ୍ୱାରା ପରିଚାଳିତ ହେଉଥିବା ଡିଏଭି ସ୍କୁଲ, ଅଧିକାଂଶ ଖଣି ବନ୍ଦ ଯୋଗୁ କାମଧନ୍ଧା ହରାଇ ଲୋକେ ଦାଦନ ଖଟିବାକୁ ଯିବା, ଆବାସ ଯୋଜନା ଓ ଭତ୍ତା ଆଦି ସମସ୍ୟା ସମ୍ପର୍କରେ ସମୁଦାୟ ୫୭ ଅଭିଯୋଗ ଆସିଥିଲା। ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଏସପି, ମିତ୍ରଭାନୁ ମହାପାତ୍ର, ସିଡିଏମଓ ଅଶୋକ କୁମାର ଦାସ, ଚମ୍ପୁଆ ଉପଜିଲାପାଳ ପାରୁଲ ପଟାଓରୀ, ଯୋଡା ବ୍ଲକ ଅଧ୍ୟକ୍ଷା ଶୁକୁମାରୀ ଦେହୁରୀ, ଯୋଡା ବ୍ଲକ ବିଡିଓ କ୍ଷୀରୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିଥିଲେ। ଖଣି ଅଞ୍ଚଳ ରାସ୍ତାର ଦୁରବସ୍ଥା ଓ ଟ୍ରାଫିକ୍‌ ଜାମ ସମସ୍ୟା ଗୁରୁତର ରୂପ ନେଉଥିବାରୁ ଯୋଡା-ବାମେବାରୀ ୨ ନମ୍ବର ରାଜ୍ୟ ରାଜପଥର ମରାମତି ଓ ସମ୍ପ୍ରସାରଣ କାମ ଏକସପ୍ତାହ ମଧ୍ୟରେ ସାରିବାକୁ କେନ୍ଦୁଝର ଶିବିରରେ ଗୁରୁତ୍ୱାରୋପ କରାଯାଇଥିଲା। ପରେ ଏହି ରାସ୍ତା ସମସ୍ୟା ନେଇ ଜିଲାପାଳ ଖଣି ଲିଜ୍‌ଧାରୀ ପ୍ରତିନିଧିଙ୍କ ସହିତ ପୃଥକ ବୈଠକ କରି ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ବୈଠକ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି ନହେଲେ….

ଭଞ୍ଜନଗର,୨୨।୨(ବାବୁଲା ପ୍ରଧାନ): ଫେବୃଆରୀ ମାସରୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି । ଏହାକୁ ଦେଖିଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶା…

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

୪ ବର୍ଷ ତଳେ ହୋଇଥିଲା ପୋଷ୍ଟିଂ, ଭଡ଼ା ଘରୁ ଉଦ୍ଧାର ହେଲା ପୋଷ୍ଟମ୍ୟାନଙ୍କ ମୃତଦେହ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଗୋଠଗାଁ ପୋଷ୍ଟମ୍ୟାନଙ୍କ ମୃତଦେହକୁ ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଛି। ମୃତ ପୋଷ୍ଟମ୍ୟାନ ଜଣଙ୍କ ହେଲେ ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri