ଖଡ଼ଗପ୍ରସାଦରେ କୁମ୍ଭୀର ଆତଙ୍କ

ଓଡାପଡା,୧୯ା୧୧(ଡି.ଏନ.ଏ)

ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମ ବାଲିଘାଟ ନିକଟରେ କୁମ୍ଭୀର ଦେଖିଥିବା ନେଇ ଅଞ୍ଚଳବାସୀ ପ୍ରକାଶ କରିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରାୟ ୬ ଫୁଟ ଲମ୍ବର କୁମ୍ଭୀରଟି ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ବାଲିଘାଟରେ ଏକ ପଥର ନିକଟରେ ଖରାରେ ଶୋଇଥିବା ଗ୍ରାମର ପ୍ରଶାନ୍ତ ଜେନାଙ୍କ ସମେତ ଅନ୍ୟମାନେ ଦେଖିବାକୁ ପାଇଥିବା ପ୍ରକାଶ କରିଛନ୍ତି। ଏ ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଓ ହାତୀ ସ୍କ୍ବାର୍ଡ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ କୁମ୍ଭୀରକୁ ଠାବ କରିପାରିନାହାନ୍ତି। କୁମ୍ଭୀରଟି ପାଣି ଭିତରକୁ ଚାଲି ଯାଇଥିବା ଅଞ୍ଚଳବାସୀ କହୁଥିବା ବେଳେ ପାଣି ଭିତରେ ଖୋଜାଖୋଜି ହୋଇନାହିଁ। ଏହାକୁ ନେଇ ଖଡଗପ୍ରସାଦ ଗ୍ରାମ ସମେତ ଉପର ଓ ତଳମୁଣ୍ଡ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଏ ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚରାଯିବାରେ କହିଛନ୍ତି, ଗ୍ରାମବାସୀଙ୍କଠାରୁ ଖବରପାଇ ବିଭାଗୀୟ କର୍ମଚାରୀଙ୍କ ସହ ସେଠାକୁ ପଠାଇଥିଲୁ। କୁମ୍ଭୀରକୁ ଠାବ କରାଯାଇପାରିନାହିଁ। ଯଦି ପୁଣିଥରେ ଦେଖିବାକୁ ମିଳେ ତାହେଲେ ଖୋଜିବା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

NH କଡ଼ରେ ଛିଡ଼ା ହୋଇଥିବା ହାଇୱା ଭିତରୁ ମିଳିଲା ଯୁବକଙ୍କ ମୃତଦେହ, ପରିବାରର ହତ୍ୟା ଅଭିଯୋଗ

ଡେରାବିଶ, ୪।୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ…

ମା’ଙ୍କ ଶୁଦ୍ଧିକ୍ରିୟା ଭୋଜି ସରିଲା, ସନ୍ଧ୍ୟାରେ ଗାଁ ଶ୍ମଶାନରେ ଜଳିଲା ପୁଅର ଚିତା: ଫାସିଗୁଡ଼ା ଗ୍ରାମରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର ଶରତ ଚନ୍ଦ୍ର ନାୟକ(୩୯) ଗୁରୁବାର ମଧ୍ୟାହ୍ନରେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା…

ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ; ବୈତରଣୀରେ ବୁଡ଼ି ଦଶମ ପାସ୍ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ…

ହାଟଡିହୀ/ଛେନାପଦୀ, ୪।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ଅମୃତପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ନିକଟସ୍ଥ ବୈତରଣୀ ନଦୀରେ ବୁଡ଼ି…

ସ୍ବାମୀ କାଠ ମିସ୍ତ୍ରୀ, ସ୍ତ୍ରୀ ହେଲେ OAS; ସଫଳତା ପରେ କହିଲେ- ‘ଗରିବଙ୍କ ସେବା କରିବି’

କେସିଙ୍ଗା,୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜଣେ କାଠ ମିସ୍ତ୍ରୀଙ୍କ ପତ୍ନୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି।…

କବିସୂର୍ଯ୍ୟନଗର ଥାନା ହାଜତ ମୃତ୍ୟୁ ମାମଲା: ଗଞ୍ଜାମ ଏସ୍‌ପିଙ୍କ ସହ ଆଲୋଚନା କଲା HRPC ଟିମ, ମିଳିବ CCTV ଫୁଟେଜ

ଛତ୍ରପୁର, ୪।୬ (ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନାରେ ପୋଲିିସର ‘ଥାର୍ଡ ଡିଗ୍ରୀ’ ଯୋଗୁ ଦିବ୍ୟାଙ୍ଗ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ମାମଲାରେ ଏବେ ମାନବାଧିକାର…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଆସିଲା ଦେବାଶିଷଙ୍କ ପ୍ରଥମ ପ୍ରତିକ୍ରିୟା, ଖୋଲି କହିଦେଲେ….

ଭୁବନେଶ୍ୱର,୪।୬: ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି । ଦେବାଶିଷ ସାମନ୍ତରାୟଙ୍କୁ ଟିକେଟ ଦେଇଛି ଭାଜପା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri