କ୍ୟାବିନେଟ୍‌ ନିଷ୍ପତ୍ତି : ନୀଳଗିରି ବ୍ଲକର ୯୦ ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଣ, ଯାଜପୁର ଜିଲା ଟମକା-ମଙ୍ଗଳପୁର ରାସ୍ତା ୪ ଲେନ୍‌, ବାଙ୍କୁଆଳଠାରେ ନିର୍ମାଣ ହେବ ଆଞ୍ଚଳିକ ଶିକ୍ଷା ଓ ତାଲିମ କେନ୍ଦ୍ର

ଭୁବନେଶ୍ୱର,୨୬।୯(ବ୍ୟୁରୋ)-ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ଏହି କ୍ରମରେ ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅଧୀନରେ ଥିବା ୧୭ଟି ପଞ୍ଚାୟତର ୯୦ଟି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରେ ୯୦ ହଜାର ୨୧୯ ଜଣ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପକୁ ଗୁରୁବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଲୋକସଭା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ଥାବକୁ ଅନୁମୋଦନ କରାଯାଇଛି। ନୀଳଗିରି ପାନୀୟ ଜଳ ପ୍ରକଳ୍ପ ଟେଣ୍ଡର ଜୁବେରୀ ଇଞ୍ଜିନିୟରିଂ କମ୍ପାନୀ ନେକନ୍‌ ପାଓ୍ବାଲ ଇନ୍‌ଫ୍ରାକୁ ୧୪୯ କୋଟି ୧୨ ଲକ୍ଷ ଟଙ୍କାରେ ଦିଆଯାଇଛି। ଉକ୍ତ ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ହାଇକୋର୍ଟରେ କାର୍ଯ୍ୟରତ ଆଡହକ୍‌ କୋର୍ଟ ମ୍ୟାନେଜରଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଛନ୍ତି। କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏଥିରେ ୩୨ଜଣ କୋର୍ଟ ମ୍ୟାନେଜର ଉପକୃତ ହେବେ। ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ଜିଲା ଜଜ୍‌ଙ୍କୁ ପ୍ରଶାସନିକ କ୍ଷେତ୍ରରେ ସହାୟତା କରିବା ପାଇଁ କୋର୍ଟ ମ୍ୟାନେଜରଙ୍କୁ ରାଜ୍ୟ ସରକାର ଚିକ୍ତିଭିତ୍ତିକ ନିଯୁକ୍ତି ଦେଇଥିଲେ। ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି।
ଯାଜପୁର ଜିଲାର ଟମକା-ମଙ୍ଗଳପୁର ରାସ୍ତାକୁ ୪ ଥାକିଆ ରାସ୍ତା କରାଯିବ। ଜାତୀୟ ରାଜପଥ ନଂ. ୫୩ର ମଙ୍ଗଳପୁର ପର୍ଯ୍ୟନ୍ତ ୪୩ କିମି ରାସ୍ତାକୁ ୪ ଲେନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ରାସ୍ତାଟି କଣିହାଁ ଓ ସୁକିନ୍ଦା ଖଣି ଅଞ୍ଚଳରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସିଧାସଳଖ ସଂଯୋଗ କରିବ। ଏଥିସହିତ ଏହି ରାସ୍ତା ପାରାଦୀପ ଓ ଧାମରାକୁ ମଧ୍ୟ ସଂଯୋଗ କରିବ। ଜନଗହଳି ଓ ଯାତାୟାତକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ୪ ଲେନ୍‌ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଦୁର୍ଗା କଣ୍ଡେଭ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ନେଇଛି। ଏହାକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏହି ରାସ୍ତା ବାବଦରେ ୧୧୭ କୋଟି ଟଙ୍କା ଖର୍ଚ୍ଚ ହେବ ଓ ୨ ବର୍ଷରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବାଲେଶ୍ୱର ଓ ବଲାଙ୍ଗୀରଠାରେ ୫ଶହ ବେଡ୍‌ ବିଶିଷ୍ଟ ସରକାରୀ ହସ୍ପିଟାଲ ନିର୍ମାଣ ହେବ । ବାଲେଶ୍ୱର ଡାକ୍ତରଖାନା ପାଇଁ ୧୪୮.୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଇରନ୍‌ ଟ୍ରିଆଙ୍ଗଲ୍‌ ଲିଃ. ଏହାକୁ ୧୪୪.୯୯ କୋଟି ଟଙ୍କାରେ ଟେଣ୍ଡର ନେଇଛି। ଆସନ୍ତା ୨ ବର୍ଷ ୬ ମାସ ମଧ୍ୟରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ବଲାଙ୍ଗୀର ଡାକ୍ତରଖାନା ପାଇଁ ୧୪୫.୬୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ଏହାକୁ ୧୪୨.୪୬ କୋଟି ଟଙ୍କାରେ ଟେଣ୍ଡର ନେଇଛି। ଏହି ହସ୍ପିଟାଲ ମଧ୍ୟ ୨ ବର୍ଷ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି।
ସ୍ବଳ୍ପ ସଞ୍ଚୟ ଅଧିକାରୀ ପଦବୀ ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହି ଅଧିକାରୀମାନଙ୍କୁ ଛୋଟ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଭାବେ ନାମିତ କରାଯିବ। ରାଜ୍ୟ କ୍ୟାବିନେଟ୍‌ ଓଡ଼ିଶା ଟିକସ ଓ ହିସାବ ସେବା ନିୟମ-୨୦୧୧ ସଂଶୋଧନକୁ ଅନୁମୋଦନ କରିଛି। ଏହି ସଂଶୋଧନ ପରେ ଆର୍ଥିକ ସୁପରିଚାଳନା ନିମନ୍ତେ ଏହି ସେବା ନିୟମର ଧାରା (୪) ଉପଧାରା (ଗ) ଅନୁଯାୟୀ ମଞ୍ଜୁରୀ ପ୍ରାପ୍ତ ପଦବୀ ସଂଖ୍ୟା ୭୫୩ର ୨୦ ପ୍ରତିଶତ ପଦବୀରେ
ଓଡ଼ିଶା ଅଧସ୍ତନ ଆର୍ଥିକ ସେବା ବର୍ଗର କର୍ମଚାରୀଙ୍କ ଦ୍ୱାରା ପଦୋନ୍ନତି ମାଧ୍ୟମରେ ୭୩୫ ପଦବୀର ୩୦ ପ୍ରତିଶତ ପଦବୀକୁ ବୃଦ୍ଧି କରାଯାଇ ମଞ୍ଜୁରୀ ପ୍ରାପ୍ତ ପଦବୀରେ ୫୦ ପ୍ରତିଶତରେ ସୀମିତ ରଖାଯାଇଛି। ପଦୋନ୍ନତି ନିମନ୍ତେ ପ୍ରାର୍ଥୀ ନ ଥିଲେ ଉକ୍ତ ପଦବୀଗୁଡ଼ିକୁ ସିଧାସଳଖ ପୂରଣ କରାଯିବ। ପଦୋନ୍ନତି ମାଧ୍ୟମରେ ନିଯୁକ୍ତି ପାଉଥିବା ଓଡ଼ିଶା ଅଧସ୍ତନ ଆର୍ଥିକ ସେବା ବର୍ଗର କର୍ମଚାରୀମାନଙ୍କର ପ୍ରତିନିଧିତ୍ୱକୁ ସୁସଂଗଠିତ କରିବା ପାଇଁ ଉର୍ଦ୍ଦିଷ୍ଟ ପଦବୀଗୁଡିକୁ ସହକାରୀ ବାଣିଜ୍ୟକର ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷକ-ସମୀକ୍ଷା ଅଧୀକ୍ଷକ ଓ କୋଷାଗାରର ହିସାବ ରକ୍ଷକଙ୍କ ମଧ୍ୟରେ ଯଥାକ୍ରମେ ୫:୪:୧ ଅନୁପାତରେ ଆବଣ୍ଟନ କରାଯିବ। ସିଧାସଳଖ ନିଯୁକ୍ତି ପାଉଥିବା ଅଧିକାରୀମାନେ ୨ ବର୍ଷ ପର୍ଯ୍ୟନ୍ତ ପ୍ରୋଗ୍ରେଶନରେ ରହିବେ। ପଦୋନ୍ନତି ମାଧ୍ୟମରେ ନିଯୁକ୍ତି ପାଉଥିବା ଅଧିକାରୀମାନେ ଉକ୍ତ ସେବାରେ ଯୋଗ ଦେବାଠାରୁ ୧ ବର୍ଷ ପର୍ଯ୍ୟନ୍ତ ପ୍ରୋଗ୍ରେସନରେ ରହିବେ।
ରାଜ୍ୟ ସରକାର ଖୋର୍ଦ୍ଧା ଜିଲା ଭୁବନେଶ୍ୱର ତହସିଲ ଅନ୍ତର୍ଗତ ବାଙ୍କୁଆଳ ମଉଜାଠାରେ ଆଞ୍ଚଳିକ ଶିକ୍ଷା ଓ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ମାଗଣାରେ ୨.୪୭୮ ଡିସିମିଲ ସରକାରୀ ଜମି ମାଗଣାରେ ଯୋଗାଇ ଦେବେ। ବର୍ଷକୁ ଟିକସ ଓ ସେଲ୍ସ ବାବଦରେ ୧ ଟଙ୍କା ନେବେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri