କ୍ୱାରାଣ୍ଟାଇନ୍‌ ହବି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ଏବେ ସମସ୍ତେ ଭିଡ଼ିଓ କନ୍‌ଫରେନ୍ସିଂ କଲ୍‌ ଉପରେ ନିର୍ଭରଶୀଳ। ଏ ସମୟରେ ଜୁମ୍‌ ବମ୍ବିଂରେ ଜଣେ ବ୍ୟକ୍ତି ଜୋକର ଭଳି ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଲକ୍‌ଡାଉନ୍‌ ପାଇଁ ଘରେ ରହି ସେ ଏଭଳିଭାବେ ପୋଷାକ ପିନ୍ଧି ଭିନ୍ନ ରୂପ ଦେବାକୁ ଚାହିଁଛନ୍ତି। ଜୁମ୍‌ କନ୍‌ଫରେନ୍ସ କଲ୍‌ରେ ଏଭଳି ଫନି ପୋଷକ ପିନ୍ଧିଥିବାର ଫଟୋକୁ ସୋସିଆଲ୍‌ ମିଡିଆରେ ପୋଷ୍ଟକରି ସମସ୍ତଙ୍କୁ ଜଣାଇଛନ୍ତି ତାଙ୍କ ସ୍ତ୍ରୀ। ତାଙ୍କ କହିବା ଅନୁସାରେ ଜୁମ୍‌ କନ୍‌ଫରେନ୍ସ କଲ୍‌ ସମୟରେ ତାଙ୍କ ସ୍ବାମୀଙ୍କର ଏଭଳି ପୋଷାକ ପିନ୍ଧିବା ଏବେ କ୍ୱାରେନ୍‌ଣ୍ଟାଇନ୍‌ ହବି ପାଲଟିଛି। ସେଥିପାଇଁ ସେ ବିଭିନ୍ନ ସମୟରେ ଅଲଗା ଅଲଗା ପ୍ରକାରର ପୋଷାକ ପିନ୍ଧୁଛନ୍ତି। କେବେ ସ୍ପାଇଡର୍‌ ମ୍ୟାନ ଭଳି ତ କେବେ ବାଦୁଡ଼ି ଅଥବା ଜୋକରଙ୍କ ଭଳି ପୋଷାକ ପିନ୍ଧି ସମସ୍ତଙ୍କୁ କନ୍‌ଫରେନ୍ସ କଲ୍‌ କରୁଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ବି ସେ ଅନେକ ସମୟରେ ଅବଜ ଢଙ୍ଗରେ ପୋଷାକ ପିନ୍ଧିବାକୁ ଭଲ ପାଉଥିଲେ। ଏବେ ସବୁବେଳେ ଘରେ ରହି କାମ କରୁଥିବାରୁ ତାଙ୍କର ଏହି ଅଭ୍ୟାସ ଆହୁରି ଅଧିକ ବଢ଼ିଯାଇଛି ବୋଲି ଭିଡିଓ ପୋଷ୍ଟ କରିଥିବା ତାଙ୍କ ସ୍ତ୍ରୀ ସୂଚନା ଦେଇଛନ୍ତି। ତାଙ୍କର ଅଜବ ପୋଷାକକୁ ଦେଖି ଲୋକେ ଖୁବ୍‌ ହସନ୍ତି ବୋଲି ସେ ଏଭଳି ପିନ୍ଧିବାକୁ ଇଛା କରୁଥିବା ବ୍ୟକ୍ତି ଜଣକ କହିଛନ୍ତି। ଏମିତିକି ଗୋଟିଏ ପ୍ରକାରର ପୋଷାକ ଦେଖିବା ପରେ ପୁଣି ଅନ୍ୟ ଏକ ରୂପରେ ପିନ୍ଧିବା ପାଇଁ ଅନେକ ପ୍ରସ୍ତାବ ବି ଦିଅନ୍ତି। ତେବେ ଯାହା ହେଉ ବ୍ୟକ୍ତିଜଣକ ନିଜର ଏଭଳି ପୋଷାକ ପାଇଁ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri